ଶିକ୍ଷକ ସଂଘର ଆନ୍ଦୋଳନକୁ ନେଇ ଗଣଶିକ୍ଷା ମନ୍ତ୍ରୀ କଡ଼ା ପ୍ରତିକ୍ରିୟା

Spread the love

ଜେଏମଜେ ବ୍ୟୁରୋ : ବିଧାନସଭାରେ ଉଠିଲା ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ , ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ । ଆନ୍ଦୋଳନକୁ ନେଇ ମନ୍ତ୍ରୀ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଗତ ୬ ତାରିଖରେ ଶିକ୍ଷକ ସଂଘର ନେତୃତ୍ବଙ୍କ ସହ ଆଲୋଚନା ହୋଇଥିଲା । ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସକାରାତ୍ମକ ଆଲୋଚନା ହୋଇଥିଲା ।

ସେମାନେ ଆନ୍ଦୋଳନରୁ ହଟିବାକୁ କଥା ଦେଇଥିଲେ । ପୁଣି ଅନ୍ୟ କାହା ପ୍ରରୋଚନାରେ ଧାରଣାରେ ବସିଛନ୍ତି। ଗଣ ଶିକ୍ଷା ବିଭାଗ ସକାରାତ୍ମକ ରହିଛି । ଗୋଟିଏ ଦିନରେ ସମସ୍ୟା ସମାଧାନ ହୋଇପାରିବ ନାହିଁ । ସବୁ ଦିଗକୁ ତର୍ଜମା କରି ପଦକ୍ଷେପ ନିଆଯିବ । ବିଭାଗ ସବୁବେଳେ ପ୍ରସ୍ତୁତ ଅଛି, ଆବଶ୍ୟକ ପଡ଼ିଲେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ଆନ୍ଦୋଳନ ନକରି ସରକାର୍ ଉପରେ ବିଶ୍ବାସ କରନ୍ତୁ । ଦୀର୍ଘଦିନ ଧରି ଶିକ୍ଷକ ମାନଙ୍କର ସମସ୍ୟା ରହିଛି, ଯାହା ପୂର୍ବ ସରକାର ବୁଝିନଥିଲେ । ଏ ସରକାର୍ ବୁଝିବାକୁ ପ୍ରସ୍ତୁତ ଅଛନ୍ତି , ଆଉ ଠିକା ନିଯୁକ୍ତି ଦିଆଯିବ ନାହିଁ ।

ଅନ୍ୟପଟେ ଲୋୟର ପିଏମଜିରେ ଗର୍ଜିଲେ ଆଦର୍ଶ ବିଦ୍ୟାଳୟ ଶିକ୍ଷକ । ନିୟମିତ ଚାକିରି, ନୂଆ ନିଯୁକ୍ତି, ସମେତ ୧୩ଦଫା ଦାବି ନେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ଶିକ୍ଷକଙ୍କ ବିକ୍ଷୋଭ । ସମାନ କାମକୁ ସମାନ ଦରମା ଦାବି କରି ଭୁବନେଶ୍ବର ବିଧାନସଭା ମାର୍ଗରେ ହଜାର ହଜାର ଆଦର୍ଶ ବିଦ୍ୟାଳୟ ଶିକ୍ଷକ ବିକ୍ଷୋଭ ପଦର୍ଶନ କରିଛନ୍ତି । ଆନ୍ଦୋଳନକୁ ୫ ଦିନ ବିତି ଯାଇଥିଲେବି ସରକାର ସେମାନଙ୍କ କଥା ଶୁଣୁନାନାହାନ୍ତି । ଫଳରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ କଳା ବ୍ୟାଚ ପିନ୍ଧି ବିଦ୍ୟାଳୟ ଗେଟ ସାମ୍ନାରେ ଧାରଣା ଦେବା ସହ ଶାନ୍ତପୂର୍ଣ ଆନ୍ଦୋଳନ ଜାରି ରଖୁଛନ୍ତି ।

ରାଜ୍ୟର ୩୧୪ ଟି ଆଦର୍ଶ ବିଦ୍ୟାଳୟ ଶିକ୍ଷକ ପ୍ରତିବାଦ କରିଛନ୍ତି । ସଂଘର ପ୍ରମୁଖ ଦାବୀ ମଧ୍ୟରେ ରହିଛି ଓଏଭି କର୍ମଚାରୀଙ୍କୁ ସରକାରୀ ମାନ୍ୟତା ଦେବା, ୟୁନିଫର୍ମ କ୍ୟାଡ଼ର ମାନ୍ୟତା ଦେବା, ଶାରୀରିକ ଶିକ୍ଷା, ସଙ୍ଗୀତ,ଏବଂ କମ୍ପ୍ୟୁଟର ଶିକ୍ଷକଙ୍କୁ ସମାନ କାମକୁ ସମାନ ଦରମା ପାଇଁ ୪୬୦୦ ଗ୍ରେଡ଼ପେ ପ୍ରଦାନ କରିବା, ପ୍ରତ୍ୟେକ ଆଦର୍ଶ ବିଦ୍ୟାଳୟରେ ଓଡ଼ିଆ, ହିନ୍ଦୀ, ସଂସ୍କୃତ ବିଷୟ ପାଇଁ ପିଜିଟି ପଦବୀ ସୃଷ୍ଟି କରିବା, ପ୍ରତ୍ୟେକ ବିଦ୍ୟାଳୟରେ ସାଇନ୍ସ କମର୍ସ ଭଳି ଆର୍ଟ ଷ୍ଟ୍ରିମ୍ ଖୋଲିବା ରହିଛି ।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    • By jmjnewso
    • September 14, 2026
    • 3 views
    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 7 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 74 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ