ନବୀନ ବାବୁ ଦରମା ଉପରେ ନିର୍ଭରଶୀଳ ନୁହନ୍ତି, ମାତ୍ର ମୋ ଭଳି ଅନେକ ବିଧାୟକଙ୍କର ବର୍ଦ୍ଧିତ ଦରମା ଆବଶ୍ୟକ: ଗଣେଶ୍ୱର

Spread the love

ଭୁବନେଶ୍ବର, ୧୪/୧୨:(ଜେଏମଜେ ବ୍ୟୁରୋ): ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନନେବା ଦଳ ତରଫରୁ ଆମକୁ ଅବଗତ କରାଯାଇଛି । ସେ ଆଦର୍ଶଗତ ନିଷ୍ପତ୍ତି ନେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସେ ନିଷ୍ପତ୍ତି ନାହିଁ। ଆପଣ ମାନେ ଦରମା ତ୍ୟାଗ କରନ୍ତୁ। ବିଜେଡି ଦରମା ବୃଦ୍ଧି ପାଇଁ ଦାବି କରିବା ସହ ବିଲ୍‌କୁ ସମର୍ଥନ କରିଥିଲା । ତେଣୁ ତାକୁ ବିରୋଧ କରିବାର ପ୍ରଶ୍ନ କାହିଁକି ଉଠୁଛି। ବାସ୍ତବ ସମସ୍ୟାକୁ ବୁଝନ୍ତୁ। ଲୋକ କହିବେ, ସେମାନଙ୍କର କହିବାର ଅଧିକାର ଅଛି। କିନ୍ତୁ ଲୋକ ବୁଝିବା ଦରକାର । କାହିଁକି ଦରମା ବଢ଼ାଗଲା। ଯୁକ୍ତି ଅଛି ନାଁ ନାହିଁ ତାହା ବୁଝିବା ଦରକାର  ବୋଲି ବିଧାୟକ ଗଣେଶ୍ବର  ବେହେରା କହିଛନ୍ତି ।


ସେ ଆହୁରି ମଧ୍ୟ କହିଛନ୍ତି, ଏହା ନିୟମିତ ବ୍ୟବଧାନରେ ଦରମା ବଢ଼େ। ୨୦୧୮ ମସିହା ପରେ ୨୫ରେ ଏ ନିଷ୍ପତ୍ତି ହେଲା। ଯେତେବେଳେ ଦରବୃଦ୍ଧି ବଢ଼ିଲା। ସାଂସଦମାନଙ୍କର ଦରମା ମଧ୍ୟ ବଢିଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପଛରେ ଥିଲା। ଦରମା ବଢି ନାହିଁ। ଆନୁଷଙ୍ଗିକ ଖର୍ଚ୍ଚ ବଢିଛି। ବିଧାୟକମାନେ ବହୁ କଷ୍ଟରେ ଚଳୁଛନ୍ତି । କେତେ ଆବଶ୍ୟକ ତା’ର, ଅନ୍ତତଃ ସମ୍ମାନର ସହ ବଞ୍ଚିବା ପାଇଁ ସର୍ବନିମ୍ନ ଆବଶ୍ୟକତା ଦେବେ। ରାଷ୍ଟ୍ରପତି ୧୦ ଲକ୍ଷ ଟଙ୍କା ପାଉଛନ୍ତି। କାହିଁକି ପାଇବେ । କେହି କେବେ ପ୍ରଶ୍ନ କରିଛନ୍ତି। ତାଙ୍କର ସବୁ ଖର୍ଚ୍ଚ କେନ୍ଦ୍ର ସରକାର ଦେଉଛନ୍ତି। ରାଜ୍ୟପାଳ କାହିଁକି ୫ଲକ୍ଷ ଟଙ୍କା ଦରମା ହେବ ? ବଢ଼ାଯିବା ନିଷ୍ପତ୍ତି ଯଥାର୍ଥ। ବିଜେଡି ଏହାକୁ ସମର୍ଥନ କରୁଛି। ମୁଁ ଓ ପ୍ରମିଳା ମଲ୍ଲିକ ଏହାକୁ ସ୍ୱାଗତ କରିଛନ୍ତି। ନବୀନ ପଟ୍ଟନାୟକ ଭିନ୍ନ ମଣିଷ। ସେ ସହାନୁଭୂତି ସପକ୍ଷରେ ନାହାନ୍ତି। ତାଙ୍କର ଅର୍ଥ ଲୋଭ ନାହିଁ। ତାଙ୍କ ତ୍ୟାଗର ଉଦାହରଣ ମଧ୍ୟ ଅଛି। ସେ ଆମ ଭଳି ନିର୍ଭରଶୀଳ ନୁହଁନ୍ତି। ନିଜର ଆବଶ୍ୟକତା ପାଇଁ। ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି।’

  • jmjnewso

    Related Posts

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 21 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 25 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 25 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 39 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 46 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍