ଗଞ୍ଜାମ ଜିଲ୍ଲାରେ ଦ୍ଵିତୀୟ ମେଡ଼ିକାଲ କଲେଜ କେବେ?

Spread the love

ବ୍ରହ୍ମପୁର : (ଜେଏମଜେ ନ୍ୟୁଜ ): ରାଜ୍ୟର ବୃହତମ ଜିଲ୍ଲା ଭାବେ ଗଞ୍ଜାମ ଜିଲ୍ଲା ରହିଛି। ଜିଲ୍ଲାର ଜନସଂଖ୍ୟା ୪୦ ଲକ୍ଷ ଟପିଲାଣି ହେଲେ ଜନସଂଖ୍ୟା କୁ ଲକ୍ଷ୍ୟ କଲେ ଗଞ୍ଜାମ ରେ ଦ୍ଵିତୀୟ ମେଡିକାଲ କଲେଜ ନିହାତି ଆବଶ୍ୟକ ରହିଛି ବୋଲି କ୍ରିୟାନୁଷ୍ଠାନ କମିଟି ଦାବୀ କରିଛି.। ଓଡିଶାର ବିଭିନ୍ନ ଅଞ୍ଚଳରେ ମହାପୁରୁଷ ଓ ବରପୁତ୍ରଙ୍କ ନାମରେ ମେଡ଼ିକାଲ କଲେଜ ରହିଥିବା ବେଳେ, ସେଥି ମଧ୍ୟରେ ଯାଜପୁରରେ ଯଯାତିକେଶରୀ ଭେଷଜ ମହାବିଦ୍ୟାଳୟ ,
ମୟୁରଭଞ୍ଜ ଜିଲ୍ଲାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ ଭେଷଜ ମହାବିଦ୍ୟାଳୟ , କଳାହାଣ୍ଡି ଜିଲ୍ଲାର ସହିଦ ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟ , ବଲାଙ୍ଗୀର ଜିଲ୍ଲାର ଭୀମଭୋଇ ଭେଷଜ ମହାବିଦ୍ୟାଳୟ , ଅନଗୁଳ ଜିଲ୍ଲାର ତାଳଚେରରେ ପବିତ୍ର ମୋହନ ଭେଷଜ ମହାବିଦ୍ୟାଳୟ , କୋରାପୁଟ ଜିଲ୍ଲାର ସହୀଦ ଲକ୍ଷଣ ନାୟକ ଭେଷଜ ମହାବିଦ୍ୟାଳୟ , କେଉଁଝର ଜିଲ୍ଲାର ଧରଣୀଧର ଭେଷଜ ମହାବିଦ୍ୟାଳୟ , କଟକ ଜିଲ୍ଲାର ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ , ସମ୍ବଲପୁର ଜିଲ୍ଲାର ବୁର୍ଲାରେ ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ, ଗଞ୍ଜାମ ଜିଲ୍ଲା ରେ ମହାରାଜ କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ନାମରେ ସ୍ଥାପନ ହୋଇଛି l ସେହିପରି ଜନ ବହୁଳ ଜିଲ୍ଲା ଭାବେ ଗଞ୍ଜାମ ଜିଲ୍ଲାରେ ଜନ ସଂଖ୍ୟା ଅନୁପାତ ରେ ଆଉ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କବିସୂର୍ଯ୍ୟ ବଳଦେବ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କବିସୂର୍ଯ୍ୟନଗର ଠାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିବା ଜଣାଯାଇଛି..କମିଟି ପକ୍ଷରୁ ବି. ଶଙ୍କର ପାତ୍ର ଓ ମୋହନ ସୁନ୍ଦର ସ୍ୱାଇଁ ଦାବୀ କରିଛନ୍ତି ଯେ, 1962 ମସିହାରେ ବ୍ରହ୍ମପୁର ଠାରେ ମେଡିକାଲ କଲେଜ ସ୍ଥାପନ କରାଯାଇଛି. ଆଜିର ଜନସଂଖ୍ୟ ଅନୁପାରେ ଡାକ୍ତର ର ଅଭାବ ସାଙ୍ଗକୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ମିଳୁନଥିବା ଯୋଗୁ ଲୋକେ ନାନା ହଟହଟା ର ସମ୍ମୁଖୀନ ହେଉଛନ୍ତି. ଏବଂ ସ୍ୱାସ୍ଥ୍ୟ ସେବା ପାଇଁ ନିକଟସ୍ଥ ଆନ୍ଧ୍ର ପ୍ରଦେଶ ର ବିଶାଖାପାଟଣା ଉପରେ ନିର୍ଭର କରୁଛନ୍ତି.। ଏଣୁ ସମସ୍ତ ଭିତିଭୂମି ଥିବା କବିସୂର୍ଯ୍ୟନଗର ଅଞ୍ଚଳ ରେ ଗଞ୍ଜାମ ଜିଲ୍ଲାର ଦ୍ଵିତୀୟ ମେଡିକାଲ କଲେଜ ଭାବେ କବିସୂର୍ଯ୍ୟନଗର ଠାରେ କବିସୂର୍ଯ୍ୟ ବଳଦେବ ନାମରେ ମେଡ଼ିକାଲ କଲେଜ ସ୍ଥାପନ କରାଯିବାକୁ କ୍ରିୟାନୁଷ୍ଠାନ କମିଟି ଦାବୀ ରଖିଛି..

  • jmjnewso

    Related Posts

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    Spread the love

    Spread the loveମାଲକାନଗିରି : ଜେଏମଜେ ନ୍ୟୁଜ : ମାଲକାନଗିରି ଜିଲ୍ଲା କାରାଗାରରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ମୃତ କଏଦୀ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ପଞ୍ଚାୟତର କଳାଗୁଡ଼ା ଗ୍ରାମର ଲକିନାଥ ବେହେରା।…

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ମିଳିଲା ‘ଡପ୍‌ଲର୍’ ବଳ । ଆଗକୁ ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ଡପ୍‌ଲର୍‌ ରାଡାର୍ । ସମ୍ୱଲପୁର ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ସ୍କୁଲରେ ବସିବ…

    Leave a Reply

    Your email address will not be published. Required fields are marked *

    You Missed

    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    • By jmjnewso
    • September 17, 2026
    • 51 views
    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    • By jmjnewso
    • September 17, 2026
    • 34 views
    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    • By jmjnewso
    • September 17, 2026
    • 25 views
    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    • By jmjnewso
    • September 17, 2026
    • 20 views
    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 41 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 34 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍