କବିସୂର୍ଯ୍ୟନଗର ପ୍ରେସ୍ କ୍ଲବର ୧୯ଶ ବାର୍ଷିକୋତ୍ସବ ଅନୁଷ୍ଠିତ

Spread the love

କବିସୂର୍ଯ୍ୟନଗର,:(ଜେଏମଜେ ନ୍ୟୁଜ): କବିସୂର୍ଯ୍ୟନଗର ପ୍ରେସ୍ କ୍ଲବର ୧୯ଶ ବାର୍ଷିକୋତ୍ସବ କନକ ମଞ୍ଜରୀ ପାଠାଗାର ଠାରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରେସ୍ କ୍ଲବର ବାର୍ଷିକୋତ୍ସବରେ ସଭାପତି ସମରଜିତ୍ ମହାନ୍ତି ସଭାପତିତ୍ବ କରିଥିଲେ। ସାଧାରଣ ସମ୍ପାଦକ ସପ୍ନେଶ୍ବର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ ସହିତ ସମ୍ପାଦକୀୟ ପାଠ କରିଥିଲେ । ମୁଖ୍ଯ ଅତିଥି ଭାବରେ ପୂର୍ବତନ ନଗରପାଳ ମନୋରଞ୍ଜନ ମହାପାତ୍ର,ସମ୍ମାନିତ ଅତିଥି ଭାବରେ ବିଇଓ ଅଭିମନ୍ୟୁ ସାହୁ,ଯୁବ ବିଜେଡି ରାଜ୍ଯ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା,ବରିଷ୍ଠ ସାମ୍ବାଦିକ ଯୋଗୀ ଚରଣ ମିଶ୍ର,ମୁଖ୍ଯ ବକ୍ତା ଭାବରେ ସମଦୃଷ୍ଟିର କାର୍ଯ୍ଯନିର୍ବାହୀ ସମ୍ପାଦକ ବିଘ୍ନେଶ୍ୱର ସାହୁ,ସମ୍ମାନିତ ବକ୍ତା ଭାବରେ ତ୍ରିଧାରା ସାହିତ୍ୟ ସଂସଦର ସମ୍ପାଦକ ଡକ୍ଟର ଲକ୍ଷ୍ମୀନାରାୟଣ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ” ଦୁର୍ନୀତି ହିଁ ବିକାଶର ବାଧକ” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଦୁର୍ନୀତି ଏକ ବ୍ୟାଧି,ଦୁର୍ନୀତି ଉପରସ୍ତରରୁ ତଳସ୍ତର ପର୍ଯ୍ୟନ୍ତ ଲମ୍ବିଛି। ଭିଜିଲାନ୍ସ କେବଳ ପ୍ରତିବର୍ଷ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରି ଦାୟିତ୍ବ ସାରିଦେଉଛି। ଭ୍ରଷ୍ଟ ପୁଲିସ ଅଧିକାରୀ ମାନେ ଭିଜିଲାନ୍ସକୁ ବଦଳି ହୋଇଗଲେ ସେମାନେ ଦୁର୍ନୀତିକୁ ରୋକିବା ବଦଳରେ ଦୁର୍ନୀତିକୁ ସରଳୀକରଣ କରୁଛନ୍ତି। ସରକାର ଓ ପ୍ରଶାସନର ଚତୁପାର୍ଶ୍ବରେ ଦୁର୍ନୀତିର ବଳୟ,ଦୁର୍ନୀତି ଏତେ ମାତ୍ରରେ ବଢିଛିଯେ ତାକୁ ନିୟନ୍ତ୍ରଣ କରିବା ବଡ କାଠିକର ପାଠ। ସାମ୍ବାଦିକ ମାନେ ଦୁର୍ନୀତି ବିରୁଦ୍ଧରେ ଖବର ପ୍ରସାରଣ କରିବା ଓ ସାମାଜିକ କର୍ମୀ ମାନେ ଦୁର୍ନୀତିର ଉଜାଗର କରିବା ଦ୍ବାରା ବିଭିନ୍ନ ସମୟରେ ସେମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ଆକ୍ରମଣ ହେଉଛି। ଆରଟିଆଇ ଆଇନକୁ ମଧ୍ଯ ସଙ୍କୁଚିତ କରାଗଲାଣି। ଗାଁ ଗହଳିରୁ ପ୍ରାକୃତିକ ସମ୍ପଦ ଲୁଟ ହେଲାଣି, ସେଥିରେ ମଧ୍ଯ ଦୁର୍ନୀତି ରହୁଛି। ଦୁର୍ନୀତିକୁ ହଟାଇବାକୁ ହେଲେ ସାଧାରଣ ନାଗରିକ ମାନଙ୍କ ମାନସିକ ସ୍ତରରେ ପରିବର୍ତ୍ତନ ଆସିବା ସହିତ ସଚେତନ ହେଲେ କେତେକାଂଶରେ ଦୁର୍ନୀତି ହଟିପାରିବ ବୋଲି ଅତିଥି ଓ ବକ୍ତା ମାନେ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରେସ୍ କ୍ଲବର ଉପସଭାପତି ସରୋଜ କୁମାର ମିଶ୍ର,ସାମ୍ବାଦିକ ଉମା ଚରଣ ପଟ୍ଟନାୟକ,ସାମ୍ବାଦିକ ବିବେକାନନ୍ଦ ସାହୁ,ସାମ୍ବାଦିକ ସୁଶାନ୍ତ କୁମାର ପଟ୍ଟନାୟକ,ସାମ୍ବାଦିକ ସନ୍ତୋଷ କୁମାର ପଣ୍ଡା,ସାମ୍ବାଦିକ ଟି ଶରତ କୁମାର ସୁବୁଦ୍ଧି,ସାମ୍ବାଦିକ ସୂର୍ଯ୍ୟନାରାୟଣ ବଡୁ,ସାମ୍ବାଦିକ ଗୁଲସନ କୁମାର କର,ସାମ୍ବାଦିକ ରଞ୍ଜିତ କୁମାର ପୋଲେଇ,ପିପିଟି ସଭାପତି ଦେବସ୍ମିତା ମହାନ୍ତି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

  • jmjnewso

    Related Posts

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    Spread the love

    Spread the loveମାଲକାନଗିରି : ଜେଏମଜେ ନ୍ୟୁଜ : ମାଲକାନଗିରି ଜିଲ୍ଲା କାରାଗାରରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ମୃତ କଏଦୀ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ପଞ୍ଚାୟତର କଳାଗୁଡ଼ା ଗ୍ରାମର ଲକିନାଥ ବେହେରା।…

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ମିଳିଲା ‘ଡପ୍‌ଲର୍’ ବଳ । ଆଗକୁ ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ଡପ୍‌ଲର୍‌ ରାଡାର୍ । ସମ୍ୱଲପୁର ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ସ୍କୁଲରେ ବସିବ…

    Leave a Reply

    Your email address will not be published. Required fields are marked *

    You Missed

    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    • By jmjnewso
    • September 17, 2026
    • 29 views
    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    • By jmjnewso
    • September 17, 2026
    • 21 views
    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    • By jmjnewso
    • September 17, 2026
    • 19 views
    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 41 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 34 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 36 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..