ଅସହାୟଙ୍କୁ ସେବା ସଂସ୍ଥାନର ସହାୟତା ପ୍ରଦାନ

Spread the love

ଚିକିଟି : (ଜେଏମଜେ ନ୍ୟୁଜ): ଗଞ୍ଜାମ ଜିଲ୍ଲା ଚିକିଟି ପେଣ୍ଠ କରବାଲୁଆ ଗ୍ରାମର କୁନ୍ତଳା ନାଇକ, ବୟସ ୫୫। ବର୍ତ୍ତମାନ ସେ ଶ୍ୱାସ ଜନିତ ରୋଗରେ ଗୁରୁତର ଅବସ୍ଥାରେ ପୀଡ଼ିତ ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସା ହେଉଛନ୍ତି। ତାଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି । ଗତ ବର୍ଷ କୁନ୍ତଳାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା। ତାଙ୍କର ଦୁଇଟି ଝିଅ। ବଡ଼ ଝିଅ ବି ବିଧବା ହେଇ ଘରେ ରହୁଛନ୍ତି। ଘରେ କେହି ରୋଜଗାର ବି ପାଇ ନାହାନ୍ତି। ଏହି ବିପଦରୁ ଉଦ୍ଧାର ପାଇବା ପାଇଁ ତାଙ୍କ ଗ୍ରାମବାସୀ ସାହାଯ୍ୟ ମାଗିଥିଲେ। ଖବର ପାଇବା କ୍ଷଣି ଚିକିଟି ସେବା ସଂସ୍ଥାନ ଯଥା ଶୀଘ୍ର ତାଙ୍କ ପରିବାରଙ୍କ ନିକଟକୁ ଯାଇ ସବୁ କଥା ଶୁଣି ମର୍ମାହତ ହେଲେ ଏବଂ କୁନ୍ତଳାଙ୍କୁ ମେଡ଼ିକାଲ ରେ ସୁଚିକିତ୍ସାର ବନ୍ଦୋବସ୍ତ କରାଇବା ସହ ୧୦୦୦୦(ଦଶ ହଜାର) ଟଙ୍କା,ଗୋଟିଏ ପ୍ୟାକେଟ ଚାଉଳ, ୫ ଟି କମ୍ବଳ ଓ କିଛି ଖାଇବା ସାମଗ୍ରୀ ପ୍ରଦାନ କଲେ। ତା ସହ ଏକ ଉଚ୍ଚ ପଦକ୍ଷେପ ଯାହା କି ତାଙ୍କ ପରିବାରର ଚଳଣି ନିମନ୍ତେ ମାସିକ ୮୦୦(ଆଠ ଶହ) ଟଙ୍କା ଦେବା ପାଇଁ ସେବା ସଂସ୍ଥାନ ପ୍ରତିଶ୍ରୁତି ଦେଇଛନ୍ତି। ଏହି ମହତ୍ କାର୍ଯ୍ୟ ଦେଖି ତାଙ୍କ ଗ୍ରାମବାସୀ ଚିକିଟି ସେବା ସଂସ୍ଥାନକୁ ପ୍ରଶଂସା କରିବା ସହ ସମସ୍ତ ସହଯୋଗ କର୍ମକର୍ତ୍ତା ମାନଙ୍କୁ ଆଶୀର୍ବାଦର ସାଧୁବାଦ୍ ପ୍ରଦାନ କଲେ।

ଚିକିଟି ରୁ ଶ୍ରୀବତ୍ସ ଲୋଚନ ସାହୁ ଙ୍କ ରିପୋର୍ଟ….

  • jmjnewso

    Related Posts

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    Spread the love

    Spread the loveଗୋପାଳପୁର: ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ଗୋପାଳପୁର ଆହାର କେନ୍ଦ୍ର ବହୁ ବାଦ ବିବାଦ ପରେ ଚଳିତ ମାସ ୧ ତାରିଖରେ ମା ମଙ୍ଗଳା ମହିଳା ସଂଘକୁ ସ୍ଥାନୀୟ ଏନ ଏ ସି ପକ୍ଷରୁ ହସ୍ତାନ୍ତର କରାଯାଇଥିଲା…

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    Spread the love

    Spread the loveବ୍ରହ୍ମପୁର : ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ସ୍ଥାନୀୟ ଗାନ୍ଧିନଗରସ୍ଥିତ ପ୍ରଥମ ଗଳି ଏକ୍ସଟେନସନ ଅନିଲ କମର୍ସ ଇନଷ୍ଟିଚ୍ୟୁଟ ର ଅନିଲ୍ସ ଉତ୍ସବ ୨୦୨୬ ଗଞ୍ଜାମ କଳାପରିଷଦ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ରହ୍ମପୁର ବିଧାୟକଙ୍କ ପ୍ରତିନିଧି…

    Leave a Reply

    Your email address will not be published. Required fields are marked *

    You Missed

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 19 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 45 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 44 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 76 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 52 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ