ଭୁବନେଶ୍ୱର :(ଜେଏମଜେ ନ୍ୟୁଜ ): ପାଣ୍ଡିଆନ ନେତା ନୁହଁନ୍ତି, ସେ ଜଣେ ମ୍ୟାନେଜର୍। ନେତା ହିସାବରେ ତାଙ୍କୁ କେବେ ମାନିନାହୁଁ। ଆଜି ଏଭଳି କହିଛନ୍ତି ବିଜେଡି ନେତା ତଥା ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ। ତେବେ ଆଜି ବି ପାଣ୍ଡିଆନଙ୍କ ପ୍ରତି ବିଜେଡି ନେତାଙ୍କର ଦୁର୍ବଳତା ଥିବା ମାନିଛନ୍ତି ସମ୍ବିତ୍। ସେ କହିଛନ୍ତି, ନବୀନଙ୍କ ସେବା କରୁଥିବାରୁ ଆମର ପାଣ୍ଡିଆନଙ୍କ ପ୍ରତି ଦୁର୍ବଳତା ରହିଛି। କିନ୍ତୁ ବିଜେଡିର ନେତା ହେଉଛନ୍ତି କେବଳ ନବୀନ ପଟ୍ଟନାୟକ।ନବୀନଙ୍କ ନିର୍ଦ୍ଦେଶକୁ ଆମ ପାଖରେ ପହଞ୍ଚାଉଥିଲେ ପାଣ୍ଡିଆନ। ଏଣୁ ସେ ଜଣେ ଭଲ ମ୍ୟାନେଜର୍। ଅନ୍ୟପଟେ ମେଳି ଚର୍ଚ୍ଚାକୁ ଖଣ୍ଡନ କରିବା ସହିତ ଦଳରେ ନେତୃତ୍ବ ସଂକଟ ନଥିବା କହିଛନ୍ତି ସମ୍ବିତ। ଦଳକୁ କେହି ହାଇଜାକ୍ କରିପାରିବେ ନାହିଁ। ଏଥିପାଇଁ ନବୀନଙ୍କ ସୈନିକ ରହିଛନ୍ତି ବୋଲି ସମ୍ବିତ କହିଛନ୍ତି।… ତେବେ ଏନେଇ ପାଣ୍ଡିଆନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।







