ବଳ ଗୋଟାଉଛନ୍ତି ବିଜେଡିର ବିଦ୍ରୋହୀ ଗୋଷ୍ଠୀ

Spread the love

ଭୁବନେଶ୍ୱର: (ଜେଏମଜେ ବ୍ୟୁରୋ )ବିଜୁ ଜନତା ଦଳରେ ପାଣ୍ଡିଆନଙ୍କ ହସ୍ତକ୍ଷେପକୁ ବିଜେଡିର ବିଦ୍ରୋହୀ ଗୋଷ୍ଠୀଙ୍କ ବିରୋଧ । ଏବେ ଲୁଚି ଛପି ନୁହେଁ ଖୋଲାଖୋଲି ଭୋଜି କରି ନେତୃତ୍ୱକୁ ଚ୍ୟାଲେଞ୍ଜ ଦେଇଛନ୍ତି । ଗତବର୍ଷ ୭ ଜଣ ମେଳି କରିଥିବା ବେଳେ ଏ ବର୍ଷ ବିଦ୍ରୋହୀଙ୍କ ସଂଖ୍ୟା ୭ ଗୁଣ ବୃଦ୍ଧି ପାଇଛି । ଆଗାମୀ ଦିନରେ ମେଳି କରି ପୁଣି ଶକ୍ତି ପ୍ରଦର୍ଶନ କରିବାକୁ ଦେଇଛନ୍ତି ଆହ୍ବାନ ।ଗତ ବର୍ଷ ଡିସେମ୍ବର ମାସରେ ଭୁବନେଶ୍ୱରର ଏକ ହୋଟେଲରେ ମେଳି ବାନ୍ଧି ଥିଲେ ବିଜେଡିର ୭ ଜଣ ଯୁବ ନେତା ତଥା ବିଜୁ ଲିଗାସୀ ନେତାଙ୍କ ପୁଅ ।
ଯେଉଁଥିରେ ସାମିଲ ଥିଲେ ସମ୍ବିତ ରାଉତରାୟ, ରୁଦ୍ର ମହାରଥୀ, ବିଷ୍ଣୁବ୍ରତ ରାଉତରାୟ, ଚନ୍ଦ୍ରସାରଥି ବେହେରା, ଅଂଶୁମାନ ମହାନ୍ତି, ପ୍ରଣବ ବଳବନ୍ତରାୟଙ୍କ ଭଳି ପ୍ରମୁଖ ନେତା ।୭ ଜଣ ପୂର୍ବତନ ବିଧାୟକଙ୍କ ମେଳି ଏବେ ୭ ଗୁଣା ବୃଦ୍ଧି ପାଇଲାଣି । ବିଦ୍ରୋହୀ ଗୋଷ୍ଠୀରେ ଏବେ ଯୋଡ଼ି ହେଲେଣି ପ୍ରାୟ ୬୦ ଜଣ ଯୁବ ନେତା । ଏବେ ଆଉ ଲୁଚି ଛପି ନୁହେଁ ଖାଲା ଖୋଲି ଭୋଜି କରି ଦେଲେଣି ନେତୃତ୍ୱକୁ ଚ୍ୟାଲେଞ୍ଜ । ନବୀନଙ୍କ ନେତୃତ୍ୱରେ ଆଗକୁ ବଢିବା ପାଇଁ ସ୍ଲୋଗାନ ଦେଇଥିବା ବେଳେ ପରୋକ୍ଷରେ ଅଲିଖିତ ବସ୍ ଭୈରବ ପାଣ୍ଡିଆନଙ୍କ ବିରୁଦ୍ଧରେ ଦେଇଛନ୍ତି ଯୁଦ୍ଧଂ ଦେହୀ ଡାକରା । ଏପରିକି ଆଗକୁ ଜାନୁଆରୀ କିମ୍ବା ଫେବୃଆରୀରେ ପୁଣି ମେଳି କରି ଶକ୍ତି ପ୍ରଦର୍ଶନ କରିବାକୁ ଦେଇଛନ୍ତି ଖୋଲା ଖୋଲି ଆହ୍ୱାନ ।
ସେପଟେ ବିଜେଡି ବିଧାୟକ ଅରୁଣ ସାହୁଙ୍କ ଘରେ ଦେଖିବାକୁ ମିଳିଥିଲା ବାଲେଶ୍ଵରର ୩ ପୂର୍ବତନ ବିଧାୟକ ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ ଓ ସ୍ୱରୂପ ଦାସଙ୍କୁ । ଏହି ନେତା ମାନେ ପୂର୍ବତନ ବିଧାୟକଙ୍କ ମେଳିରେ ସାମିଲ ଥିଲେ । ତେବେ ନେତାଙ୍କ ମେଳିକୁ ଖୋଲା ସମର୍ଥନ ଜଣାଇ ଅରୁଣ କହିଛନ୍ତି ଯୁବ ନେତୃତ୍ୱ ସାମ୍ନାକୁ ଆସିବା ଦରକାର ।୨୦୧୨ରେ ତତ୍କାଳୀନ ବିଜେଡିର ଦ୍ବିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ରଙ୍କ ଘରେ ଚାଲିଥିଲା ମିଡ୍‌ ନାଇଟ ଅପରେସନ । ଯେଉଁଥିରେ ସାମିଲ ହୋଇଥିଲେ ଅନେକ ବିଜେଡିର ବରିଷ୍ଠ ନେତା ଓ ବିଧାୟକ । ସେତେବେଳେ କିନ୍ତୁ ନବୀନ ପ୍ୟାରୀଙ୍କୁ ଦଳରୁ ବହିଷ୍କାର କରି ବିଜେଡିକୁ ବିଭାଜନ ହେବାରୁ ବଞ୍ଚାଇ ଦେଇଥିଲେ । ଆଉ ଏବେ ବିଜେଡିରେ ବରିଷ୍ଠ ତଥା ଅଲୋଡ଼ା ନେତାଙ୍କ ମେଳି ପରେ ଯୁବ ଗୋଷ୍ଠୀଙ୍କ ମେଳି ନୂଆ ସମୀକରଣର ସଙ୍କେତ ଦେଇଛି ।

  • jmjnewso

    Related Posts

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ କାଲିଘାଟ ବାସଭବନ ଏବଂ ରାଜ୍ୟ ସଚିବାଳୟ, ନବାନ୍ନାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତାଙ୍କ ବାସଭବନ ନିକଟରେ କିଛି ଲୋକ ‘ଜୟ ଶ୍ରୀ…

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ର ହାଇ-ଭୋଲଟେଜ୍ ଲଢ଼େଇ ପରେ ଆଜି ସମସ୍ତଙ୍କ ନଜର ଭୋଟ୍ ଗଣତି ଉପରେ ରହିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (TMC) ଏବଂ ଭାରତୀୟ ଜନତା…

    Leave a Reply

    Your email address will not be published. Required fields are marked *

    You Missed

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!