ଚାନ୍ଦବାଲି ଲଜ୍ଜା: କଡ଼ା ଆକ୍ସନ୍ ହେବ କହିଲେ ଉପମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ୱର :ଜେଏମଜେ ନ୍ୟୁଜ :(ସମୀର ରଞ୍ଜନ ନାୟକ )ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ଯେଉଁଠି ଯେଉଁଠି ଏଭଳି ସମସ୍ୟା ପୋଲିସ ପାଖକୁ ଆସୁଛି, ତ୍ୱରିତ ବେଗରେ ଦୋଷୀ ଗିରଫ ହେଉଛନ୍ତି । ମୁଁ ଆଶା ରଖିବି ଦୋଷୀକୁ ତ ଆମେ ଗିରଫ କରିବୁ କିନ୍ତୁ ଏଭଳି ଘଟଣା ସମାଜରେ ଆଉ ନହେଉ । କେବଳ ସରକାରର ନୁହେଁ ସମାଜର ବି ଦାୟିତ୍ୱ ଅଛି । ଭାଗିଦାରୀ କରି ଝିଅମାନଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାରକୁ ରୋକିବାକୁ ପଡିବ । ଏବେ ସରକାରଙ୍କର ବଡ଼ ଦାୟିତ୍ୱ ହେଉଛି ତ୍ୱରିତ ବେଗରେ ଆକ୍ସନ । ପୋଲିସ ଏବଂ ଆଇନ ତା ବାଟରେ ଯିବ, ଯାହା ଆବଶ୍ୟକତା ତାହା କରାଯିବ । ଯିଏ ଦୋଷୀ ତା ବିରୁଦ୍ଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ପୋଲିସ ତା କାମ କରିବା ପାଇଁ ଯାହା ସହଯୋଗ ଦରକାର ତାହା କରାଯାଉଛି । ମହିଳା କମିଶନର ସଦସ୍ୟା ନ୍ୟାୟିକ ତଦନ୍ତ କରିବେ । ଏ କ୍ଷେତ୍ରରେ ସରକାରର ଦାୟିତ୍ୱ ନେଇ ପ୍ରଶ୍ନ ନହେବା କଥା ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି lଏହା ସହିତ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ଯେଉଁଠୁ ଯେଉଁଠୁ ଏଭଳି ଘଟଣା ପୋଲିସ ପ୍ରଶାସନ ପାଖକୁ ଆସୁଛି ତ୍ୱରିତ ବେଗରେ ଅଭିଯୁକ୍ତ ଗିରଫ ହେଉଛି । ଝିଅମାନଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାରକୁ ରୋକିବାର ସମୟ ଆସିଛି । ଏଭଳି ଘଟଣା ଯେପରି ସମାଜରେ ନ ହେଉ ସେଥିପାଇଁ ସରକାରଙ୍କ ସହିତ ସମାଜର ମଧ୍ୟ ଦାୟିତ୍ୱ ରହିଛି । ଏବେକାର ସରକାରଙ୍କ ବଡ଼ ଦାୟିତ୍ୱ ହେଉଛି ତ୍ୱରିତ ବେଗରେ କାର୍ଯ୍ୟାନୁଷ୍ଠାନ, ପୋଲିସ ଓ ଆଇନ ତା ବାଟରେ ଯିବ ଏବଂ ଯିଏ ଦୋଷୀ ତା ବିରୁଦ୍ଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ପର୍ଯ୍ୟଟନ ସ୍ଥଳୀର ସୁରକ୍ଷା ପାଇଁ ଗୃହ ବିଭାଗ ଏବଂ ପର୍ଯ୍ୟଟନ ବିଭାଗ ସହିତ ତିନି ଥର ବୈଠକ ଶେଷ ହୋଇଛି । ଖୁବ ଶୀଘ୍ର ରାଜ୍ୟରେ ପର୍ଯ୍ୟଟନ ବ୍ୟବସ୍ଥା ମଧ୍ୟ ଲାଗୁ ହେବ

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 22 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 19 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 27 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 35 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 40 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 36 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ