୨ ଟି ଟ୍ରଫ୍ ଓ୍ବାଲ୍ ଲାଇନିଙ୍ଗ୍ ଶିଳାନ୍ୟାସ କଲେ ବିଧାୟକ

Spread the love

କୋଦଳା : ଜେଏମଜେ ନ୍ୟୁଜ: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ଶରଧାପୁର ଓ କନିଆରିବାଡି ଠାରେ ୨ ଟି ଟ୍ରଫ୍ ଓ୍ବାଲ୍ ଲାଇନିଙ୍ଗ୍ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି। ଶନିବାର କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ଏହି ୨ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଶାଳିଆ ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ଶରଧାପୁର ଡିଷ୍ଟ୍ରିବ୍ୟୁଟାରୀ ଆରଡି ୧୦.୮୩ କିମି ଠାରୁ ୧୩.୦୮ କିମିର ଏସ୍ ଆଇ ପି ଓ୍ବାରଙ୍କି ଆରଡି ୧୧.୦୦ କିମି ଠାରୁ ୧୨.୦୭୫ କିମି ପର୍ଯ୍ୟନ୍ତ ଏହି ଟ୍ରଫ୍ ଓ୍ବାଲ୍ ଲାଇନିଙ୍ଗ୍ ନିର୍ମାଣ ହେବ। ଏଥିପାଇଁ ୧ କୋଟି ୬୦ ଲକ୍ଷ ୨୮ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି। ସେହିପରି ଶାଳିଆ ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ କନିଆରିବାଡି ଡିଷ୍ଟ୍ରିବ୍ୟୁଟାରୀ ଠାରୁ ଆରଡି ୦.୮୩ କିମି ରୁ ୨.୫୦ ର ଏସ୍ ଆଇପି ନିମନ୍ତେ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏଥିପାଇଁ ୧ କୋଟି ୫୩ ଲକ୍ଷ ୧୬ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି।ପୂର୍ବରୁ ଶାଳିଆ ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ଏହି ୨ କେନାଲ ଗଳିଆ ରହୁଥିବା ବେଳେ ଏବେ କେନାଲ ଗୁଡିକୁ କଂକ୍ରିଟ୍ କରାଯାଇ ଉନ୍ନତି କରାଯିବ। ଯଦ୍ବାରା ଚାଷୀଙ୍କ ଚାଷ ଜମିରେ ସୁବିଧାରେ ପାଣି ପହଞ୍ଚି ପାରିବ। ଚାଷୀ ଭଲ ଫସଲ ଉତ୍ପାଦନ କରି ଆୟକୁ ଦ୍ବିଗୁଣିତ କରିପାରିବେ ବୋଲି କହିଛନ୍ତି ବିଧାୟକ ପ୍ରତାପ ଚନ୍ଦ୍ର ନାୟକ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଆସିଷ୍ଟାଣ୍ଡ ଏଜୁକେଟିଭ ଇଞ୍ଜିନିୟର ସୁରେନ୍ଦ୍ର କୁମାର ସାହୁ, ଏସଡିଓ
ବାଳକୃଷ୍ଣ ବିଷୋୟୀ, ବରିଷ୍ଠ ବିଜେପି ନେତା ମନୋଜ କୁମାର ପାଣ୍ଡି, ବୁରୁଝୁରୀ ସରପଞ୍ଚ ବିନୋଦ ଚନ୍ଦ୍ର ଜେନା, ସମିତି ସଭ୍ୟା ସୁଚିତ୍ରା ମହାନ୍ତି, ତାଳସର ସମିତି ସଭ୍ୟ ମାଧବ ରାଉତ, ପୂର୍ବତନ ଜିଲ୍ଲା ପରିଷଦ ଶରତ ଚନ୍ଦ୍ର ପାଣ୍ଡି, ଅଶୋକ ତାରେଣୀ, ମଣ୍ଡଳ ସଭାପତି ରାଜେନ୍ଦ୍ର ଭୂୟାଁଙ୍କ ସମେତ ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

  • jmjnewso

    Related Posts

    ନିର୍ମାଣ କୌଶଳ ବିକାଶ ପ୍ରତିଷ୍ଠାନ ଉଦ୍‌ଘାଟିତ

    Spread the love

    Spread the loveକବିସୂର୍ଯ୍ୟନଗର : ଜେଏମଜେ ବ୍ୟୁରୋ କବିସୂର୍ଯ୍ୟନଗର ବନଦେବୀ ଆଇ.ଟି.ଆଇ ଠାରେ ଏଲ୍ ଏଣ୍ଡ ଟି ପ୍ରାଇଭେଟ୍ ଲିମିଟେତ ସଂସ୍ଥା ତରଫରୁ ଏକ construction skill training institute ର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ L &…

    SIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ

    Spread the love

    Spread the loveSIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ କଳାହାଣ୍ଡି: ଜେଏମଜେ ନ୍ୟୁଜ : SIR କାର୍ଯ୍ୟରେ ଅବହେଳା ପାଇଁ ଚାକିରିରୁ ନିଲମ୍ବିତ ହେଲେ BLO ଦାୟିତ୍ବରେ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋରିଙ୍ଗପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026