ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା:2 ଟି ଟ୍ରଙ୍କ ରେ ୩୦ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ

Spread the love

ବ୍ରହ୍ମପୁର:ଜେଏମଜେ ନ୍ୟୁଜ:(ବିଭୁତି ଶତପଥୀ): ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା । କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ବୈଦ୍ୟନାଥପୁର ଥାନା ପୋଲିସ । ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ପୋଲିସ । ପ୍ରାୟ ୩୦ ହଜାର ପୃଷ୍ଠା ସମ୍ବଳିତ ପ୍ରାଥମିକ ଚାର୍ଜସିଟ୍ ପୋଲିସ ଦାଖଲ କରିଛି ।

ଦୁଇଟି ଟ୍ରଙ୍କ୍‌ରେ ଚାର୍ଜସିଟ କୋର୍ଟକୁ ଆଣି ପୋଲିସ ଦାଖଲ କରିଛି । ଏହା ପୂର୍ବରୁ ଡି ସେମ୍ବର ୯ ତାରିଖରେ ମାମଲାର ସିଡ଼ି ତଥା କେସ୍ ଡାଏରୀ ପୋଲିସ କୋର୍ଚରେ ଦାଖଲ କରିଥିଲା ।
ଆଇନଜୀବୀ ତଥା ବରିଷ୍ଠ ବିଜେପ ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା ମାମଲାରେ ମୋଟ ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫଙ୍କ ମଧ୍ୟରେ ରହିଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାସ, ବିଜେଡି କର୍ପୋରେଟର ମଳୟ ବିଷୋୟୀ, ବିଜେଡି ନେତା ମଦନ ଦଳେଇ ପ୍ରମୁଖ ।

ଗତ ଡିସେମ୍ବର ୧୬ ତାରିଖରେ ବିକ୍ରମ ପଣ୍ଡାଙ୍କ ସହ ୫ ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ (ତୃତୀୟ) । ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ ପିଣ୍ଟୁ, ଆଇନଜୀବୀ ମଦନ ମୋହନ ଦଳାଇ, ସୁନୀଲ ହୋତା ଓ ଶୂନ୍ୟ ଦାସଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା ।

  • jmjnewso

    Related Posts

    ଭଞ୍ଜନଗର ଥାନାରେ ତୃତୀୟ ମୋବାଇଲ ମେଳା

    Spread the love

    Spread the loveଭଞ୍ଜନଗର : ଜେଏମଜେ ନ୍ୟୁଜ (ପୁରୁଷୋତ୍ତମ ମହାପାତ୍ର ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନାରେ ଚଳିତ ବର୍ଷର ତୃତୀୟ ମୋବାଇଲ ମେଳା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଚୋରି ଓ ହଜିଯାଇଥିବା ମୋବାଇଲ୍ ଫୋନ୍‌ ମଧ୍ୟରୁ ମୋଟ ୩୫ଟି…

    କୁଶପଡା ରେ ନିଆରା ବାହୁଡା଼ ଯାତ୍ରା

    Spread the love

    Spread the love ଦିଗପହଣ୍ଡି : ଜେଏମଜେ ନ୍ୟୁଜ (ଗଜାନନ ତ୍ରିପାଠୀ ): ଓଡ଼ିଶା ରାଜ୍ୟ ଗଂଜାମ ଜିଲ୍ଲା ଦିଗପହଣ୍ଡିର କୁଶପଡ଼ାରେ ଗ୍ରାମରେ କବିରୀଜ ଡ଼କ୍ଟର ଗଜାନନ ତ୍ରିପାଠୀ ଆଇନଜୀବୀ ଏବଂ ସାମ୍ବାଦିକ ଙ୍କ ଦ୍ବାରା ପ୍ରତିଷ୍ଠିତ ଚତୁର୍ଦ୍ଧା ଦୁରୁ ଦିଅଁ…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026