ଚବିଶି ପ୍ରହର ନାମଯଜ୍ଞ ନିମନ୍ତେ କଳସ ଯାତ୍ରା

Spread the love

ବୌଦ୍ଧ: ଜେଏମଜେ ନ୍ୟୁଜ : (ପୂର୍ଣ୍ଣ ଚରଣ ସାହୁ )ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଶ୍ରୀ ରଘୁନାଥ ନାଟ୍ୟ ସଂସଦ ପକ୍ଷରୁ ଫାଲଗୁନ ପୂର୍ଣ୍ଣିମା ଉପଲକ୍ଷେ ଆୟୋଜିତ ୨୪ ପ୍ରହର ନାମଯଜ୍ଞ ନିମନ୍ତେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଦିନ ପୂର୍ବାହ୍ନରେ ଗ୍ରାମର ଉପାସକ ଓ ଶ୍ରଦ୍ଧାଳୁ ମହିଳା ଏକ ବର୍ଣ୍ଣାଢ୍ୟ ପରିବେଶରେ ଘଣ୍ଟ ଶଙ୍ଖ, ହୁଳହୁଳି ଓ ସଂକୀର୍ତ୍ତନ ରେ ନିକଟସ୍ଥ ତେଲ ନଦୀର ସମଲେଶ୍ଵରୀ ଘାଟରେ ମା’ ଗଙ୍ଗାମାତାଙ୍କୁ ପୂଜାର୍ଚ୍ଚନା ପରେ ଜଳ ପୂର୍ଣ୍ଣ କଳସରେ ଗ୍ରାମ୍ୟ ପରିକ୍ରମା ପରେ ନାମଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା। ମଧ୍ୟରାତ୍ରରେ ଅଧିବାସ ପରେ ସକାଳୁ ମହାମନ୍ତ୍ର ନାମାରମ୍ଭ ହେବ ବୋଲି ପୂଜା କମିଟୀ ମ୍ୟାନେଜର ଆରତ ବାଇ ପ୍ରକାଶ କରିଛନ୍ତି। ଉକ୍ତ କଳସ ଯାତ୍ରାରେ ପୂଜକ ପଣ୍ଡିତ ମନୋଜ ପାଣିଗ୍ରାହୀ ପୂଜାକାର୍ଯ୍ୟ କରିଥିବା ବେଳେ ଗ୍ରାମର ଜମିଦାର ବସନ୍ତ ମାଝୀ ଓ ପତ୍ନୀ ଶ୍ରୀମତୀ ପୂର୍ଣ୍ଣମାସୀ ମାଝୀ କର୍ତ୍ତାକାର୍ଯ୍ୟ ତୁଲାଇଥିଲେ। ଗ୍ରାମର ସମସ୍ତ ଅଧିବାସୀ ସହଯୋଗ କରିଥିଲେ।

  • jmjnewso

    Related Posts

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    Spread the love

    Spread the loveଗତକାଲି ରାତିରେ ବିବାହ ପ୍ରୋଶେସନକୁ ନେଇ ଘଟିଥିଲା ଘଟଣା । ପୋଲସରା ଥାନା ବାଲିଘାଇ ଗାଁରେ ଯୁବକକୁ ହତ୍ୟା ଘଟଣା । ମୃତ ଦେହକୁ ରଖି ରାସ୍ତାରୋକ ।ପୋଲସରା-ବୁଢାମ୍ଵ ଗାଡି ଚଳାଚଳ ବନ୍ଦ । ପୋଲସରା: ଜେଏମଜେ ବ୍ୟୁଇବଡ଼ ଭାଇର…

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର

    Spread the love

    Spread the loveବୌଦ୍ଧ:ଜେଏମଜେ ନ୍ୟୁଜ :(ପୂର୍ଣ୍ଣ ଚରଣ ସାହୁ )ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପୁଲିସ ପକ୍ଷରୁ କଣ୍ଟାମାଳ -ଡ଼ୁମାଲପାଲି -ଉଦେପୁର ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ କାର ଭିତରୁ ବିପୁଳ ଗଞ୍ଜେଇ ଜବତ କରିଥିବା ବେଳେ ଗାଡିର ଡ୍ରାଇଭର ଫେରାର…

    Leave a Reply

    Your email address will not be published. Required fields are marked *

    You Missed

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!