ଭୁବନେଶ୍ୱର: ଜେଏମଜେ ନିୟୁଜ୍(ପ୍ରମୋଦ କୁମାର ମହାପାତ୍ର)
ରାଜ୍ୟ ସଭା ନିର୍ବାଚନ ପାଇଁ ଓଡିଶା ରାଜନୀତି ସରଗରମ ଥିବା ବେଳେ ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜ ପ୍ରାଥୀ ଘୋଷଣା ପାଇଁ ଆରମ୍ଭ ହୋଇଛି ରଣନୀତି.. ଇତି ମଧ୍ୟରେ କଂଗ୍ରେସ ରୁ ଲଳିତ ମୋହନ ପଟ୍ଟନାୟକ ରାଜ୍ୟସଭା ପ୍ରା୍ଥୀ ହୋଇପାରନ୍ତି। ବୋଲି ରାଜଧାନୀ ରେ ଚର୍ଚ୍ଚା ଆରମ୍ଭ ହୋଇଛି.
ଯାହା କୁହାଯାଇଛି ଲଳିତ ବାବୁ ଜଣେ ବରିଷ୍ଠ ରାଜନୈତିକ ବ୍ୟକ୍ତି, ସାମାଜିକ ନ୍ୟାୟ,ମହାନଦୀ ସଂଗ୍ରାମ ଓ ରେଲବିଭାଗ ଓ ଅନ୍ୟ ସରକାରୀ କ୍ଷେତ୍ର ରେ ତାଙ୍କର ଦକ୍ଷତା ବହୁତ୍ ଅଛି।ତେଣୁ ଜନମଞ୍ଚ ଓ ନିଛକ ଖଟିରୁ ତାଙ୍କୁ ରାଜ୍ୟ ସଭା ପ୍ରାର୍ଥୀ କରିବା ପାଇଁ ବହୁ ଦିଗରୁ ଚାପ ପଡ଼ିଲାଣି। ଏପଟେ ପିସିସି ପକ୍ଷରୁ 5 ଜଣଙ୍କ ନାମ ଦିଲ୍ଲୀ ଯାଇଥିବା ଶୁଣା ଯାଉଥିବା ବେଳେ ପ୍ରାଥୀ ଦୌଡ଼ରେ ଥିବା ଲଳିତ ପଟ୍ଟନାୟକ ଙ୍କୁ ଦିଲ୍ଲୀ ହାଇକମାଣ୍ଡ ମୋହର ମାରିବେ କି ବୋଲି ଆଲୋଚନା ଚାଲିଛି






