ଦିନଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ପୁଲିସ ଉପରେ ଆକ୍ରମଣ: ଆଇନ ଶୃଙ୍ଖଳା କୁ ଉଠିଲା ପ୍ରଶ୍ନ?

Spread the love

ବାଲିଗୁଡା : ଜେଏମଜେ ନ୍ୟୁଜ : ଅନ୍ୟକୁ ସୁରକ୍ଷା ଯୋଗାଇବା ପାଇଁ ନ୍ୟସ୍ତ ଥିବା ପୁଲିସ ଅଧିକାରୀଙ୍କ ଉପରେ ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତାରେ ଆକ୍ରମଣ ହେବା ଘଟଣା ଏବେ ପୁଲିସର ପାରିବାପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। କନ୍ଧମାଳ ପୁଲିସ କେବଳ ମାଓ ଦମନରେ ବ୍ୟସ୍ତ ରହୁଥିବାବେଳେ ଜିଲ୍ଲାରେ ଏବେ ଆଇନଶୃଙ୍ଖଳା ବିଗିଡ଼ି ଯାଇଛି।ଏଭଳି ଏକ ବିଚିତ୍ର ସ୍ଥିତି ଆଜି ଫୁଲବାଣୀ ସହରରେ ଦେଖିବାକୁ ମିଳିଛି।

ଆଜି ଫୁଲବାଣୀ ସହରର ସାଇ ମନ୍ଦିର ନିକଟରେ ଜଣେ ପୁଲିସ କନଷ୍ଟେବଳଙ୍କୁ ଦିନ ଦ୍ବିପ୍ରହରରେ ଦୁଇ ଜଣ ମଦ୍ୟପ ଯୁବକ ମରଣାନ୍ତକ ଆକ୍ରମଣ କରିବା ଘଟଣା ସହରରେ ଆଲୋଡ଼ନ ସୃଷ୍ଟି କରିଛି। ଦିନ ୧୧ଟା ସମୟରେ ସ୍ଥାନୀୟ ସାଲୁଙ୍କୀସାହିର ଯୁବକ ସନ୍ତୋଷ ପ୍ରଧାନ ଓ ଅଞ୍ଜନ ସ୍ବାଇଁ ନାମକ ଦୁଇ ଜଣ ଯୁବକ ଏବଂ ବିନା ବର୍ଦ୍ଦିରେ ଥିବା ପୁଲିସ କନଷ୍ଟେବର ମନୋରଞ୍ଜନ ସାବତଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହି ଯୁକ୍ତିତର୍କ ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ, ଯୁବକ ଦୁଇଜଣ ପୁଲିସ କନେଷ୍ଟେବଳ ମନୋରଞ୍ଜନଙ୍କୁ ତଳେ ପକାଇ ବେକ, ଛାତି ଓ ମୁହଁରେ ଗୋଇଠା ମାରିଥିଲେ।

ଛୁରୀରେ ମଧ୍ୟ ଆକ୍ରମଣ କରିଥିଲେ। ଉପସ୍ଥିତ ଲୋକେ ଏହି ଦୃଶ୍ୟ ଦେଖୁଥିବାବେଳେ ଭୟରେ କେହି ବି ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ଉଦ୍ଧାର କରିବାକୁ ଆସି ନଥିଲେ। କିଛି ଦୂରରେ ଥିବା କେତେଜଣ ସାମ୍ବାଦିକ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ପୁଲିସ କନଷ୍ଟବଳକୁ ଉଦ୍ଧାର କରିଥିଲେ। ଏହା ପରେ ସମ୍ପୃକ୍ତ ପୁଲିସ କନଷ୍ଟବଳକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଫୁଲବାଣୀ ଟାଉନ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ୨ ଜଣ ମଦ୍ୟପ ଯୁବକଙ୍କୁ ଗିରଫ କରିଛନ୍ତି।

ଏ ନେଇ ଫୁଲବାଣୀ ଆଦର୍ଶ ଥାନାରେ ଏକ ମାମଲା (ନଂ.୬୨/୨୭.୨.୨୦୨୬) ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଆହତ ପୁଲିସ କନଷ୍ଟେବଳଙ୍କ ପତ୍ନୀ ମଧ୍ୟ ଜଣେ ପୁଲିସ କର୍ମଚାରୀ ବୋଲି ସୂଚନା ମିଳିଛି। ଫୁଲବାଣୀ ସହରରେ ଅନ୍ୟ ମାନଙ୍କୁ ସୁରକ୍ଷା ଦେବାର ଦାୟିତ୍ବରେ ଥିବା ଖୋଦ ପୁଲିସ ଅଧିକାରୀଙ୍କ ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରିବା ଘଟଣା ଏବେ ସାରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଗତ କିଛି ବର୍ଷ ଧରି ଫୁଲବାଣୀ ସହରରେ ଡ୍ରଗ୍ସ, ଗଞ୍ଜେଇ ଏବଂ ଚୋରା ମଦ କାରବାର ବଢ଼ି ଯାଇଥିବାରୁ ସହରରେ ଚୋରି,ଡକାୟତି ବୃଦ୍ଧି ସାଙ୍ଗକୁ ଆଇନଶୃଙ୍ଖଳା ସ୍ଥିତି ଉପୁଜୁଛି। ପୁଲିସ କେବଳ ମାଓ ଦମନରେ ବ୍ୟସ୍ତ ରହୁଥିବାବେଳେ ଜିଲ୍ଲାର ଆଇନଶୃଙ୍ଖଳା ସ୍ଥିତି ପ୍ରତି ଧ୍ୟାନ ଦେଉନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

  • jmjnewso

    Related Posts

    ମହିଳା ମାଓବାଦୀ ମୋଙ୍ଗଡ଼ିଙ୍କ ଆତ୍ମସମର୍ପଣ;

    Spread the love

    Spread the loveରାଉରକେଲା: ଜେଏମଜେ ନ୍ୟୁଜ : ଜଣେ ମହିଳା ମାଓବାଦୀ ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସୂଚନାଥାଉକି, ସେ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଥିବା ବାଙ୍କୋ ଖଣିରୁ ୫ ହଜାର କେଜି ବିସ୍ଫୋରକ ଲୁଟ୍ ଘଟଣାରେ ସଂପୃକ୍ତ ଥିଲେ।…

    2ଶହ କୋଟି ଟଙ୍କାର ଗଂଜେଇ ତେଲ ଜବତ।

    Spread the love

    Spread the love କୋରାପୁଟ : ଜେଏମଜେ ନ୍ୟୁଜ (ଦେବାଶ୍ରିତ ପଟ୍ଟନାୟକ ): କୋରାପୁଟ ପୋଲିସ କୁ ବଡ଼ ସଫଳତା ଗଂଜେଇ ତେଲ ଜବତ lଫୁଲବାଣୀ ପରେ କୋରାପୁଟ ଜିଲ୍ଲା ଗଂଜେଇ ମାଫିଆ ଙ୍କ ଆଡ୍ଡା ସ୍ଥଳୀ ପାଲଟି ଥିବା ବେଳେ…

    Leave a Reply

    Your email address will not be published. Required fields are marked *

    You Missed

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!