ପାଟଶାଣୀ କହିଲେ ପାଣ୍ଡିଆନ ପାଇଁ ବିଜେଡି ଛାଡ଼ିଲି.

Spread the love

‘ମୁଁ ବିଜେଡି ଛାଡ଼ିବା ପଛରେ ପାଣ୍ଡିଆନ ଦାୟୀ। ପାଣ୍ଡିଆନଙ୍କ ପାଇଁ ମୁଁ ବିଜେଡି ଛାଡ଼ିଲି। ପାଣ୍ଡିଆନ ଥିଲା ଯାଏ ବିଜେଡି କେବେ ଜିତିବନି। ‘ବିଜେଡି ଛାଡ଼ିବାର କିଛି ଦିନ ପରେ ଆଜି ଗଣମାଧ୍ୟମରେ ଆଗରେ ଏଭଳି କିଛି ବୟାନ ଦେଇଛନ୍ତି ପୂର୍ବତନ ସାଂଦସ ପ୍ରସନ୍ନ ପାଟ୍ଟଶାଣୀ। ସେ କହିଛନ୍ତି, ଯେଉଁ ଦଳକୁ ଆମେ ସଂଘର୍ଷ କରି ଗଢ଼ିଥିଲୁ, ମୋର ଦୁର୍ଭାଗ୍ୟ ଯେ ସେହି ଦଳ ଛାଡ଼ି ଆସିବାକୁ ପଡ଼ିଲା।

ମୁଁ ସ୍ପଷ୍ଟ ଭାବେ କହୁଛୁ ଯେ, ପାଣ୍ଡିଆନ ବାବୁଙ୍କ ପାଇଁ ମୁଁ ବିଜେଡି ଛାଡ଼ି ଦେଲି। ବିଜେଡିର ପରାଜୟକୁ ନେଇ ବଡ଼ ବୟାନ ରଖିଛନ୍ତି ପ୍ରସନ୍ନ। କହିଛନ୍ତି, ପାଣ୍ଡିଆନଙ୍କ ପାଇଁ ଲୋକପ୍ରିୟ ସରକାର ଚାଲିଗଲା। ଯେପର୍ଯ୍ୟନ୍ତ ପାଣ୍ଡିଆନ ଥିବେ, ସେପର୍ଯ୍ୟନ୍ତ ବିଜେଡି ଆସିବନି।

ଅମର ଶତାପଥୀ ଯାହା କହିଛନ୍ତି କିଛି ଖରାପ କହିନାହାନ୍ତି। ମୋତେ ଦୁଃଖ ଲାଗୁଛି, ଯେତେ ପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ସେ ପର୍ଯ୍ୟନ୍ତ ବିଜେଡି ଆସିବ ନାହିଁ। ଲୋକମାନେ ଥରେ ଫୋପାଡ଼ି ଦେଲେ ଦଳର ଅବସ୍ଥା କ’ଣ ହୁଏ, ଆପଣମାନେ ଦେଖିପାରିଲେ। କାହିଁକି ସେ ପାଣ୍ଡିଆନ ପଛରେ ଗୋଡ଼ାଇଛ ବୋଲି ଅନ୍ୟ ନେତାଙ୍କୁ ପ୍ରଶ୍ନ କରିଛନ୍ତି ପାଟ୍ଟଶାଣୀ।

ପ୍ରସନ୍ନ କହିଛନ୍ତି, ଦଳରେ ଥିଲା ବେଳେ ମୁଁ ନବୀନ ବାବୁଙ୍କ ସହ ବୁଲୁଥିଲି। ନବୀନ ବାବୁଙ୍କ ପ୍ରତି ମୋ ଦୁର୍ବଳତା ରହିବା ସ୍ୱାଭାବିକ। ମୁଁ ତାଙ୍କ ବିରୋଧରେ କେବେ କିଛି କହି ନାହିଁ କି, ଏବେ ମଧ୍ୟ କହୁ ନାହିଁ। ପାଣ୍ଡିଆନ ଯୋଗୁ ଗୋଟିଏ ଲୋକପ୍ରିୟ ସରକାର ଚାଲିଗଲା।

ଲୋକେ ନବୀନ ପଟ୍ଟନାୟକଙ୍କୁ ବିରୋଧରେ କିଛି କହୁ ନାହାନ୍ତି। ସମସ୍ତେ ପାଣ୍ଡିଆନଙ୍କ ବିରୋଧରେ କହୁଛନ୍ତି। ତାଙ୍କୁ କାହିଁକି କେଜାଣି ରଖିଛନ୍ତି? ସୂଚନାଯୋଗ୍ୟ,୨୦୨୪ରେ ପାଟ୍ଟଶାଣୀଙ୍କୁ ଟିକେଟ୍ ଦେଇ ନଥିଲା ବିଜେଡି। ଏହାପରେ ବିଜେପି ପ୍ରତି ଢଳିଥିଲେ ପ୍ରସନ୍ନ। ୨୪ ନିର୍ବାଚନ ପ୍ରଚାର ବେଳେ ବିଜେପି ଉତ୍ତରୀୟ ପିନ୍ଧିଥିଲେ। ପରେ ଦିଲ୍ଲୀ ଯାଇ ବିଜେପିରେ ମିଶିଥିଲେ।

  • Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 21 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 29 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 45 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 44 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 76 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ