ଆଗକୁ ଅସମ୍ଭାଳ ହେବ ତାତି, ସକାଳୁଆ ସ୍କୁଲ ପାଇଁ ଅଭିଭାବକଙ୍କ ଦାବି

Spread the love

ଜେଏମଜେ ନ୍ୟୁଜ : ଏବେଠୁ ତାତି ଅସମ୍ଭାଳ ହେଲାଣି । ଦିନରେ ସର୍ବାଧିକ ତାପମାତ୍ରା କେଉଁଠି ୩୫ ଡିଗ୍ରୀ ତ ଆଉ କେଉଁଠି ୪୦ ଡିଗ୍ରୀ ଛୁଇଁଲାଣି । ଦିନରେ ଖାଲି ଫ୍ୟାନ୍‌ରେ ବସି ହେଉନି । ଏମିତିରେ ବି ଅଘୋଷିତ ବିଦ୍ୟୁତ୍‌ କାଟ ହେଉଛି । ଏପରି ଅବସ୍ଥାରେ ଦିନରେ ସ୍କୁଲରେ ହନ୍ତସନ୍ତ ହୋଇ ପଡ଼ୁଛନ୍ତି ସରକାରୀ ସ୍କୁଲ ଛାତ୍ରଛାତ୍ରୀ ।

ମାତ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସକାଳୁଆ ସ୍କୁଲ କରିବା ବଦଳରେ ଚିରାଚରିତ ଭାବେ ଏପ୍ରିଲ୍‌ ୨କୁ ଅପେକ୍ଷା କରିଛି । ଏପ୍ରିଲ୍‌ ୨ ହେଲେ ହିଁ ସକାଳୁଆ ସ୍କୁଲ କରାଯିବ । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନ ନଦେଇ ବେଫିକର ହୋଇଛି ବିଭାଗ । ଏପରି କହି ଶିକ୍ଷକ, ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପରିକି ଶିକ୍ଷକ ସଂଗଠନମାନେ ସକାଳୁଆ ସ୍କୁଲ କରିବା ଦାବିରେ ବିଭାଗକୁ ଚିଠି ଲେଖିଛନ୍ତି । ତାତି ୪୦ ଡିଗ୍ରୀ ଛୁଇଁଲାଣି।

ମାତ୍ର ବିଭାଗର ମୁଣ୍ଡରେ ରହିଛି ପ୍ରତିବର୍ଷ ପରି ଏପ୍ରିଲ୍‌ ମାସ ହେଲେ ହିଁ ସକାଳୁଆ ସ୍କୁଲ ହେବ । ସେଣିକି ଯେତେ ଖରା ହେଉଛି ହେଉ । କିନ୍ତୁ ଏପଟେ କୋମଳମତି ଶିଶୁବାଟିକା ପିଲାଙ୍କଠୁ ଆରମ୍ଭ କରି ପ୍ରାଥମିକ ସ୍କୁଲ ପିଲା ଖରାରେ ମଧ୍ୟାହ୍ନରେ ସିଜୁଛନ୍ତି । ଦିନ ୧୧ ବାଜିବା ମାତ୍ରେ କ୍ଲାସରୁମ୍‌ରେ ବସିପାରୁନାହାନ୍ତି । ଗ୍ରାମାଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍‌ କାଟ୍‌ ହେଉଛି । ଫଳରେ ପିଲାମାନେ ହନ୍ତସନ୍ତ ହେଉଛନ୍ତି । ଏପରିକି କୋମଳମତି ଶିଶୁ ଯେଉଁମାନେ ଶିଶୁବାଟିକାରେ ପଢ଼ୁଛନ୍ତି ସେମାନଙ୍କ ଅବସ୍ଥା କ’ଣ ଯେ ହେଉଛି ତାହା ପରିକଳ୍ପନା କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ।

ଅଲ୍‌ ଉତ୍କଳ ପ୍ରାଥମିକ ଟିଚର୍ସ ଫେଡେରେସନ୍‌ ପକ୍ଷରୁ ଗତ ଗୁରୁବାର ଦିନ ଗଣଶିକ୍ଷା ବିଭାଗ ସଚିବଙ୍କ ଉଦ୍ଦେଶ୍ୟରେ ଏସଂପର୍କିତ ଏକ ଚିଠି ଦିଆଯାଇଛି । ଚିଠିରେ ଉଲ୍ଲେଖ କରାଯାଇଛି, ୯ତାରିଖରୁ ୧୩ ତାରିଖ ଯାଏ ପରୀକ୍ଷା ଚାଲିଥିବାରୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀର ପିଲାଙ୍କ ପାଇଁ ସକାଳ ସାଢ଼େ ୬ଟାରୁ ସାଢ଼େ ୧୧ଟା ଯାଏ ସ୍କୁଲ ଖୋଲାଥିଲା । ମାତ୍ର ଏବେଠୁ ଗ୍ରୀଷ୍ମ ପ୍ରଭାବର ସ୍ଥିତି ଏପରି ଅବସ୍ଥାରେ ହେଲାଣି ମଧ୍ୟାହ୍ନରେ ପିଲାଙ୍କ ସ୍କୁଲ କରିବା ସମ୍ଭବ ନୁହେଁ । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟି ରଖି ଗ୍ରୀଷ୍ମ ଅବକାଶ ଯାଏ ସକାଳୁଆ ସ୍କୁଲ କରାଯାଉ । ସେହିପରି ପ୍ରାଥମିକ ଶିକ୍ଷକ ନେତା ବ୍ରହ୍ମାନନ୍ଦ ରାଉତ କହିଛନ୍ତି, ଏନେଇ ଆମେ ବାରମ୍ବାର ସରକାରୀ ଅଧିକାରୀଙ୍କୁ ଭେଟୁଛୁ । ମାତ୍ର ସେମାନେ କହୁଛନ୍ତି ସରକାର କହିଲେ ଆମେ ସକାଳୁଆ ସ୍କୁଲ କରିବୁ ।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 24 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 20 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 29 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 36 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 41 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 36 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ