କୋଦଳା ପିଏମ୍ ଶ୍ରୀ ସ୍ବର୍ଣ୍ଣମୟୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

Spread the love


କୋଦଳା:ଜେଏମଜେ ନ୍ୟୁଜ :(ଭଗବାନ ପାଢ଼ୀ ):
ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ସ୍ଥିତ ପିଏମ୍ ଶ୍ରୀ ସ୍ବର୍ଣ୍ଣମୟୀ ଉଚ୍ଚ ବିଦ୍ୟାଳୟର ୭୧ତମ ବାର୍ଷିକ ଉତ୍ସବ ମହାସମାରୋହ ସହ ବିଦ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଓ ଗୁରୁବାର ୨ ଦିନ ଧରି ଅନୁଷ୍ଠିତ ଏହି ଉତ୍ସବର ପ୍ରଥମ ଦିନର କ୍ରୀଡା ଉତ୍ସବ କୁ ଆବାହକ ତଥା ପ୍ରଧାନ ଶିକ୍ଷକ ଉମାକାନ୍ତ ବେହେରାଙ୍କ ସଭାପତିତ୍ବ ରେ କାର୍ଯ୍ୟକ୍ରମ ଉଦଘାଟନ ହୋଇଥିଲା l ମୁଖ୍ୟ ଅତିଥି ଭାବେ ଅଲମ୍ପିୟାଡ ଏସିଆନ ପୁରସ୍କାର ବିଜେତା ରାଷ୍ଟ୍ରପତିଙ୍କ ଦ୍ୱାରା ଅର୍ଜୁନ ପୁରସ୍କାର ପ୍ରାପ୍ତ ଡ଼ିଏସପି କେ.ରବି କୁମାର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୋଦଳା କାରାଗାର ଅଧିକ୍ଷକ ମନୋଜ କୁମାର ସୂତ୍ତାର, ସିମାଞ୍ଚଳ ବାରିକ ଶାରୀରିକ ଟ୍ରେନର ସିମାଞ୍ଚଳ ବାରିକ,ପୁରାତନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପାତ୍ର, ଉପମନ୍ୟୁ ଶତପଥୀ, ସିଆରସିସି ବିଷ୍ଣୁ ପ୍ରସାଦ ସିଂ ଯୋଗଦେଇ ନିଜକୁ ପ୍ରତିଷ୍ଠା କରିବା ପାଇଁ ଇଚ୍ଛାଶକ୍ତି ର ଆବଶ୍ୟକତା ଗୁରତ୍ୱ ପୁର୍ଣ ବୋଲି ପ୍ରକାଶ କରିଥିଲେ।ମୁଖ୍ୟ ବକ୍ତା ଭାବେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ମହାସଚିବ ଦଣ୍ଡପାଣି ମହାପାତ୍ର ଯୋଗ ଦେଇ ଛାତ୍ର ମାନଙ୍କୁ ବିଭିନ୍ନ ଶିକ୍ଷଣୀୟ ଉଦାହରଣ ଦେଇ ଛାତ୍ର ମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଉଦେଶ୍ୟରେ ପ୍ରେରଣାଦାୟକ ବକ୍ତବ୍ୟ ପ୍ରଦାନ କରିଥିଲେ। ।ଶେଷରେ କ୍ରୀଡାରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହିତ ପୁରସ୍କାର ପ୍ରଦାନ କରିଥିଲେ l ମଞ୍ଚ ପରିଚାଳନା କରିଥିଲେ ପୂର୍ବତନ ଶିକ୍ଷୟତ୍ରୀ ଇପ୍ସିତା ମିଶ୍ର l ଗୁରୁବାର ଦିନ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ କୁ ପ୍ରଧାନ ଶିକ୍ଷକ ଉମାକାନ୍ତ ବେହେରା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କୋଦଳା ଏବିଓ ରବୀନ୍ଦ୍ର ନାଥ ଶବର ଯୋଗଦେଇଥିବା ବେଳେ,ମୁଖ୍ୟବକ୍ତା ଭାବେ ପୁରୀ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଜ୍ଞାନାନନ୍ଦ ସାଗର କୁମାର ଯୋଗ ଦେଇ ବିଦ୍ଯାଳୟର ଉନ୍ନତି ତଥା ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ପୌରାଣିକ ଉଦାହରଣ ମାଧ୍ୟମ ରେ ନିଜର ସୁ ଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ । ସେହିପରି ସ୍ବତନ୍ତ୍ର ସମ୍ମାନିତ ଅତିଥି ଭାବେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ମହାସଚିବ ଦଣ୍ଡପାଣି ମହାପାତ୍ର, ପ୍ରାକ୍ତନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପାତ୍ର ପୂର୍ବତନ ସିଆରସିସି ଅଶ୍ୱିନୀ କୁମାର ପ୍ରହରାଜ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଯୋଗଦେଇ ଛାତ୍ର ମାନଙ୍କୁ ନିଜ ନିଜର ସୁ ଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଜିର କାର୍ଯ୍ୟକ୍ରମକୁ ପୂର୍ବତନ ଶିକ୍ଷୟତ୍ରୀ ଇପ୍ସିତା ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ଯାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ,ଛାତ୍ରଛାତ୍ରୀମାନଙ୍କ ସହ ବହୁ ଅଭିଭାବକ ଅଭିଭାବିକା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଭରପୁର ଉପଭୋଗ କରିଥିଲେ।ଉଭୟ ଦିନର କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ସମସ୍ତ ଅତିଥି ଙ୍କୁ ସମ୍ମାନିତ କରାଯାଇ ଥିଲା । ଶେଷରେ ଛାତ୍ର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇ କାର୍ଯ୍ୟକ୍ରମ କୁ ଉଦଯାପନ କରାଯାଇଥିଲା ।

  • jmjnewso

    Related Posts

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    Spread the love

    Spread the loveଗତକାଲି ରାତିରେ ବିବାହ ପ୍ରୋଶେସନକୁ ନେଇ ଘଟିଥିଲା ଘଟଣା । ପୋଲସରା ଥାନା ବାଲିଘାଇ ଗାଁରେ ଯୁବକକୁ ହତ୍ୟା ଘଟଣା । ମୃତ ଦେହକୁ ରଖି ରାସ୍ତାରୋକ ।ପୋଲସରା-ବୁଢାମ୍ଵ ଗାଡି ଚଳାଚଳ ବନ୍ଦ । ପୋଲସରା: ଜେଏମଜେ ବ୍ୟୁଇବଡ଼ ଭାଇର…

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର

    Spread the love

    Spread the loveବୌଦ୍ଧ:ଜେଏମଜେ ନ୍ୟୁଜ :(ପୂର୍ଣ୍ଣ ଚରଣ ସାହୁ )ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପୁଲିସ ପକ୍ଷରୁ କଣ୍ଟାମାଳ -ଡ଼ୁମାଲପାଲି -ଉଦେପୁର ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ କାର ଭିତରୁ ବିପୁଳ ଗଞ୍ଜେଇ ଜବତ କରିଥିବା ବେଳେ ଗାଡିର ଡ୍ରାଇଭର ଫେରାର…

    Leave a Reply

    Your email address will not be published. Required fields are marked *

    You Missed

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!