ଜେଏମଜେ ବ୍ୟୁରୋ : ପଶ୍ଚିମ ଏସିଆ ପରିସ୍ଥିତି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ରାଜ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣ ସମ୍ପର୍କରେ ସମୀକ୍ଷା କରିଛନ୍ତି I ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍କୁ ୨୪ ଘଣ୍ଟିଆ ଆକ୍ସନ୍ ମୋଡ୍ରେ ରଖିବା, ମାର୍କେଟ ସ୍ଥିତିର ନିୟମିତ ଅନୁଧ୍ୟାନ ଏବଂ ଅସାଧୁ ବେପାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ କଡା ପଦକ୍ଷେପ ଗ୍ରହଣ ସହ ପେଟ୍ରୋଲ, ଡିଜେଲ, ଗ୍ୟାସ୍ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ଉପରେ ନିୟମିତ ମନିଟରିଂ ଏବଂ ସମନ୍ୱୟରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।








