ଜଙ୍ଗଲରୁ ବଡ଼ଧରଣର ମାଓ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

Spread the love

କୋରାପୁଟ: ଜେଏମଜେ ନ୍ୟୁଜ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ବଦଳିପାହାଡ଼ ଜଙ୍ଗଲରୁ ବଡ଼ଧରଣର ମାଓ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଠାବ । ସମସ୍ତ ସାମଗ୍ରୀ ଆନ୍ଧ୍ର- ଓଡ଼ିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ବୋଲି ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଜେରା ବେଳେ ମିଳିଥିବା ଗୁପ୍ତ ତଥ୍ୟକୁ ଆଧାର କରି କୋରାପୁଟ ଜିଲ୍ଲା ଡିଭିଏଫ ପକ୍ଷରୁ ଛତିଶଗଡ଼ର ବସ୍ତର ଜିଲ୍ଲା ନାଙ୍ଗୁର ଥାନା ସୀମାକୁ ଲାଗି ରହିଥିବା ବଦଳିପାହାଡ଼ ଜଙ୍ଗଲରେ ଘନ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା । ସୋମବାର ଭୋର ସମୟରେ ଡିଭିଏଫ୍ ଦଳ ମାଓବାଦୀଙ୍କ ଦ୍ୱାରା ମାଟିତଳେ ଲୁଚାଇ ରଖାଯାଇଥିବା ସାମଗ୍ରୀ ସହ ବିସ୍ପୋରକ ଖୋଜି ବାହାର କରିଥିଲେ । ସେଥିମଧ୍ୟରୁ ଗୋଟିଏ ଇନସାସ୍ ରାଇଫଲ୍, ୬ଟି ଦେଶୀ ବନ୍ଧୁକ, ପ୍ରାୟ ୧୮ କେଜି ଓଜନର ଗୋଟିଏ କ୍ଲେମୋର୍ ମାଇନ୍, ୧୦ କେଜିର ଗୋଟିଏ ଟିଫିନ୍ ବମ ଏବଂ ୪ କେଜି ଓଜନର ୬ଟି ଟିଫିନ୍ ବମ୍ ଜବତ କରାଯାଇଛି। ଏହା ସହ ଗୋଟିଏ ମାଓବାଦୀ କିଟ୍ ବ୍ୟାଗ୍, ବିପୁଳ ପରିମାଣର ମାଓ ପୁସ୍ତକ, ବ୍ୟବହାର୍ଯ୍ୟ ଔଷଧ ଏବଂ ଖାଦ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି । କୋରାପୁଟ ଜିଲ୍ଲାକୁ ସମ୍ପୂର୍ଣ୍ଣ ମାଓ-ମୁକ୍ତ ଘୋଷଣା କରାଯାଇଛି ବର୍ତ୍ତମାନ ସ୍ଥିତିରେ ଜିଲ୍ଲାରେ ଯେପରି ମାଓବାଦୀମାନେ ପୁଣି ସକ୍ରିୟ ନ ହୋଇପାରିବେ । ସେଥିପାଇଁ ଏସଓଜି , ଡିଭିଏଫ୍ ଏବଂ ବିଏସଏଫ୍ ପକ୍ଷରୁ ମିଳିତ ଭାବେ ସୀମାନ୍ତ ଅଞ୍ଚଳରେ ନିୟମିତ କମ୍ବିଂ ଅପରେସନ୍ ଜାରି ରଖା ଯାଇଥିବା ଏସପି ସୂଚନା ଦେଇଛନ୍ତି ।

  • jmjnewso

    Related Posts

    ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ୯ଛାତ୍ର ଥାନାରେ ଅଟକ : ପ୍ରାକ ନିର୍ବାଚନୀ ହିଂସା!

    Spread the love

    Spread the love ବ୍ରହ୍ମପୁର : ଜେଏମଜେ ନ୍ୟୁଜ : ଛାତ୍ର ସଂସଦ ନିର୍ବାଚନର ବିଜ୍ଞପ୍ତି ଆସିବାର କିଛି ଘଣ୍ଟା ମଧ୍ୟରେ ଖଲ୍ଲିକୋଟ କଲେଜରେ ଦେଖିବାକୁ ମିଳିଛି କିଛି ଛାତ୍ରଙ୍କ ଅରାଜକତା l ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ…

    CMO ରୁ ଫାଇଲ ମିସିଂ ଘଟଣା : ୩ ଜଣଙ୍କ ବୟାନ ରେକର୍ଡ

    Spread the love

    Spread the loveଜେଏମଜେ ବ୍ୟୁରୋ : କନ୍ଧମାଳ ଦଙ୍ଗା କମିଶନ ଫାଇଲ ହଜିବା ଘଟଣାରେ କ୍ରାଇମବ୍ରାଞ୍ଚ ନୋଟିସ କରିଥିବା ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି । ଏନେଇ ଆଇଜିପି ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।ଭିକେ ପାଣ୍ଡିୟାନ, ମନୋଜ ମିଶ୍ର…

    Leave a Reply

    Your email address will not be published. Required fields are marked *

    You Missed

    ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ୯ଛାତ୍ର ଥାନାରେ ଅଟକ : ପ୍ରାକ ନିର୍ବାଚନୀ ହିଂସା!

    ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ୯ଛାତ୍ର ଥାନାରେ ଅଟକ : ପ୍ରାକ ନିର୍ବାଚନୀ ହିଂସା!

    ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

    ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

    ମା’ ତାରାତାରିଣୀଙ୍କ ହୁଣ୍ଡି ଖୋଲିଲା: ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା-ରୂପା,ବିଦେଶୀ ମୁଦ୍ରା ଓ ଭକ୍ତଙ୍କ ଭାବ ବିହ୍ଵଳ ଚିଠି

    ମା’ ତାରାତାରିଣୀଙ୍କ ହୁଣ୍ଡି ଖୋଲିଲା: ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା-ରୂପା,ବିଦେଶୀ ମୁଦ୍ରା ଓ ଭକ୍ତଙ୍କ ଭାବ ବିହ୍ଵଳ ଚିଠି

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    CMO ରୁ ଫାଇଲ ମିସିଂ ଘଟଣା : ୩ ଜଣଙ୍କ ବୟାନ ରେକର୍ଡ

    CMO ରୁ ଫାଇଲ ମିସିଂ ଘଟଣା : ୩ ଜଣଙ୍କ ବୟାନ ରେକର୍ଡ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ