ଇଞ୍ଜିନିୟରଙ୍କୁ ଗୃହ ଜିଲ୍ଲା ମନା

Spread the love

ଭୁବନେଶ୍ଵର: ଜେଏମଜେ ନ୍ୟୁଜ : ରାଜ୍ୟରେ ସରକାରୀ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଇଞ୍ଜିନିୟରଙ୍କ ପାଇଁ ବଡ଼ ଖବର। ସେମାନଙ୍କ ବଦଳି ସଂପର୍କରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ପୂର୍ତ୍ତ ବିଭାଗ ଅଧୀନରେ କାର୍ଯ୍ୟରତ ଓଡ଼ିଶା ଇଞ୍ଜିନିୟରିଂ ସେବା (ଓଇଏସ୍) ଏବଂ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା (ଓଡିଇଏସ୍) କ୍ୟାଡରର ଅଧିକାରୀମାନଙ୍କ ବଦଳିକୁ ଅଧିକ ସ୍ୱଚ୍ଛ, ନିରପେକ୍ଷ ଓ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ଏକ ସମନ୍ୱିତ ବଦଳି ନୀତି ଜାରି କରିଛନ୍ତି।ଏହି ନୀତିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ବଦଳି ପାଇଁ ସ୍ୱତନ୍ତ୍ର ‘ଇଞ୍ଜିନିୟରିଂ ଏଷ୍ଟାବ୍ଲିସମେଣ୍ଟ କମିଟି’ (ଇଇସି) ଗଠନ। ନୂଆ ବ୍ୟବସ୍ଥା ଅନୁସାରେ ମୁଖ୍ୟ ଯନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବଦଳି ସମ୍ପର୍କରେ ସରକାରଙ୍କୁ ସୁପାରିସ କରିବ ଏହି ଇଇସି। ବିଭାଗର ପ୍ରମୁଖ ଶାସନ ସଚିବ ଏହି କମିଟିର ଅଧ୍ୟକ୍ଷ ରହିବେ। ସଡ଼କ, ଗ୍ରାମ୍ୟ ଉନ୍ନୟନ ଓ ଜାତୀୟ ରାଜପଥ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍ମାନେ ଏହାର ସଦସ୍ୟ ରହିବେ।ସେହିପରି ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ବଦଳି ପାଇଁ ଇଞ୍ଜିନିୟର-ଇନ୍-ଚିଫ୍ (ସଡ଼କ) କାର୍ଯ୍ୟାଳୟସ୍ତରରେ ଆଉ ଏକ ପୃଥକ ଇଇସି ଗଠନ କରାଯିବ। ଏହି କମିଟିରେ ଇଞ୍ଜିନିୟର-ଇନ୍-ଚିଫ୍ ଅଧ୍ୟକ୍ଷ ଥିବାବେଳେ ବିଭିନ୍ନ ଶାଖାର ମୁଖ୍ୟ ଯନ୍ତ୍ରୀମାନେ ସଦସ୍ୟ ରହିବେ।ବଦଳି ନୀତି ଅନୁସାରେ ଇଞ୍ଜିନିୟରମାନେ ସାଧାରଣତଃ ଗୋଟିଏ ସ୍ଥାନରେ ତିନି ବର୍ଷ କାର୍ଯ୍ୟକାଳ ପୂରଣ କରିବା ପରେ ବଦଳି ହେବେ।। କୌଣସି ଅଧିକାରୀ ଏକ ରାଜସ୍ୱ ଜିଲ୍ଲାରେ ଛଅ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ।

ଅଧୀକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀମାନଙ୍କୁ ନିଜ ଗୃହ ଜିଲ୍ଲାରେ ଅବସ୍ଥାପିତ କରାଯିବ ନାହିଁ। ସେହିପରି ଓଡିଇଏସ୍ କ୍ୟାଡରର ସହକାରୀ ଓ କନିଷ୍ଠ ଯନ୍ତ୍ରୀମାନେ ନିଜ ଘର ଉପଖଣ୍ଡରେ କାର୍ୟ୍ୟରତ ରହିପାରିବେ ନାହିଁ। ସରକାରଙ୍କ ମତରେ, କମିଟି ମାଧ୍ୟମରେ ବଦଳି ପ୍ରକ୍ରିୟା ପରିଚାଳିତ ହେଲେ ସ୍ୱଚ୍ଛତା ବୃଦ୍ଧି ପାଇବ, ମନମୁଖୀ ନିଷ୍ପତ୍ତିର ଅବକାଶ କମିବ ଏବଂ ଇଞ୍ଜିନିୟରିଂ ପ୍ରଶାସନରେ ଅଧିକ ଜବାବଦେହିତା ସୁନିଶ୍ଚିତ ହେବ। ନୂଆ ନୀତି ତତ୍କାଳ ପ୍ରଭାବରୁ ଲାଗୁ ହୋଇଛି।।

  • jmjnewso

    Related Posts

    ବଦଳିଲା ଓଡ଼ିଶାର ସହର ଓ ଜିଲ୍ଲାର ଇଂରାଜୀ ନାମ।

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ : ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନମାନଙ୍କର ସଂଶୋଧିତ ଇଂରାଜୀ ବନାନ ସଙ୍କଳିତ ବିଜ୍ଞପ୍ତି ପ୍ରକାଶ ପାଇଛି l ଓଡ଼ିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ, ବ୍ଲକ୍ ଓ ତହସିଲର ଗୁଡ଼ିକର କୌଣସି ନାମ…

    ପୁରୀରେ ଯୋଗଗୁରୁ ବାବା ରାମଦେବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ପୁରୀରେ ଯୋଗଗୁରୁ ବାବା ରାମଦେବ । ଶ୍ରୀକ୍ଷେତ୍ର ପୁରୀ ପହଞ୍ଚିଛନ୍ତି ବାବା ରାମଦେବ । ଏ ଅବସରରେ ଗଣମଧ୍ୟାମକୁ ପ୍ରତିକ୍ରିୟା ଦେଇ ବାବା ରାମଦେବ କହିଛନ୍ତି, “ମହାପ୍ରଭୁଙ୍କ ଦର୍ଶନ କରି ବହୁତ…

    Leave a Reply

    Your email address will not be published. Required fields are marked *

    You Missed

    23ଜୁନ 2026 ଜନତା ମାଗେ ଜବାବ ପୃଷ୍ଠା ରେ…

    ଘରେ ପଶି ସଶସ୍ତ୍ର ଡକାୟତି ଘଟଣା….ଗିରଫ ସଂଖ୍ୟା 8 କୁ ବୃଦ୍ଧି।

    ଘରେ ପଶି ସଶସ୍ତ୍ର ଡକାୟତି ଘଟଣା….ଗିରଫ ସଂଖ୍ୟା 8 କୁ ବୃଦ୍ଧି।

    ନିର୍ମାଣ କୌଶଳ ବିକାଶ ପ୍ରତିଷ୍ଠାନ ଉଦ୍‌ଘାଟିତ

    ନିର୍ମାଣ କୌଶଳ ବିକାଶ ପ୍ରତିଷ୍ଠାନ ଉଦ୍‌ଘାଟିତ

    ପ୍ରକାଶ ପାଇଲା ଯୁକ୍ତ ୩ ମେରିଟ୍ ଲିଷ୍ଟପ୍ରଥମ ପର୍ଯ୍ୟାୟରେ ଲକ୍ଷେ ୭୮ ହଜାର ୭୮୨ ଛାତ୍ରଛାତ୍ରୀ ମନୋନୀତ

    ପ୍ରକାଶ ପାଇଲା ଯୁକ୍ତ ୩ ମେରିଟ୍ ଲିଷ୍ଟପ୍ରଥମ ପର୍ଯ୍ୟାୟରେ ଲକ୍ଷେ ୭୮ ହଜାର ୭୮୨ ଛାତ୍ରଛାତ୍ରୀ ମନୋନୀତ

    ବଦଳିଲା ଓଡ଼ିଶାର ସହର ଓ ଜିଲ୍ଲାର ଇଂରାଜୀ ନାମ।

    ବଦଳିଲା ଓଡ଼ିଶାର ସହର ଓ ଜିଲ୍ଲାର ଇଂରାଜୀ ନାମ।

    ବିଜେଡି ଓ କଂଗ୍ରେସର ସଭ୍ୟ ପଦ ରଦ୍ଦ ଆବେଦନ ଖାରଜ କଲେ ବାଚସ୍ପତି

    ବିଜେଡି ଓ କଂଗ୍ରେସର ସଭ୍ୟ ପଦ ରଦ୍ଦ ଆବେଦନ ଖାରଜ କଲେ ବାଚସ୍ପତି