ସରକାରୀ ଅଧିକାରୀଙ୍କ ପାଇଁ କଡ଼ା ନିୟମ,ରାଜ୍ୟ ବାହାରକୁ ଯିବାକୁ ହେଲେ ୨୧ ଦିନ ପୂର୍ବରୁ କରିବେ ଛୁଟି ଆବେଦନ

Spread the love

ଜେଏମଜେ ବ୍ୟୁରୋ : ବ୍ୟକ୍ତିଗତ କାରଣରେ ରାଜ୍ୟ ବାହାରକୁ କିମ୍ବା ବିଦେଶ ଯାତ୍ରା କରୁଥିବା ସରକାରୀ କର୍ମଚାରୀ/ଅଧିକାରୀଙ୍କ ପାଇଁ ଅର୍ଥ ବିଭାଗ କଡ଼ା ନିୟମ ଜାରି କରିଛି । ଏଣିକି ଓଡ଼ିଶା ବାହାରକୁ କିମ୍ବା ବିଦେଶ ଗସ୍ତ ପୂର୍ବରୁ ସମ୍ପୃକ୍ତ କର୍ମଚାରୀଙ୍କୁ ଅତି କମ୍‌ରେ ୨୧ ଦିନ ପୂର୍ବରୁ ଛୁଟି ପାଇଁ ଆବେଦନ କରିବାକୁ ହେବ। ଏହା ସହ ଉପଯୁକ୍ତ କର୍ତ୍ତୃପକ୍ଷଙ୍କଠାରୁ ଛୁଟି ମଞ୍ଜୁର କରାଇବା ସହ ସଦର ମହକୁମା (ହେଡ୍‌କ୍ୱାର୍ଟର୍ସ) ଛାଡ଼ିବା ପାଇଁ ପୂର୍ବାନୁମତି ନେବା ବାଧ୍ୟତାମୂଳକ ହେବ।କେବଳ ଜରୁରୀ ପରିସ୍ଥିତିରେ ଏହି ସମୟସୀମାରୁ ବ୍ୟତିକ୍ରମ କରାଯାଇପାରିବ ।

ଅର୍ଥ ବିଭାଗର ଅତିରିକ୍ତ ସଚିବ ତଥା establishment officer ସାଗରିକା ହୋତାଙ୍କ ପକ୍ଷରୁ ଓଡ଼ିଶା ସେଲ୍ସ ଟ୍ୟାକ୍ସ ଟ୍ରିବ୍ୟୁନାଲ୍‌, ବାଣିଜ୍ୟିକ କର ଓ ଜିଏସ୍‌ଟି କମିଶନର, ଏମ୍‌ଡିଆର୍‌ଏଫ୍‌ଏମ୍‌, ଆକାଉଣ୍ଟସ୍‌ କଣ୍ଟ୍ରୋଲର, ଲୋକାଲ୍‌ ଫଣ୍ଡ ଅଡିଟ୍‌, ଟ୍ରେଜେରୀ ଓ ଇନ୍ସପେକ୍ସନ୍‌ ନିର୍ଦ୍ଦେଶକଙ୍କ ସମେତ ଅର୍ଥ ବିଭାଗ ଅଧୀନରେ ଥିବା ସମସ୍ତ କାର୍ଯ୍ୟାଳୟକୁ ଏହି ନିର୍ଦ୍ଦେଶ ପଠାଯାଇଛି ।ଅର୍ଥ ବିଭାଗ ସ୍ପଷ୍ଟ କରିଛି ଯେ, କୌଣସି କର୍ମଚାରୀ ଛୁଟିରେ ଯିବା ପୂର୍ବରୁ ତାଙ୍କ ଛୁଟି ମଞ୍ଜୁର ହେବା ସହ ସଦର ମହକୁମା ଛାଡ଼ିବା ପାଇଁ ଅନୁମତି ମଧ୍ୟ ମିଳିବା ଆବଶ୍ୟକ । ଏହି ନିର୍ଦ୍ଦେଶ ମାଧ୍ୟମରେ ସରକାରୀ କାର୍ଯ୍ୟାଳୟରେ ପ୍ରଶାସନିକ ଶୃଙ୍ଖଳା ସୁଦୃଢ଼ କରିବା ସହ ଛୁଟି ପରିଚାଳନା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବାକୁ ଅର୍ଥ ବିଭାଗ ପଦକ୍ଷେପ ନେଇଥିବା ଜଣାପଡ଼ିଛି ।


  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 29 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 25 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 33 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 36 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 42 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 41 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ