କିଏ ହେବ ଓଡ଼ିଶାରେ ଡିଜିପି? ଦିଲ୍ଲୀରେ ପୁଣି ବସିବ ବୈଠକ

Spread the love

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଓଡ଼ିଶା ଡିଜିପି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ ଆସନ୍ତା ୧୬ତାରିଖରେ ଶେଷ ହେବ। ୱାଇ ବି ଖୁରାନିଆଙ୍କ ପରେ କିଏ ହେବେ ନୂଆ ଡିଜିପି ତା ଉପରେ ସମସ୍ତଙ୍କ ନଜର ରହିଛି। ନୂଆ ଡିଜିପି ଚୟନ ନେଇ ଗତକାଲି ଦିଲ୍ଲୀରେ ବୈଠକ ବସିଥିଲା। କିନ୍ତୁ ଚୂଡାନ୍ତ ହୋଇପାରିନି ଡିଜିପି ଚୟନ। ଯାହାକୁ ନେଇ ଆରମ୍ଭ ହୋଇଛି ଭିନ୍ନ ଭିନ୍ନ ଚର୍ଚ୍ଚା।ଡିଜିପି ଚୟନ ପାଇଁ ଦିଲ୍ଲୀରେ ପୁଣି ବସିବ ବୈଠକ
ଶୁକ୍ରବାର ବୈଠକରେ ହୋଇପାରିଲାନି ଚୟନ
ଓଡ଼ିଶାର ପରବର୍ତ୍ତୀ ଡିଜିପି କିଏ ହେବେ? ଚୟନ ପାଇଁ ଦିଲ୍ଲୀରେ ଶୁକ୍ରବାର ବସିଥିବା ବୈଠକରେ ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ କୌଣସି କାରଣ ପାଇଁ କେନ୍ଦ୍ର ଲୋକସେବା ଆୟୋଗ ବା UPSC ପକ୍ଷରୁ ହୋଇଥିବା ଏମ୍ପାନେଲମେଣ୍ଟ କମିଟି ବୈଠକରୁ କୌଣସି ନିର୍ଯାସ ବାହାରିପାରିନି। ସୂଚନା ଅନୁସାରେ ୟୁପିଏସ୍‌ସି ଅଧ୍ୟକ୍ଷ ଅଜୟ କୁମାରଙ୍କ ନେତୃତ୍ବରେ ବସିଥିବା ବୈଠକ ଅଧାରୁ ବାତିଲ ହୋଇଯାଇଥିଲା। ଏବଂ ଆସନ୍ତା ସପ୍ତାହରେ ପୁଣି ଥରେ ବୈଠକ ବସିବ। ବୈଠକରେ ରାଜ୍ୟ ସରକାର ଡିଜିପି ଦୌଡ଼ରେ ଥିବା ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ସମ୍ପର୍କରେ ଅଧିକ ତଥ୍ୟ ରଖିବେ। (ତିନି ଜଣ ପୁଲିସ୍ ସିଲାଉଟିକ୍ ଗ୍ରାଫିକ୍ସ … ଆଇପିଏସ୍ ଅଧିକାରୀ ) ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ନାମ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯିବ। UPSC ଦ୍ୱାରା ପଠାଯାଇଥିବା ୩ ଜଣଙ୍କ ମଧ୍ୟରୁ ହିଁ ରାଜ୍ୟ ସରକାର ଜଣଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତି ଦେବେ।

  • jmjnewso

    Related Posts

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    Spread the love

    Spread the loveନୂଆଦିଲ୍ଲୀ: ଜେଏମଜେ ନ୍ୟୁଜ : ଦେଶର ୫ଟି ରାଜ୍ୟରେ ଆଗାମୀ ଦିନରେ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ବିଭିନ୍ନ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ…

    ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜିଠାରୁ ସିଜେପିର ଦେଶବ୍ୟାପୀ ଆନ୍ଦୋଳନ

    Spread the love

    Spread the loveଜେଏମଜେ ବ୍ୟୁରୋ : ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜିଠାରୁ ସିଜେପିର ଦେଶବ୍ୟାପୀ ଆନ୍ଦୋଳନ। ବିଭିନ୍ନ ରାଜ୍ୟରେ ସିଜେପି ଆନ୍ଦୋଳନ କରିବାକୁ ଘୋଷଣା କରିଛନ୍ତି ଦଳର ପ୍ରତିଷ୍ଠାତା ଅଭିଜିତ ଦୀପକେ। ନିର୍ବାଚନ କମିଶନ ମଧ୍ୟରେ…

    Leave a Reply

    Your email address will not be published. Required fields are marked *

    You Missed

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ

    ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ?

    ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ?

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ