‘ହର ଘର ତିରଙ୍ଗା’ ଅଭିଯାନରେ ଜନସାଧାରଣଙ୍କୁ ସାମିଲ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

Spread the love

ନୂଆଦିଲ୍ଲୀ:ଜେଏମଜେ ନ୍ୟୁଜ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗରିକମାନଙ୍କୁ ‘ହର ଘର ତିରଙ୍ଗା’ ଅଭିଯାନରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ଏବଂ ଏକ ‘ବିକଶିତ ଭାରତ’ ଗଠନ ଦିଗରେ ନିଜର ସାମୂହିକ ସଂକଳ୍ପକୁ ଦୋହରାଇବାକୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ତ୍ରିରଙ୍ଗା ପତାକା ଭାରତର ଗୌରବର ପ୍ରତୀକ ଏବଂ ଦେଶ ପାଇଁ ସର୍ବୋତ୍ତମ ଯୋଗଦାନ ଦେବାକୁ ପ୍ରତ୍ୟେକ ନାଗରିକ ପାଇଁ ଏହା ଏକ ନିରନ୍ତର ପ୍ରେରଣାର ଉତ୍ସ।

ଶ୍ରୀ ମୋଦୀ ଖୁସି ପ୍ରକାଶ କରିଛନ୍ତି ଯେ, ଚଳିତ ବର୍ଷର ‘ହର ଘର ତିରଙ୍ଗା’ ଅଭିଯାନ ‘ବନ୍ଦେ ମାତରମ୍’କୁ ସମର୍ପିତ, କାରଣ ଦେଶ ଏହି ରାଷ୍ଟ୍ରୀୟ ସଙ୍ଗୀତର ୧୫୦ତମ ଜୟନ୍ତୀ ପାଳନ କରୁଛି।

ପ୍ରଧାନମନ୍ତ୍ରୀ ‘ଏକ୍ସ ‘ ରେ ପୋଷ୍ଟ କରିଛନ୍ତି: ଆମ ତ୍ରିରଙ୍ଗା ଆମର ଗୌରବ ଏବଂ ଦେଶ ପାଇଁ ସର୍ବଦା ଶ୍ରେଷ୍ଠ ଯୋଗଦାନ ଦେବା ନିମନ୍ତେ ଏହା ଏକ ନିରନ୍ତର ପ୍ରେରଣାର ଉତ୍ସ।ଆସନ୍ତୁ ‘ହର ଘର ତିରଙ୍ଗା’ (#HarGharTiranga) ଅଭିଯାନରେ ଉତ୍ସାହର ସହିତ ଅଂଶଗ୍ରହଣ କରିବା ଏବଂ ଏକ ‘ବିକଶିତ ଭାରତ’ ଗଠନ ଦିଗରେ ନିଜର ସାମୂହିକ ସଂକଳ୍ପକୁ ଦୋହରାଇବା। ଖୁସିର ବିଷୟ ଯେ ଚଳିତ ବର୍ଷର ଏହି ପ୍ରଚେଷ୍ଟା ‘ବନ୍ଦେ ମାତରମ୍’କୁ ସମର୍ପିତ ଏବଂ ତାହା ପୁଣି ଏପରି ଏକ ସମୟରେ ହେଉଛି ଯେତେବେଳେ ଆମେ ଏହାର ୧୫୦ତମ ଜୟନ୍ତୀ ପାଳନ କରୁଛୁ।

  • jmjnewso

    Related Posts

    ଦେଶରେ ବାଣ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା କୌଣସି ଯୋଜନା ନାହିଁ : ସୁପ୍ରିମକୋର୍ଟ

    Spread the love

    Spread the loveଜେଏମଜେ ବ୍ୟୁରୋ : ସୁପ୍ରିମକୋର୍ଟ ବୁଧବାର ଦିନ ସ୍ପଷ୍ଟ କରିଛନ୍ତି ଯେ ସମଗ୍ର ଦେଶରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବାର କୌଣସି ଯୋଜନା ନାହିଁ। କୋର୍ଟ ମତ ଦେଇଛନ୍ତି ଯେ ଦୀପାବଳି ପର୍ବ ଲୋକଙ୍କ ଭାବନା…

    ଭୋଟ ଚୋରି ପ୍ରସଙ୍ଗରେ ଏକଜୁଟ୍‌ ହେଲେ ଇଣ୍ଡିମେଣ୍ଟ: ଅକ୍ଟୋବର ୬ରେ ବିରୋଧୀ ସାଂସଦଙ୍କ ପଦଯାତ୍ରା

    Spread the love

    Spread the loveନୂଆଦିଲ୍ଲୀ: ଜେଏମଜେ ନ୍ୟୁଜ : ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରସଙ୍ଗରେ ବିରୋଧୀ ଇଣ୍ଡିମେଣ୍ଟର ସହଯୋଗୀ ଦଳଗୁଡ଼ିକ ବୁଧବାର ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ସିଇସି ଜ୍ଞାନେଶ କୁମାରଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

    ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

    ମା’ ତାରାତାରିଣୀଙ୍କ ହୁଣ୍ଡି ଖୋଲିଲା: ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା-ରୂପା,ବିଦେଶୀ ମୁଦ୍ରା ଓ ଭକ୍ତଙ୍କ ଭାବ ବିହ୍ଵଳ ଚିଠି

    ମା’ ତାରାତାରିଣୀଙ୍କ ହୁଣ୍ଡି ଖୋଲିଲା: ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା-ରୂପା,ବିଦେଶୀ ମୁଦ୍ରା ଓ ଭକ୍ତଙ୍କ ଭାବ ବିହ୍ଵଳ ଚିଠି

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    CMO ରୁ ଫାଇଲ ମିସିଂ ଘଟଣା : ୩ ଜଣଙ୍କ ବୟାନ ରେକର୍ଡ

    CMO ରୁ ଫାଇଲ ମିସିଂ ଘଟଣା : ୩ ଜଣଙ୍କ ବୟାନ ରେକର୍ଡ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।