ଖୁବଶୀଘ୍ର ଓଡ଼ିଶା ଦେଖିବ ନୂଆ ଲୋକାୟୁକ୍ତ। ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ସୂଚନା। ସେ କହିଛନ୍ତି ଯେ, ଲୋକାଯୁକ୍ତ ନିଯୁକ୍ତି ନେଇ ବୈଠକ ବସିଲା ଅର୍ଥ ପ୍ରକ୍ରିୟା ଆରମ୍ଭ ହେଲା। ଖୁବଶୀଘ୍ର ପ୍ରକ୍ରିୟା ସମାପ୍ତ ହେବ। ଯେଉଁ ସାମ୍ବିଧାନିକ ବ୍ୟବସ୍ଥା ଅଛି ସେଥିରେ ଭୁବନେଶ୍ୱର :ଜେଏମଜେ ନ୍ୟୁଜ :ମୁଖ୍ୟମନ୍ତ୍ରୀ, ବିଧାନସଭାର ବାଚସ୍ପତି, ବିରୋଧୀ ଦଳ ନେତା ଚୟନ ପ୍ରକ୍ରିୟାରେ ନିଷ୍ପତ୍ତି ନେଇଥାନ୍ତି।ପ୍ରଥମ ମିଟିଂ ହୋଇଗଲାଣି, ଏହା ବହୁମତ ଆଧାରରେ ହୁଏ। ଆଶା କରୁଛୁ ଆଗାମୀ ଦିନରେ ଓଡ଼ିଶା ନୂଆ ଲୋକାଯୁକ୍ତ ଦେଖିବ।
ରାଜସ୍ୱ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିରୋଧୀ ଯଦି କହୁଛନ୍ତି ବିଳମ୍ୱ ହେଇଗଲା, ତାହେଲେ ସେମାନେ କୁହନ୍ତୁ ୨୪ ବର୍ଷ ଲମ୍ବା ସମୟ ନା ୨ ବର୍ଷ ଲମ୍ବା ସମୟ। କ୍ଷମତାରୁ ଚ୍ୟୁତ ହୋଇ ୨ ବର୍ଷ ଲମ୍ବା ଲାଗୁଛି। ୨୪ ବର୍ଷରେ ଯାହା କରିନ ୨ ବର୍ଷରେ ତାହା କରୁଛୁ। ୫ ବର୍ଷରେ ଯାହା କରିବୁ ତାହା ବିରୋଧୀ କଳ୍ପନା କରିନଥିବେ।







