ଏ ବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ!ନିର୍ବାଚନ ବନ୍ଦ କୁ ନଅ ବର୍ଷ।

Spread the love

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଏ ବର୍ଷ ମଧ୍ୟ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ଲଗାତାର ୯ମ ବର୍ଷ ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିବାକୁ ଯାଉଛି। ତେବେ ଏନେଇ ଏପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନାହିଁ।ସୂଚନା ଅନୁଯାୟୀ, ୨୦୨୬-୨୭ ଶିକ୍ଷାବର୍ଷରେ ୟୁଜି ଓ ପିଜି ପାଠ୍ୟକ୍ରମରେ ନାମଲେଖା ବିଳମ୍ବ, କ୍ୟାମ୍ପସରେ ଛାତ୍ର ଅଶାନ୍ତି ଏବଂ ‘ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି’ ଯୋଜନାକୁ ନେଇ ଚାଲିଥିବା ପ୍ରକ୍ରିୟା ଯୋଗୁଁ ଚଳିତ ଶିକ୍ଷାବର୍ଷରେ ନିର୍ବାଚନ ନ କରିବା ନେଇ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି. ଛାତ୍ର ସଂସଦ ନିର୍ବାଚନକୁ ନେଇ ଉଚ୍ଚଶିକ୍ଷା ବିଭାଗର ଅଧିକାରୀସ୍ତରରେ ବ୍ୟାପକ ଆଲୋଚନା ହୋଇଥିବା ସୂଚନା ମିଳିଛି। ବିଭିନ୍ନ ବିଶ୍ୱବିଦ୍ୟାଳୟ ମଧ୍ୟ ଏଥର ନିର୍ବାଚନ ସପକ୍ଷରେ ନଥିବା ନେଇ ବିଭାଗକୁ ଜଣାଇଥିବା କୁହାଯାଉଛି। ଅନ୍ୟପଟେ ‘ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି’ ଯୋଜନାରେ ୟୁଜି ଓ ପିଜି ସ୍ତରରେ ମାଗଣା ଶିକ୍ଷାଦାନ ସମ୍ପର୍କିତ ନିର୍ଦ୍ଦେଶାବଳୀକୁ ନେଇ ବିବାଦ ଏପର୍ଯ୍ୟନ୍ତ ତୁଟିନାହିଁ। ଅନୁଦାନପ୍ରାପ୍ତ କଲେଜଗୁଡ଼ିକ ମଧ୍ୟ ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ବିଭାଗ ଏପର୍ଯ୍ୟନ୍ତ ଚଳିତ ଶିକ୍ଷାବର୍ଷର ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରିନାହିଁ। ୟୁଜି ଦ୍ୱିତୀୟ ଓ ତୃତୀୟ ବର୍ଷ ଏବଂ ପିଜି ଦ୍ୱିତୀୟ ବର୍ଷର ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ନୂତନ ନାମଲେଖା କରିଥିବା ପ୍ରଥମବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି। ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ ପାଇନଥିବାରୁ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକ ମଧ୍ୟ ଦ୍ୱନ୍ଦ୍ୱରେ ରହିଛନ୍ତି। ସେମାନେ ନିଜସ୍ୱ ଶିକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତ କରିବେ ନା ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକୁ ଅପେକ୍ଷା କରିବେ, ତାହା ସ୍ପଷ୍ଟ ହୋଇନାହିଁ। ଶିକ୍ଷା କ୍ୟାଲେଣ୍ଡରରେ ପାଠପଢ଼ା ଦିନ, ଛୁଟି, ଦଶହରା ଛୁଟି ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଓ ନିର୍ବାଚନ ସମ୍ପର୍କିତ ସୂଚନା ରହିଥାଏ। ତେଣୁ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ ପାଇବା ସହ ଛାତ୍ର ସଂସଦ ନିର୍ବାଚନ ନେଇ ସରକାରଙ୍କ ବିଧିବଦ୍ଧ ନିଷ୍ପତ୍ତି ଉପରେ ମଧ୍ୟ ସ୍ପଷ୍ଟତା ଆସିବା ଆଶା କରାଯାଉଛି।

  • jmjnewso

    Related Posts

    ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟ ସରକାର ଆଜି (ସୋମବାର) ବରିଷ୍ଠ ଓଏଏସ୍ ଅଧିକାରୀସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଗୋଟିଏ ଦିନରେ ୨୭ଜଣ ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି।ଦୁଇ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ପଦୋନ୍ନତିପ୍ରକାଶିତ…

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    Spread the love

    Spread the loveଜେଏମଜେ ବ୍ୟୁରୋ : ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ…

    Leave a Reply

    Your email address will not be published. Required fields are marked *

    You Missed

    ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ୯ଛାତ୍ର ଥାନାରେ ଅଟକ : ପ୍ରାକ ନିର୍ବାଚନୀ ହିଂସା!

    ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ୯ଛାତ୍ର ଥାନାରେ ଅଟକ : ପ୍ରାକ ନିର୍ବାଚନୀ ହିଂସା!

    ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

    ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

    ମା’ ତାରାତାରିଣୀଙ୍କ ହୁଣ୍ଡି ଖୋଲିଲା: ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା-ରୂପା,ବିଦେଶୀ ମୁଦ୍ରା ଓ ଭକ୍ତଙ୍କ ଭାବ ବିହ୍ଵଳ ଚିଠି

    ମା’ ତାରାତାରିଣୀଙ୍କ ହୁଣ୍ଡି ଖୋଲିଲା: ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା-ରୂପା,ବିଦେଶୀ ମୁଦ୍ରା ଓ ଭକ୍ତଙ୍କ ଭାବ ବିହ୍ଵଳ ଚିଠି

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    CMO ରୁ ଫାଇଲ ମିସିଂ ଘଟଣା : ୩ ଜଣଙ୍କ ବୟାନ ରେକର୍ଡ

    CMO ରୁ ଫାଇଲ ମିସିଂ ଘଟଣା : ୩ ଜଣଙ୍କ ବୟାନ ରେକର୍ଡ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ