ସୁପ୍ରିମକୋର୍ଟ​‌ରେ ଡିଜିପି ନିଯୁକ୍ତି ମାମଲା : ପକ୍ଷ ରଖିଲେ ଓଡିଶା ସରକାର : ଶୁଣାଣି ଘୁଞ୍ଚିଲା

Spread the love

ଭୁବନେଶ୍ବର: ଜେଏମଜେ ନ୍ୟୁଜ : ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲାର ମଙ୍ଗଳବାର ଶୁଣାଣି ହୋଇଥିଲା। ଏଥିରେ ଓଡିଶା ସରକାର ନିଜ ପକ୍ଷ ରଖିଛନ୍ତି। ତେବେ ସେପ୍ଟେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।ଓଡିଶାରେ ଡିଜିପି ଚୟନକୁ ନେଇ ଆପତ୍ତି ଉଠାଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା ।ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ସର୍ବୋଚ୍ଚ କୋର୍ଟରେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର କେନ୍ଦ୍ରୀୟ ଲୋକସେବା ଆୟୋଗ ନିକଟକୁ ପଠାଯାଇଥିବା ଅଧିକାରୀଙ୍କ ପ୍ୟାନେଲକୁ ପ୍ରତ୍ୟାହାର କରି ଏବେ ଏକ ସାନି ତାଲିକା ପ୍ରସ୍ତୁତ କରୁଛନ୍ତି। ସେ ଆହୁରି କହିଥିଲେ ଯେ, ରାଜ୍ୟ ସରକାର ଦୁଇଜଣ ADG ରାଙ୍କର ପୋଲିସ୍ ଅଧିକାରୀଙ୍କୁ ପଦୋନ୍ନତି ଦେଇ ତାଙ୍କ ନାଁ ୟୁପିଏସସି ନିକଟକୁ ପଠାଯିବାକୁ ଥିବା ନୂଆ ପ୍ୟାନେଲରେ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଆବେଦନକାରୀ ଓ ରାଜ୍ୟ ସରକାରଙ୍କ ପକ୍ଷ ଶୁଣିବା ପରେ ଖଣ୍ଡପୀଠ ଆମିକସ୍ କ୍ୟୁରୀଙ୍କ ମତ ମଧ୍ୟ ନେଇଥିଲେ । ଆମିକସ୍ କ୍ୟୁରୀ ରାଜୁ ରାମଚନ୍ଦ୍ରନ ଚୟନ ପ୍ରକ୍ରିୟାରେ ପ୍ରକାଶ ସିଂହ ରାୟର ଉଲ୍ଲଂଘନ ହୋଇଥିବା ଦର୍ଶାଇଥିଲେ । ତାଙ୍କ ମତକୁ ଆଧାର କରି ଡିଜିପି ଚୟନ ପ୍ରକ୍ରିୟା ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସହ ରାଜ୍ୟ ସରକାରଙ୍କୁ ଅଧିକ ତଥ୍ୟ ଦାଖଲ କରିବାକୁ କହିଥିଲେ। ପରବର୍ତ୍ତି ଶୁଣାଣି ଆସନ୍ତା ୧୮ ତାରିଖରେ ହେବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ। ମଙ୍ଗଳବାର ଶୁଣାଣିରେ ରାଜ୍ୟ ସରକାର ନିଜ ପକ୍ଷ ରଖିଥିଲେ।
ସୂଚନାଯୋଗ୍ୟ ଯେ ଓ୍ବାଇ. ବି. ଖୁରାନିଆ ଡିଜିପି ପଦରୁ ଅବସର ନେଇଥିବା ସତ୍ତ୍ୱେ ସୁପ୍ରିମକୋର୍ଟରେ ମାମଲା ଥିବା କାରଣରୁ ଓଡ଼ିଶାରେ ସ୍ଥାୟୀ ଡିଜିପି ନିଯୁକ୍ତି ହୋଇ ପାରି ନାହାନ୍ତି। ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିନୟତୋଷ ମିଶ୍ରଙ୍କୁ ଅନ୍ତରୀଣ ଡିଜିପି ଭାବେ ଦାଯିତ୍ୱ ଦିଆଯାଇଛି।

  • jmjnewso

    Related Posts

    ଛାତ୍ର ସଂସଦ ନିର୍ବାଚନ ନେଇ ଡିଜିପିଙ୍କ ସମୀକ୍ଷା, କ୍ୟାମ୍ପସକୁ ଅଣଛାତ୍ର ପ୍ରବେଶ ଉପରେ କଡ଼ା ନଜର

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଛାତ୍ର ସଂସଦ ନିର୍ବାଚନ ପାଇଁ ପୋଲିସର ବଡ଼ ପ୍ରସ୍ତୁତି । SP-DCPଙ୍କ ସହ DGPଙ୍କ ସମୀକ୍ଷା । କ୍ୟାମ୍ପସକୁ ଅଣଛାତ୍ର ପ୍ରବେଶ ଉପରେ କଡ଼ା ନଜର । ଦୀର୍ଘ ୮ ବର୍ଷର…

    ମିଶନ ଶକ୍ତି ମହିଳାଙ୍କୁ ଦଶହରା ଭେଟି

    Spread the love

    Spread the loveଭୁବନେଶ୍ବର: ଜେଏମଜେ ନ୍ୟୁଜ : ମିଶନ ଶକ୍ତି ମହିଳାଙ୍କୁ ଦଶହରା ଭେଟି ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମିଶନ ଶକ୍ତି ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ୧,୭୯,୮୦୯ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କାର ସୁଧ ଫେରସ୍ତ…

    Leave a Reply

    Your email address will not be published. Required fields are marked *

    You Missed

    ଛାତ୍ର ସଂସଦ ନିର୍ବାଚନ ନେଇ ଡିଜିପିଙ୍କ ସମୀକ୍ଷା, କ୍ୟାମ୍ପସକୁ ଅଣଛାତ୍ର ପ୍ରବେଶ ଉପରେ କଡ଼ା ନଜର

    ଛାତ୍ର ସଂସଦ ନିର୍ବାଚନ ନେଇ ଡିଜିପିଙ୍କ ସମୀକ୍ଷା, କ୍ୟାମ୍ପସକୁ ଅଣଛାତ୍ର ପ୍ରବେଶ ଉପରେ କଡ଼ା ନଜର

    ମିଶନ ଶକ୍ତି ମହିଳାଙ୍କୁ ଦଶହରା ଭେଟି

    ମିଶନ ଶକ୍ତି ମହିଳାଙ୍କୁ ଦଶହରା ଭେଟି

    ଦିନିକିଆ ସୁନାବେଡା ଗସ୍ତ ରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ।

    ଦିନିକିଆ ସୁନାବେଡା ଗସ୍ତ ରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ।

    ଅନ୍ତ୍ୟୋଦୟ ଗୃହ ଯୋଜନା ରେ ୧୩ ପରିବାର ଙ୍କୁ କାର୍ଯ୍ୟାଦେଶ ବଣ୍ଟନ

    ଅନ୍ତ୍ୟୋଦୟ ଗୃହ ଯୋଜନା ରେ ୧୩ ପରିବାର ଙ୍କୁ କାର୍ଯ୍ୟାଦେଶ ବଣ୍ଟନ

    ସାକ୍ଷୀଙ୍କୁ ଧମକ ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

    ସାକ୍ଷୀଙ୍କୁ ଧମକ ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

    ଅଣ ଛାତ୍ରଙ୍କ ଉପରେ କଡା ନଜର ରଖିବାକୁ ସମସ୍ତ SP ଙ୍କୁ ନିର୍ଦେଶ : ଡିଜିପି

    ଅଣ ଛାତ୍ରଙ୍କ ଉପରେ କଡା ନଜର ରଖିବାକୁ ସମସ୍ତ SP ଙ୍କୁ ନିର୍ଦେଶ : ଡିଜିପି