ତୃତୀୟ ଦିନରେ ଆଶାୟୀ ଶିକ୍ଷକ ସଂଘର ବିକ୍ଷୋଭ, ପେନସନ୍ ଓ ଅନୁଦାନ ଦାବିରେ ଅବସରପ୍ରାପ୍ତ କର୍ମଚାରୀଙ୍କ ଧର୍ମଘଟ

Spread the love

ତୃତୀୟ ଦିନରେ ଅଶାୟୀ ଶିକ୍ଷକ ସଂଘର ବିକ୍ଷୋଭ, ପେନସନ୍ ଓ ଅନୁଦାନ ଦାବିରେ ଅବସରପ୍ରାପ୍ତ କର୍ମଚାରୀଙ୍କ ଧର୍ମଘଟ

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ବିଧାନସଭା ଅଧିବେଶ ବେଳେ ଯେମିତି ଦୃଶ୍ୟ ଦେଖିବାକୁ ମିଳେ, ଲୋୟର ପିଏମଜିରେ ଏବେ ସେମିତି ଦୃଶ୍ୟ। ରାଜଧାନୀ ରାସ୍ତାରେ ଆନ୍ଦୋଳନକାରୀଙ୍କ ରଣହୁଙ୍କାର। ଗୋଟେ ପଟେ ଶିକ୍ଷକଙ୍କ ଗର୍ଜନରେ କମ୍ପୁଛି ଲୋୟର ପିଏମଜି। ଅନ୍ୟପଟେ ପେନସନ ଓ ଅନୁଦାନ ଦାବିରେ ଅବସରପ୍ରାପ୍ତ କର୍ମଚାରୀଙ୍କ ଧର୍ମଘଟ। ସେପଟେ ଧର୍ମଘଟ ପାଇଁ ପ୍ରଭାବିତ ହୋଇଛି ରାଜଧାନୀର ଅଟୋ ସେବା।
ଖରା ବର୍ଷାକୁ ଖାତିର ନ କରି ଜାରି ରହିଛି ପ୍ରତିବାଦ। ତୃତୀୟ ଦିନରେ ପହଁଚିଛି ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଆନ୍ଦୋଳନ। ଅନୁଦାନ, ପେନସନ, ନିଯୁକ୍ତି, ସରକାରୀକରଣ ଭଳି ବିଭିନ୍ନ ଦଫା ଦାବି ରହିଛି। ବର୍ଷ ବର୍ଷ ଧରି ନିରନ୍ତର ସେବା ପ୍ରଦାନ କରୁଥିଲେ ସରକାର ଆମକୁ ଅଣଦେଖା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଶିକ୍ଷକମାନେ। ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ହଟିବେନି ବୋଲି ଚେତାବନୀ ଦେଇଛନ୍ତି ଶିକ୍ଷକମାନେ। ସେପଟେ ଶିକ୍ଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ବିଭିନ୍ନ ରାଜନୈତିକ ଦଳ। ଆଜି ଧାରଣାସ୍ଥଳକୁ ଆସି ଶିକ୍ଷକମାନଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ବିଧାୟକ ରାଜା ସ୍ୱାଇଁ, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ୟ୍ୟ, ବଦ୍ରି ନାରାୟଣ ପାତ୍ର, ଅଶ୍ୱିନୀ ପାତ୍ର। ତିନି ଦିନ ହେଲା ଶିକ୍ଷକମାନେ ରାଜରାସ୍ତାରେ ବସିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ରାଜା ସ୍ବାଇଁ।
ସେପଟେ କେନ୍ଦ୍ର ଅନୁରୂପ ଚିକିତ୍ସାଭତ୍ତା ଓ କ୍ୟାସଲେସ ବୀମା ଯୋଜନା ଲାଗୁ, ପିଜିପିଏ ବିଭାଗର ପୁନଃ ସ୍ଥାପନ, ୬୫ ବର୍ଷ ପରେ ଅତିରିକ୍ତ ପେନସନ ଲାଗୁ ଭଳି ନଅ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅବସରପ୍ରାପ୍ତ କର୍ମଚାରୀ ମହାସଙ୍ଘ। ପୂର୍ବରୁ ଅନେକ ଥର ସରକାରଙ୍କ ପାଖରେ ଦାବି ସମ୍ପର୍କରେ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ଯାହାକୁ ନେଇ ରାଜ୍ୟର ପ୍ରାୟ ସାଢ଼େ ୩ ଲକ୍ଷ ପେନସନଧାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ବୋଲି ସଂଘ ପକ୍ଷରୁ କୁହାଯାଇଛି। ବାଧ୍ୟ ହୋଇ ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅବସରପ୍ରାପ୍ତ କର୍ମଚାରୀ। ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।ସେପଟେ ଦ୍ଵିତୀୟ ଦିନରେ ପହଁଚିଛି ଅନଲାଇନ ଅଟୋ-ଟାକ୍ସି ସଂଘ ଆନ୍ଦୋଳନ। ଓଲା, ଉବର ଓ ରାପିଡୋ ଭଳି ଅନଲାଇନ ଅଟୋ-ଟ୍ୟାକ୍ସି ସେବା ସହ ଜଡ଼ିତ ୨୦ଟି ଅଟୋ ସଂଗଠନ ୩ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେହିପରି ନିଯୁକ୍ତି ଆଶାରେ ଆନ୍ଦୋଳନ ଚଳାଇଛନ୍ତି ନିଯୁକ୍ତି ଆଶାୟୀ।

  • jmjnewso

    Related Posts

    ଛାତ୍ର ସଂସଦ ନିର୍ବାଚନ ନେଇ ଡିଜିପିଙ୍କ ସମୀକ୍ଷା, କ୍ୟାମ୍ପସକୁ ଅଣଛାତ୍ର ପ୍ରବେଶ ଉପରେ କଡ଼ା ନଜର

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଛାତ୍ର ସଂସଦ ନିର୍ବାଚନ ପାଇଁ ପୋଲିସର ବଡ଼ ପ୍ରସ୍ତୁତି । SP-DCPଙ୍କ ସହ DGPଙ୍କ ସମୀକ୍ଷା । କ୍ୟାମ୍ପସକୁ ଅଣଛାତ୍ର ପ୍ରବେଶ ଉପରେ କଡ଼ା ନଜର । ଦୀର୍ଘ ୮ ବର୍ଷର…

    ମିଶନ ଶକ୍ତି ମହିଳାଙ୍କୁ ଦଶହରା ଭେଟି

    Spread the love

    Spread the loveଭୁବନେଶ୍ବର: ଜେଏମଜେ ନ୍ୟୁଜ : ମିଶନ ଶକ୍ତି ମହିଳାଙ୍କୁ ଦଶହରା ଭେଟି ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମିଶନ ଶକ୍ତି ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ୧,୭୯,୮୦୯ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କାର ସୁଧ ଫେରସ୍ତ…

    Leave a Reply

    Your email address will not be published. Required fields are marked *

    You Missed

    ଛାତ୍ର ସଂସଦ ନିର୍ବାଚନ ନେଇ ଡିଜିପିଙ୍କ ସମୀକ୍ଷା, କ୍ୟାମ୍ପସକୁ ଅଣଛାତ୍ର ପ୍ରବେଶ ଉପରେ କଡ଼ା ନଜର

    ଛାତ୍ର ସଂସଦ ନିର୍ବାଚନ ନେଇ ଡିଜିପିଙ୍କ ସମୀକ୍ଷା, କ୍ୟାମ୍ପସକୁ ଅଣଛାତ୍ର ପ୍ରବେଶ ଉପରେ କଡ଼ା ନଜର

    ମିଶନ ଶକ୍ତି ମହିଳାଙ୍କୁ ଦଶହରା ଭେଟି

    ମିଶନ ଶକ୍ତି ମହିଳାଙ୍କୁ ଦଶହରା ଭେଟି

    ଦିନିକିଆ ସୁନାବେଡା ଗସ୍ତ ରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ।

    ଦିନିକିଆ ସୁନାବେଡା ଗସ୍ତ ରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ।

    ଅନ୍ତ୍ୟୋଦୟ ଗୃହ ଯୋଜନା ରେ ୧୩ ପରିବାର ଙ୍କୁ କାର୍ଯ୍ୟାଦେଶ ବଣ୍ଟନ

    ଅନ୍ତ୍ୟୋଦୟ ଗୃହ ଯୋଜନା ରେ ୧୩ ପରିବାର ଙ୍କୁ କାର୍ଯ୍ୟାଦେଶ ବଣ୍ଟନ

    ସାକ୍ଷୀଙ୍କୁ ଧମକ ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

    ସାକ୍ଷୀଙ୍କୁ ଧମକ ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

    ଅଣ ଛାତ୍ରଙ୍କ ଉପରେ କଡା ନଜର ରଖିବାକୁ ସମସ୍ତ SP ଙ୍କୁ ନିର୍ଦେଶ : ଡିଜିପି

    ଅଣ ଛାତ୍ରଙ୍କ ଉପରେ କଡା ନଜର ରଖିବାକୁ ସମସ୍ତ SP ଙ୍କୁ ନିର୍ଦେଶ : ଡିଜିପି