ଜିପିଏ ତରଫରୁ ବିଶ୍ୱ ଫୋଟୋଗ୍ରାଫି ଦିବସ ପାଳନ

Spread the love

ଭଞ୍ଜନଗର : ଜେଏମଜେ ନ୍ୟୁଜ -(ପୁରୁଷୋତ୍ତମ ମହାପାତ୍ର) ପ୍ରତିବର୍ଷ ବିଭିନ୍ନ ଦେଶରେ ଅଗଷ୍ଟ ୧୯ତାରିଖକୁ ବିଶ୍ୱ ଫୋଟଗ୍ରାଫି ଦିବସ ଭାବେ ପାଳନ କରାଯାଏ। ଫୋଟ ସମୟ, ସ୍ମୃତି, ଅନୁଭୂତି, ସଂସ୍କୃତି ଓ ଇତିହାସକୁ ଉଜ୍ଜୀବିତ କରେ। ଯେତେବେଳେ ମଧ୍ୟ ଆମେ ଫୋଟଟିଏ ଦେଖିଲେ ବିତିଥିବା ପୁରା ଘଟଣା ଆମ ଆଖି ସାମ୍ନାକୁ ଚାଲିଆସେ।ତେଣୁ ବର୍ତ୍ତମାନ ସମୟରେ ଫୋଟର ଗୁରୁତ୍ୱ ଢ଼େର ବେଶୀ।ଫୋଟଗ୍ରାଫର ମାନଙ୍କ ପାଇଁ ଏହି ଦିନଟି ନିହାତି ସ୍ୱତନ୍ତ୍ର ଅଟେ।ତେଣୁ ସମସ୍ତେ ଏହି ଦିନଟିକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରନ୍ତି।ଏହି ଅବସରରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଘୁମୁସର ଫୋଟଗ୍ରାଫର ଆସୋସିଏସନ ତରଫରୁ ଏହି ଦିବସକୁ ସ୍ଥାନୀୟ ଶ୍ରୀ ଜଗନ୍ନାଥ ବେନୱେଟ ଏଣ୍ଡ ରିସର୍ଟ ଠାରେ ସଭାପତି ଜୟକୃଷ୍ଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ, ସମ୍ମାନିତ ଅତିଥି ରୂପେ ପ୍ରାକ୍ତନ ରୋଟାରୀ କ୍ଲବ ସଭାପତି ରଞ୍ଜିତ କୁମାର ବାରିକ, ସରପଞ୍ଚ ଶିବରାମ ସାହୁ,ଜିପିଏ ସମ୍ପାଦକ ସାଗର ବେହେରା ମଞ୍ଚରେ ଉପସ୍ଥିତ ଥିଲେ।ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟରେ ଫୋଟର ଆବଶ୍ୟକତା ରହିଛି। ପୂର୍ବାପେକ୍ଷା ଏବେ କମ ସମୟରେ ଡିଜିଟାଲ ଫୋଟ ମିଳିପାରୁଛି। ତେଣୁ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅତି ସହଜରେ ଫୋଟଗ୍ରାଫର ମାନଙ୍କ ଦ୍ୱାରା ହୋଇ ପାରୁଛି ବୋଲି ଅତିଥିମାନେ କହିଥିଲେ।ଏହି ଅବସରରେ ଜିପିଏ ସଦସ୍ୟ ସ୍ବର୍ଗତ ଭଞ୍ଜ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ବରିଷ୍ଠ ଫୋର୍ଟଗ୍ରାଫର ଏ. ମୁରଲୀ ଆଚାରୀ ଓ ରାଜେନ୍ଦ୍ର କୁମାର ସାହୁଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଛି।ଅନୁଷ୍ଠାନର ନୂତନ ଉପସଭାପତି ଭାବେ ସର୍ବ ସମ୍ମତି କ୍ରମେ କାହ୍ନୁ ସାହୁଙ୍କୁ ଚୟନ କରାଯାଇଛି। ଆଗାମୀ ଦିନରେ ସଂଘ ତରଫରୁ ନୂତନ ସଦସ୍ୟ ସଂଗ୍ରହ ଓ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଆଲୋଚନା ହୋଇଥିଲା। ଏଥିରେ ଅନୀଲ ବିଷୋୟୀ, ସମୀର ସ୍ୱାଇଁ,ସୁଶାନ୍ତ ନାୟକ, ସମୀର ବେହେରା, ଆନନ୍ଦ ମିଶ୍ର, କୁମାର ନାରାୟଣ ଓ ଅନ୍ୟମାନେ ସହଯୋଗ କରିଥିଲେ।

  • jmjnewso

    Related Posts

    ମା’ ତାରାତାରିଣୀଙ୍କ ହୁଣ୍ଡି ଖୋଲିଲା: ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା-ରୂପା,ବିଦେଶୀ ମୁଦ୍ରା ଓ ଭକ୍ତଙ୍କ ଭାବ ବିହ୍ଵଳ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ଦୀର୍ଘ ଦିନ ପରେ ଖୋଲିଲା ଗଞ୍ଜାମର ପ୍ରସିଦ୍ଧ ମା’ ତାରାତାରିଣୀଙ୍କ ହୁଣ୍ଡି। ହୁଣ୍ଡିରୁ ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା, ରୂପା ଓ ବିଦେଶୀ ମୁଦ୍ରା। ମନ୍ଦିର ପରିସରରେ ଥିବା ୫ଟି ହୁଣ୍ଡି ଖୋଲାଯାଇଥିବା…

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    Spread the love

    Spread the loveବୁଗୁଡ଼ା,୦୪/୧୦ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ହିତାଧିକାରୀମାନଙ୍କୁ ସାମାଜିକ ସୁରକ୍ଷା ଭତ୍ତା, ନୂତନ ରାସନ କାର୍ଡ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ…

    Leave a Reply

    Your email address will not be published. Required fields are marked *

    You Missed

    ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ୯ଛାତ୍ର ଥାନାରେ ଅଟକ : ପ୍ରାକ ନିର୍ବାଚନୀ ହିଂସା!

    ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ୯ଛାତ୍ର ଥାନାରେ ଅଟକ : ପ୍ରାକ ନିର୍ବାଚନୀ ହିଂସା!

    ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

    ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

    ମା’ ତାରାତାରିଣୀଙ୍କ ହୁଣ୍ଡି ଖୋଲିଲା: ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା-ରୂପା,ବିଦେଶୀ ମୁଦ୍ରା ଓ ଭକ୍ତଙ୍କ ଭାବ ବିହ୍ଵଳ ଚିଠି

    ମା’ ତାରାତାରିଣୀଙ୍କ ହୁଣ୍ଡି ଖୋଲିଲା: ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା-ରୂପା,ବିଦେଶୀ ମୁଦ୍ରା ଓ ଭକ୍ତଙ୍କ ଭାବ ବିହ୍ଵଳ ଚିଠି

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    CMO ରୁ ଫାଇଲ ମିସିଂ ଘଟଣା : ୩ ଜଣଙ୍କ ବୟାନ ରେକର୍ଡ