ଆମଦାନୀରୁ କଟକଣା ହଟିଲା ; ଶସ୍ତା ହୋଇପାରେ ଚିନି:

Spread the love

ନୂଆଦିଲ୍ଲୀ : ଜେଏମଜେ ନ୍ୟୁଜ : ଭାରତୀୟ ଚିନି ଶିଳ୍ପ ଏବେ ଅସାଧାରଣ ସଙ୍କଟ ଦେଇ ଗତି କରୁଛି। ପର୍ଯ୍ୟାପ୍ତ ଆଖୁ ଚାଷ ହେଉଥିଲେ ବି ଚିନି ମୂଲ୍ୟ ହୁ ହୁ ହୋଇ ବଢ଼ି ଚାଲିଛିି। ଦୁଇ ମାସ ମଧ୍ୟରେ ମୂଲ୍ୟ ୪୦ ପ୍ରତିଶତ ବୃଦ୍ଧି ପାଇ ରେକର୍ଡସ୍ତରରେ ପହଞ୍ଚି ଯାଇଛି। ଇରାନ-ଆମେରିକା ଯୁଦ୍ଧ ପ୍ରଭାବ ସହିତ ସରକାରଙ୍କ ଇଥାନଲ ମିଶ୍ରଣ ଯୋଜନା ଖାଉଟିଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି।ଆଖୁକୁ ଇଥାନଲ କମ୍ପାନୀକୁ ପଠାଇ ଦିଆଯାଉଥିବାରୁ ବଜାରରେ ଚିନି ଅଭାବ ଦେଖାଦେଇଛି। ଏଭଳି ସ୍ଥିତିରେ ସରକାର ଚିନି ଆମଦାନୀ ଉପରୁ ଗୁରୁବାର କଟକଣା ହଟାଇ ଦେଇଛନ୍ତି। ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଚିନି ଆମଦାନୀକୁ ଟିକସ ମୁକ୍ତ କରିଛନ୍ତି। ଏହି ନିଷ୍ପତ୍ତି ଯୋଗୁଁ ଆଗାମୀ ଦିନରେ ଚିନି ଶସ୍ତା ହୋଇପାରେ। ଏବେ ବଜାରରେ ଚିନି କେଜି ପ୍ରାୟ ୫୫ ଟଙ୍କା ରହିଛି। ଆଗରୁ ଚିନି ଆମଦାନୀ ଉପରେ ଶହେ ପ୍ରତିଶତ ଶୁଳ୍କ ଲଗା ଯାଇଥିଲା। ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ପାଇଁ ଏପରି କରାଯାଇଥିଲା। ତେବେ ଇ-୨୦ ମିଶ୍ରଣ ଲକ୍ଷ୍ୟ ହାସଲ ପାଇଁ ଆଖୁକୁ ଇଥାନଲ ପ୍ରସ୍ତୁତ ପାଇଁ ପଠାଯାଉଥିବାରୁ ଦେଶରେ ଚିନି ଉତ୍ପାଦନ ଅହେତୁକ ହ୍ରାସ ପାଇଥିଲା। ଏହାର ବୋଝ ଜନତାଙ୍କ ସଞ୍ଚୟ ଉପରେ ପଡ଼ିଥିଲା। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଚିନି ମୂଲ୍ୟ ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଥିଲା। ସେଥିପାଇଁ ୮ ବର୍ଷ ପରେ ସରକାର ଚିନି ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରୀ ନିର୍ଦେଶ ଅନୁଯାୟୀ, ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚିନି ଆମଦାନୀ ଟିକସ ମୁକ୍ତ ରହିବ। କଳା ବଜାରୀ ରୋକିବା ପାଇଁ ମଧ୍ୟ ସରକାର ନୂଆ ନିୟମ ଜାରି କରିଛନ୍ତି। ଏବେ ଚିନିକୁ କେବଳ ୧୫ ଦିନ ପାଇଁ ମହଜୁଦ ରଖାଯାଇପାରିବ। ଏହା କେବଳ ମାସକୁ ୧୦ ମେଟ୍ରିକ ଟନ୍ ଚିନି କ୍ରୟ କରୁଥିବା ବେପାରୀଙ୍କ ପାଇଁ ଉଦ୍ଦିଷ୍ଟ। ଏହି ନିୟମ ସେପ୍ଟେମ୍ବର ୧ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ। ଅନ୍ୟପଟେ ଦେଶରେ ଚିନି ଅଭାବ ହେବାକୁ ନ ଦେବା ପାଇଁ ରପ୍ତାନି ଉପରେ କଟକଣା ଲଗାଇ ଦିଆଯାଇଛି। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହି କଟକଣା ଲଗାଯାଇଛି। ସରକାର ଚିନିକୁ ପ୍ରତିବନ୍ଧିତ ଦ୍ରବ୍ୟ ଶ୍ରେଣୀରେ ସାମିଲ କରିଛନ୍ତି। ଏବେ ସରକାରୀ ଅନୁମତି ବିନା କୌଣସି ବେପାରୀ ଚିନି ରପ୍ତାନି କରିପାରିବେ ନାହିଁ।

  • jmjnewso

    Related Posts

    ଦେଶରେ ବାଣ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା କୌଣସି ଯୋଜନା ନାହିଁ : ସୁପ୍ରିମକୋର୍ଟ

    Spread the love

    Spread the loveଜେଏମଜେ ବ୍ୟୁରୋ : ସୁପ୍ରିମକୋର୍ଟ ବୁଧବାର ଦିନ ସ୍ପଷ୍ଟ କରିଛନ୍ତି ଯେ ସମଗ୍ର ଦେଶରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବାର କୌଣସି ଯୋଜନା ନାହିଁ। କୋର୍ଟ ମତ ଦେଇଛନ୍ତି ଯେ ଦୀପାବଳି ପର୍ବ ଲୋକଙ୍କ ଭାବନା…

    ଭୋଟ ଚୋରି ପ୍ରସଙ୍ଗରେ ଏକଜୁଟ୍‌ ହେଲେ ଇଣ୍ଡିମେଣ୍ଟ: ଅକ୍ଟୋବର ୬ରେ ବିରୋଧୀ ସାଂସଦଙ୍କ ପଦଯାତ୍ରା

    Spread the love

    Spread the loveନୂଆଦିଲ୍ଲୀ: ଜେଏମଜେ ନ୍ୟୁଜ : ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରସଙ୍ଗରେ ବିରୋଧୀ ଇଣ୍ଡିମେଣ୍ଟର ସହଯୋଗୀ ଦଳଗୁଡ଼ିକ ବୁଧବାର ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ସିଇସି ଜ୍ଞାନେଶ କୁମାରଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ୯ଛାତ୍ର ଥାନାରେ ଅଟକ : ପ୍ରାକ ନିର୍ବାଚନୀ ହିଂସା!

    ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ୯ଛାତ୍ର ଥାନାରେ ଅଟକ : ପ୍ରାକ ନିର୍ବାଚନୀ ହିଂସା!

    ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

    ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

    ମା’ ତାରାତାରିଣୀଙ୍କ ହୁଣ୍ଡି ଖୋଲିଲା: ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା-ରୂପା,ବିଦେଶୀ ମୁଦ୍ରା ଓ ଭକ୍ତଙ୍କ ଭାବ ବିହ୍ଵଳ ଚିଠି

    ମା’ ତାରାତାରିଣୀଙ୍କ ହୁଣ୍ଡି ଖୋଲିଲା: ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା-ରୂପା,ବିଦେଶୀ ମୁଦ୍ରା ଓ ଭକ୍ତଙ୍କ ଭାବ ବିହ୍ଵଳ ଚିଠି

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    CMO ରୁ ଫାଇଲ ମିସିଂ ଘଟଣା : ୩ ଜଣଙ୍କ ବୟାନ ରେକର୍ଡ

    CMO ରୁ ଫାଇଲ ମିସିଂ ଘଟଣା : ୩ ଜଣଙ୍କ ବୟାନ ରେକର୍ଡ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ