କ୍ଷମା ମାଗିଲା ଅନଲାଇନ୍ ଡ୍ରାଇଭର ସଂଘ ; ଆମେ ଗୁଣ୍ଡା ନୁହେଁ, ପେଟ ପାଟଣା ପାଇଁ ୧୨ ଘଣ୍ଟା ଖଟୁ

Spread the love

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ମାଷ୍ଟର କ୍ୟାଣ୍ଟିନ୍ ଛକରେ ଅନଲାଇନ ଗାଡି ଚାଳକ ସଂଘର ହିଂସା ଘଟଣାରେ ଶୁକ୍ରବାର ବଡ ଖବର ସାମ୍ନାକୁ ଆସିଛି। କ୍ଷମା ପ୍ରାର୍ଥନା କଲା ସ୍ମାର୍ଟ ସିଟି ଅନଲାଇନ ଅଟୋ ଟ୍ୟାକ୍ସି ଡ୍ରାଇଭର ସଂଘ। ଭିଡିଓ ଜାରି କରି ଜନସାଧାରଣଙ୍କୁ କ୍ଷମା ମାଗିଲେ ସଭାପତି ଦୀନବନ୍ଧୁ ନାୟକ। ଜନସାଧାରଣଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦଃଖିତ ବୋଲି କହିଛନ୍ତି ଦୀନବନ୍ଧୁ।ଭୁଲଟା ଭୁଲ୍, ଭୁଲ୍ କୁ ସେ ସ୍ୱୀକାର କରିଛନ୍ତି। ଏମିତି ହେବାର ନଥିଲା, ହିଂସା ଘଟଣାରେ ରାଜନୀତି ଥିବା ଚର୍ଚ୍ଚା ସେ ଖଣ୍ଡନ କରିଛନ୍ତି। ଆମେ ସମସ୍ତେ ଗରୀବ ଖଟିଖିଆ ଅଟୋ-ଟ୍ୟାକ୍ସି-ବାଇକ ଚାଳକ।

ମୁଁ ରାଜନୀତି କରେନି, ବିଜେପିର ଜଣେ ସଦସ୍ୟ ହୋଇ ରହିଛି। ମୁଁ ଅଟଳ ବିହାରୀ ବାଜପେୟୀ, ନରେନ୍ଦ୍ର ମୋଦୀ ଓ ମୋହନ ମାଝୀଙ୍କୁ ଭଲ ପାଏ ବୋଲି କହିଛନ୍ତି। ଆମେ କୌଣସି ଗୁଣ୍ଡା ନୁହେଁ, ପେଟ ପାଟଣା ପାଇଁ ୧୨ ଘଣ୍ଟା ଖଟୁଛୁ। ପରିବହନ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପୁଲିସଙ୍କ ସହ ମୋର ଭଲ ସମ୍ପର୍କ। ଦୟା କରି ଜବତ ଗାଡିଗୁଡିକୁ ଫେରାଇ ଦେବାକୁ ପୁଲିସକୁ ଅନୁରୋଧ କରିଛନ୍ତି। ଯେଉଁମାନେ ଗିରଫ ହୋଇଛନ୍ତି, ସେମାନଙ୍କୁ ବେଲରେ ଆଣିବାକୁ ଚେଷ୍ଟା କରିବୁ। ଗତ ୧୯ ତାରିଖ ଭଙ୍ଗାରୁଜା ଓ ପୁଲିସକୁ ଆକ୍ରମଣ ପରଠୁ ଦୀନବନ୍ଧୁ ଫେରାର ଅଛନ୍ତି। ତାଙ୍କୁ ଖାରବେଳନଗର ଥାନା ପୁଲିସ ଖୋଜୁଛି।
ସୂଚନାଯୋଗ୍ୟ, ରାଜଧାନୀ ଲୋୟର ପିଏମଜି ହିଂସା ଘଟଣାରେ ୩୫୪ ଅଟୋକୁ ଜବତ କଲାଣି କମିଶନରେଟ୍ ପୁଲିସ। ୧୪ରୁ ଅଧିକ ଆମ ବସ ଭାଙ୍ଗିଛନ୍ତି ଆନ୍ଦୋଳନକାରୀ। ଏହି ହିଂସା ପାଇଁ ଆମ ବସର ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।

  • jmjnewso

    Related Posts

    ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟ ସରକାର ଆଜି (ସୋମବାର) ବରିଷ୍ଠ ଓଏଏସ୍ ଅଧିକାରୀସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଗୋଟିଏ ଦିନରେ ୨୭ଜଣ ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି।ଦୁଇ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ପଦୋନ୍ନତିପ୍ରକାଶିତ…

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    Spread the love

    Spread the loveଜେଏମଜେ ବ୍ୟୁରୋ : ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ…

    Leave a Reply

    Your email address will not be published. Required fields are marked *

    You Missed

    ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ୯ଛାତ୍ର ଥାନାରେ ଅଟକ : ପ୍ରାକ ନିର୍ବାଚନୀ ହିଂସା!

    ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ୯ଛାତ୍ର ଥାନାରେ ଅଟକ : ପ୍ରାକ ନିର୍ବାଚନୀ ହିଂସା!

    ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

    ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

    ମା’ ତାରାତାରିଣୀଙ୍କ ହୁଣ୍ଡି ଖୋଲିଲା: ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା-ରୂପା,ବିଦେଶୀ ମୁଦ୍ରା ଓ ଭକ୍ତଙ୍କ ଭାବ ବିହ୍ଵଳ ଚିଠି

    ମା’ ତାରାତାରିଣୀଙ୍କ ହୁଣ୍ଡି ଖୋଲିଲା: ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା-ରୂପା,ବିଦେଶୀ ମୁଦ୍ରା ଓ ଭକ୍ତଙ୍କ ଭାବ ବିହ୍ଵଳ ଚିଠି

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    CMO ରୁ ଫାଇଲ ମିସିଂ ଘଟଣା : ୩ ଜଣଙ୍କ ବୟାନ ରେକର୍ଡ

    CMO ରୁ ଫାଇଲ ମିସିଂ ଘଟଣା : ୩ ଜଣଙ୍କ ବୟାନ ରେକର୍ଡ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ