କୋରାପୁଟ :ଜେଏମଜେ ନ୍ୟୁଜ (ଦେବାଶ୍ରିତ ପଟ୍ଟନାୟକ ): ସରିଲା ଶ୍ରାବଣ ମାସ ସୋମବାର ଶିଵ ପୀଠ ରେ ଭକ୍ତ ଙ୍କ ଭିଡ଼ l
ଏକ ମାସ ଧରି ଚାଲିଥିବା ଶ୍ରାବଣ ର ସୋମବାର ଆଜି ଶେଷ ହୋଇଛି l ଆଉ ତା ସହିତ ଶ୍ରଦ୍ଧାଳୁ ଭକ୍ତ ଙ୍କ ଭିଡ଼ ବି ଜିଲ୍ଲା ର ବିଭିନ୍ନ ଶୌବ ପୀଠ ଗୁଡିକ ରେ ଦେଖିବାକୁ ମିଳିଛି

ସେହିପରି ଜିଲ୍ଲା ସଦର ମହକୁମା ରେ ଥିବା ବିଭିନ୍ନ ଶୌବ ପୀଠ ରେ ବି ଭକ୍ତ ଙ୍କ ପୂଜା ଅର୍ଚନା କରିବାର ଦେଖା ଯାଇଥିଲା କିଏ ଜଳାଭିଷେକ କରିଛି ତ ପୁଣି କିଏ ଦୀପ ଜାଳି ପୂଜା ଅର୍ଚନା କରିଛି ତ କିଏ କlଉଡ଼ି ଭାର କରି ମନ୍ଦିର ମୁହାଁ ହୋଇଛି l କେବଳ ସେତିକି ନୁହଁ ଗୁପ୍ତେଶ୍ୱର ପୀଠ ରେ ବି ଆଜି ଶେଷ ସୋମବାର ଉପଲକ୍ଷେ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଛି।







