ଗଞ୍ଜାମ ଜିଲ୍ଲାପ୍ରଶାସନ ନିର୍ଦ୍ଦେଶକୁ ବେଖାତିର.. ଖୁଲାମଖୁଲା ପ୍ଳାଷ୍ଟର ପ୍ୟାରିସ ମୂର୍ତ୍ତି ନିର୍ମାଣ ଓ ବିକ୍ରି

Spread the love


ଜେଏମଜେ ନ୍ୟୁଜ : ସରକାରୀ ଓ ପ୍ରଶାସନ ନିର୍ଦେଶ କୁ ବେଖାତିର କରି ପୋଲସରା ରେ ଖୁଲମଖୁଲା ଚାଲିଛି ପ୍ଳାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି ନିର୍ମାଣ ଓ ବିକ୍ରି। ଦୀର୍ଘ ବର୍ଷ ଧରି ଏକ ଦେବୋତ୍ତର ଜମିରେ ବାହାର ରାଜ୍ୟର କିଛି ଅସାଧୁ ବ୍ୟବସାୟୀ ପ୍ଳାଷ୍ଟର ଅଫ ପ୍ୟାରିସର ବହୁଳ ବ୍ୟବହାର କରି ବିରାଟ ବିରାଟ ମୂର୍ତ୍ତି ଗଢି ପାର୍ବଣ ସମୟରେ ଭଗବାନଙ୍କ ନାମରେ ବ୍ୟବସାୟ କରି ଅଞ୍ଚବାସୀଙ୍କୁ ଲୁଟୁଥିବା ଅଭିଯୋଗ ଉଠିଛି।ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ବିଭାଗ ତରଫରୁ ୨୦୨୧ ମସିହାରେ ଏହାର ବ୍ୟବହାର ନେଇ ଗାଇଡ଼ ଲାଇନ ଆସିଥିଲେ ମଧ୍ଯ ସ୍ଥାନୀୟ ପ୍ରଶାସନର କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନଥିବା ଯୋଗୁଁ ଦିନକୁ ଦିନ ସହରର ପରିବେଶ ଦୂଷିତ ହେବା ସହ ଧନେଇ ଓ ବାଘୁଆ ନଦୀର ଜଳ ମଧ୍ଯ ଦୂଷିତ ହେବାରେ ଲାଗିଛି।

କେବଳ ସେତିକି ନୁହେଁ ସ୍ଥାନୀୟ କଳାକାର ମଧ୍ଯ ଏହି ପାର୍ବଣ ସମୟରେ ଘରେ ଖାଲି ହାତରେ ହାତ ଯୋଡ଼ି ବସିଥିବା ବେଳେ ବାହାର ରାଜ୍ୟରୁ ଅସି କିଛି ଅସାଧୁ ବ୍ୟବସାୟୀ ଲକ୍ଷ ଲକ୍ଷ୍ୟ ଟଙ୍କା ରୋଜଗାର କରୁଥିବା କଳାକାର ସଙ୍ଘ କ୍ଷୋଭ ପ୍ରକାଶ କରିଛି। ପୂର୍ବରୁ ମଧ୍ଯ ପୋଲସରା ରେ ପ୍ଳାଷ୍ଟର ଅଫ ପ୍ୟାରିସ ରେ ନିର୍ମାଣ କରୁଥିବା ମୂର୍ତ୍ତି କୁ ନିଷେଦ୍ଧ କରିବା ପାଇଁ ଜିଲ୍ଲାପାଳ ଓ ସ୍ଥାନୀୟ ପ୍ରଶାସନଙ୍କ ନିକଟରେ ବାରମ୍ବାର ଦାବି କରିଥିଲେ ମଧ୍ଯ କାହିଁକି ଏବଂ କେଉଁ କାରଣରୁ ସରକାରୀ ସ୍ଥରରେ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ କିଛିଦିନ ତଳେ ସ୍ଥାନୀୟ କଳାକାର ସଙ୍ଘ ପୋଲସରା ଥାନାରେ ଲିଖିତ ଅଭିଯୋଗ କରି ଏହାକୁ ବନ୍ଦ କରିବା ପାଇଁ ଥାନାଧିକାରୀ ଙ୍କୁ ଅନୁରୋଧ କରିଥିଲେ ଏବଂ ଥାନାଧିକାରୀ ମଧ୍ଯ ଉକ୍ତ ବ୍ୟବସାୟୀ ଙ୍କୁ ଥାନାକୁ ଡାକି ତାଗିଦ କରିଥିଲେ କିନ୍ତୁ ସେଥିପ୍ରତି ପ୍ଳାଷ୍ଟର ଅଫ ପ୍ୟାରିସ ନିର୍ମାଣ କରୁଥିବା ସଂସ୍ଥା ଖାତିର ନକରି ପୁନଃ ତାର ବ୍ୟବସାୟ କୁ ଆହୁରି ବଢ଼ାଇ ଚାଲିଛି। ଏବଂ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଇ ବେଆଇନ ବ୍ୟବସାୟ ବିସ୍ତାର କରିବାରେ ଲାଗିଛି। ଯଦି କୌଣସି ଲୋକେ ତାର ବିରୋଧ କଲେ ଉକ୍ତ ବ୍ୟବସାୟ ତରଫରୁ ଧମକ ମଧ୍ଯ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।
କେବଳ ମୂର୍ତ୍ତି ନୁହେଁ ଆଖପାଖ ରେ ଥିବ କିଛି ବିରଳ ପକ୍ଷୀ ଙ୍କୁ ଏମାନେ ଶିକାର କରି ଖାଉଥୁବା ଭଳି ସଙ୍ଗୀନ ଅଭିଯୋଗ ଆସିଲାଣି। ଯଦି ପ୍ରଶାସନ ଏମାନଙ୍କ ବିରୁଦ୍ଧରେ କିମ୍ବା ପ୍ଳାଷ୍ଟର ଅଫ ପ୍ୟାରିସ ଭଳି ମାରାତ୍ମକ ଜିନିଷ କୁ ନିଷେଧ ନକରେ ତାହେଲେ ଆଗକୁ ପୋଲସରାବାସୀ ପିଇବା ପାଣି ସହ ସାଙ୍ଘାତିକ ରୋଗର ଶିକାର ହେବା ସହ ସ୍ଥାନୀୟ ଅଞ୍ଚଳରରେ ଦେଖାଦେଉଥିବା ପକ୍ଷୀ ଓ କଳାକାର ସବୁ ଲୋପ ପାଇବା ଥୟ ବୋଲି ଅଞ୍ଚଳବାସୀ କହିଛନ୍ତି। ଏନେଇ ପୋଲସରା ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନାଙ୍କ ସହ ଯୋଗାଯୋଗ ବେଳେ ସରକାରୀ ନିୟମକୁ ଖିଲାପ କରୁଥିବା ବ୍ୟବସାୟିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଅନ୍ୟପଟେ ଉକ୍ତ ସଂସ୍ଥା ସହ ଯୋଗାଯୋଗ ବେଳେ ଆମେ କିଛି ନିୟମ ଖିଲାପ କରୁନୁ ପ୍ରଶାସନ ଯାହା କରୁଛି କରୁ ଆମେ ଛତ୍ରପୁର ଜିଲ୍ଲା ଅଧିକାରୀ ଆମକୁ ଅନୁମତି ଦେଇଛି ବୋଲି ମଧ୍ୟ ପ୍ରକାଶ ପାଇଛି। ଯାହାକି ମୋଟାମୋଟି କହିବାକୁ ଗଲେ ପୁରା ପ୍ରଶାସନ ତାଙ୍କ ହାତ ମୁଠାରେ ଥିବା ଅନୁମାନ କରାଯାଉଛି। ଏଥିପ୍ରତି ଜଦି ପ୍ରଶାସନ ଅଣ ଦେଖା କରେ ତାହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇ ରାସ୍ତାରୋକ କରିବା ପାଇଁ କଳାକାର ସଂଘ ଓ ଜନସାଧାରଣଙ୍କ ପକ୍ଷରୁ ହେବା ସମ୍ଭାବନା ରହିଛି ବୋଲି ପ୍ରକାଶ ପାଇଛିଗଞ୍ଜାମ ଗଞ୍ଜାମ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଆକର୍ଷଣ କରି କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଦେଖିବାକୁ ବାକି ରହିଲା।

ଗଞ୍ଜାମ ରୁ ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ ।

  • jmjnewso

    Related Posts

    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    Spread the love

    Spread the loveଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ଗାଁ ସାଥୀ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାଜ୍ୟ ଗାଁ ସାଥୀ ମହାସଂଘର ଗଞ୍ଜାମ ଶାଖା ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ମହାସଂଘର ଶତାଧିକ…

    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    Spread the love

    Spread the loveଛତ୍ରପୁର : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲା ଆସିକା ବ୍ଲକ ଅନ୍ତର୍ଗତ ହରିପଦପୁର ଗ୍ରାମପଞ୍ଚାୟତର ସମସ୍ୟା ନେଇ ବ୍ଲକରେ ଅନୁଷ୍ଠିତ ସମିତି ବୈଠକରେ ବିଧାୟକଙ୍କ ସମ୍ମୁଖରେ ସମସ୍ୟା ଉପସ୍ଥାପନ କରୁଥିବା ସମୟରେ ମହିଳା ସରପଞ୍ଚ ଜୟନ୍ତୀ ବେହେରାଙ୍କୁ…

    Leave a Reply

    Your email address will not be published. Required fields are marked *

    You Missed

    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି

    • By jmjnewso
    • September 11, 2026
    • 16 views
    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ  ପ୍ରସ୍ତୁତି

    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    • By jmjnewso
    • September 11, 2026
    • 38 views
    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    • By jmjnewso
    • September 11, 2026
    • 26 views
    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    • By jmjnewso
    • September 11, 2026
    • 45 views
    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    • By jmjnewso
    • September 11, 2026
    • 32 views
    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା

    • By jmjnewso
    • September 11, 2026
    • 52 views
    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା