ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଆସନ୍ତା ୨୨ ତାରିଖରୁ ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୨୨ ତାରିଖରୁ ଚାଲିବ ବିଧାନସଭାର ମୌସୁମୀ ଅଧିବେଶନ । ଅକ୍ଟୋବର ୩ ତାରିଖ ଯାଏଁ ଚାଲିବ ଏହି ଅଧିବେଶନ । ଏଥର ମୌସୁମୀ ଅଧିବେଶନରେ ରହିଛି ୯ଟି କାର୍ଯ୍ୟ ଦିବସ । ଏଥି ମଧ୍ୟରୁ ଗୋଟିଏ ଦିନ ଛୁଟି ରହିଥିବା ବେଳେ ଦୁଇ ଦିନ ନୋ-ମିଟିଂ ଡେ’ ରହିଛି ।
ଚଳିତ ଥର ମୌସୁମୀ ଅଧିବେଶନରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ ରାଜ୍ୟ ସରକାର ବିଧାନସଭାକୁ ଆଣିବେ । ଅନ୍ୟପଟେ ମୋହନ ସରକାର ଘେରିବାକୁ ବିରୋଧୀ ଦଳମାନେ ପ୍ରସ୍ତୁତ ହୋଇ ରହିଛି ।
ଅନ୍ୟପଟେ ଦେଖିବାକୁ ଗଲେ ଏଥର ମୌସୁମୀ ଅଧିବେଶନରେ ବିରୋଧୀ ଦଳ ତଥା ବିଜେଡି ଓ କଂଗ୍ରେସ ବନ୍ୟା, ରିଲିଫ୍ ବଣ୍ଟନ୍, ନାରୀ ସୁରକ୍ଷା, MMDR ବିଲ୍, ଫସଲ ନଷ୍ଟ, ସାର ସଙ୍କଟ, ଚାଷୀ ପଞ୍ଜିକରଣ, ବିମାନବନ୍ଦର ଘରୋଇକରଣ, ଦରଦାମ ବୃଦ୍ଧି, ପେଟ୍ରୋଲ- ଡିଜେଲ ଦର ବୃଦ୍ଧି, ଜେନ୍-ଜି ଆନ୍ଦୋଳନ, ଛାତ୍ର ସଂସଦ ନିର୍ବାଚନ, ସୁରକ୍ଷା ବ୍ୟବସ୍ଥା, ଡିଜିପ ଚୟନ, ମହାନଦୀ ଜଳବିବାଦ ଆଦିକୁ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି । ସେହିଭଳି ବିରୋଧୀଙ୍କୁ ଉଚିତ୍ ଜବାବ ଦେବା ପାଇଁ ସରକାର ମଧ୍ୟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।…








