ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା

Spread the love

ଛତ୍ରପୁର : ଜେଏମଜେ ନ୍ୟୁଜ : ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ତରଫରୁ ଆୟୋଜିତ ହୋଇଥିଲା। ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଜିଲା ସମାଜ ମଙ୍ଗଳ ଅଧିକାରୀ ବିଜୟଲକ୍ଷ୍ମୀ ବେହେରାଙ୍କ ସମେତ ସୁଭଦ୍ରା ହିତାଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଗଞ୍ଜାମ ଜିଲାରେ ଆଜି ୫ମ କିସ୍ତିରେ ୯ ଲକ୍ଷ ୨୬ ହଜାର ୬୪୧ ଜଣ ହିତାଧିକାରୀଙ୍କ ବ୍ୟାଙ୍କଖାତାକୁ ପ୍ରାୟ ୪୬୩ କୋଟି ୩୨ ଲକ୍ଷ ଟଙ୍କା ସିଧାସଳଖ ହସ୍ତାନ୍ତର କରାଯାଇଛି। ରାଖି ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଭଉଣୀମାନେ ଛତ୍ରପୁର ବିଧାୟକ, ଜିଲାପାଳ ଓ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଫୁଲ ଓ ଚନ୍ଦନ ଦେଇ ରାଖି ବାନ୍ଧିଥିଲେ।ଏହି ଅବସରରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଛତ୍ରପୁରର ବେବି ମହାରଣା ଓ ବୁଗୁଡ଼ାର କବିତା ମହାରଣାଙ୍କ ସହ ଆଲୋଚନା କରିଥିଲେ। ସୁଭଦ୍ରା ଯୋଜନାରୁ ସେମାନେ ପାଉଥିବା ସୁବିଧା, ଏହି ସହାୟତାର ପ୍ରଭାବ ଏବଂ ଏହା ମାଧ୍ୟମରେ ସେମାନଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ। ରାଖି ପୂର୍ଣ୍ଣିମାର ପବିତ୍ର ଅବସରରେ ଏହି ଅର୍ଥରାଶି ପାଇ ଜିଲାର ଲକ୍ଷାଧିକ ସୁଭଦ୍ରା ଭଉଣୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ସୁଭଦ୍ରା ଯୋଜନାର ପ୍ରଥମ ୪ଟି କିସ୍ତିରେ ଗଞ୍ଜାମ ଜିଲାରେ ପାଖାପାଖି ୧୦ ଲକ୍ଷ ମହିଳା ଏହି ଯୋଜନାର ଲାଭ ପାଇ ଆସୁଛନ୍ତି ବୋଲି ସୂଚନା ମିଳିଛି।

  • jmjnewso

    Related Posts

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    Spread the love

    Spread the loveମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲମାଲକାନଗିରି: ଜେଏମଜେ ନ୍ୟୁଜ ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ । ମୋଟୁ -କାଲିମେଳା ଯାତାୟାତ ଠପ। ଉଭୟ ପାର୍ଶ୍ଵରେ…

    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି

    Spread the love

    Spread the loveଜେଏମଜେ ବ୍ୟୁରୋ : ଆଜି ବାଲେଶ୍ୱରରେ ଗସ୍ତରେ ଅଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର। ପୂର୍ବାଞ୍ଚଳ ରେଞ୍ଜରେ ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ ଏବଂ ଆଗାମୀ ପାର୍ବଣକୁ ନେଇ ପୂର୍ବାଞ୍ଚଳ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    • By jmjnewso
    • September 12, 2026
    • 39 views
    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    • By jmjnewso
    • September 12, 2026
    • 31 views
    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଇଁ ବୁଗୁଡ଼ା ଥାନାରେ ବୈଠକ

    • By jmjnewso
    • September 12, 2026
    • 30 views
    ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଇଁ ବୁଗୁଡ଼ା ଥାନାରେ ବୈଠକ

    ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ

    • By jmjnewso
    • September 12, 2026
    • 52 views
    ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    • By jmjnewso
    • September 12, 2026
    • 31 views
    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି

    • By jmjnewso
    • September 12, 2026
    • 22 views
    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି