ଗଞ୍ଜାମ ଜିଲ୍ଲା ଆସିକାରେ ଖୋଲିଲା ଆରଟିଓ କ୍ୟାମ୍ପ କାର୍ଯ୍ୟାଳୟ ଉଦଘାଟିତ ।

Spread the love

ଆସିକା: ଜେଏମଜେ ନ୍ୟୁଜ (ଗଣେଶ ପାଣିଗ୍ରାହୀ ): ଏଣିକି ପରିବହନ ସଂକ୍ରାନ୍ତିୟ କାର୍ଯ୍ୟରେ ଆଉ କୈାଣସି ଅସୁବିଧା ହେବ ନାହିଁ । ଡ୍ରାଇଭିଙ୍ଗ ଲାଇସେନ୍ସ ଠାରୁ ଆରମ୍ଭ କରି ଗାଡି କାଗଜପତ୍ର ସଂକ୍ରାନ୍ତୀୟ ବିଭିନ୍ନ କାର୍ଯ୍ୟ ଆସିକା କ୍ୟାମ୍ପ ଅଫିସରେ ସହଜରେ ଉପଲବ୍ଧ ହୋଇପାରିବ। ଆର.ଟି.ଓ ଅଫିସ ପରି ଆସିକା କ୍ୟାମ୍ପ ଅଫିସରେ ମଧ୍ଯ ସମସ୍ତ ଗାଡି ସମ୍ଭନ୍ଧୀୟ କାର୍ଯ୍ୟ ସମ୍ପାଦିତ ହେବ । ଜନସାଧାରଣଙ୍କୁ ସଠିକ ସମୟରେ ତ୍ବରିତ ପରିବହନ ସଂକ୍ରାନ୍ତୀୟ ସେବା ଯୋଗାଇବା ଅତ୍ୟନ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ଆସିକା ବିଧାୟକ ସରୋଜ କୁମାର ପାଢୀଙ୍କ ଦୃଢ ନିଷ୍ପତି ବଳରେ ଆସିକାରେ ଆଚଂଳିକ ପରିବହନ କ୍ୟାମ୍ପ କାର୍ଯ୍ୟାଳୟ ଖୋଲିବା ସମ୍ଭବ ହୋଇଛି । ଏହି ଅବସରରେ ବିଧାୟକ ସରୋଜ କୁମାର ପାଢୀଙ୍କ ପ୍ରଚେଷ୍ଟାରେ ଆଜି ଆସିକାରେ ପରିବହନ କ୍ୟାମ୍ପ ଅଫିସ ଶୁଭଉଦଘାଟନ ହୋଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ ଗଞ୍ଜାମ ଜିଲ୍ଲା ଭି.କିର୍ତି ଭାସନ, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଆର.ଟି.ଓ ଭାଗିରଥ୍ ନାୟକ, ଆସିକା ବିଡିଓ ରାଜେନ୍ଦ୍ର ପ୍ରସାଦ ନାୟକ, ଆସିକା ତହସିଲଦାର ସଙ୍ଗିତା ସେଣ,ଆସିକାପୌରପାଳିକା ଅଧ୍ଯକ୍ଷା ବିନେତା ସ୍ଵାଇଁ, ଆସିକା ଏସ.ଡି.ପି.ଓ ସୌରଭ ରଞ୍ଜନ ପ୍ରଧାନ, ଆସିକା ଥାନା ଅଧିକାରୀ ସୁଧୂର କୁମାର ସାହୁ, ଜେ.ଆର.ଏମ.ଭି.ଆଇ ଶୁଭାଶିଷ ମହାରଣା, ଏ.ଟି.ଏସ.ଆ ଏସ.କେ.ଆସୁଦ୍ଧିନ ସମେତ ବହୁ ଅଧୂକାରୀ ଯୋଗ ଦେଇଥିଲେ । ସରକାରଙ୍କ ଏଭିଳି ନିଷ୍ପତି ପାଇଁ ବହୁ ସଚେତନ ନାଗରିକ ବିଧାୟକ ସରୋଜ କୁମାର ପାଢୀଙ୍କୁ କୃତଜ୍ଞତା ଜଣାଇବା ସହିତ କ୍ୟାମ୍ପ ଖୋଲିବା ଦ୍ବାରା ଜନସାଧାରଣ ଆହୁରୀ ଅଧିକରୁ ଅଧୂକ ପରିବହନ ସୁବିଧା ପାଇବାରେ ସକ୍ଷମ ହୋଇପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା କରାଯାଇଛି ।

  • jmjnewso

    Related Posts

    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    Spread the love

    Spread the loveବୁଗୁଡ଼ା,୧୧/୦୯ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଏନଏସିର ଓ୍ବାର୍ଡ ନଂ-୩ ଅନ୍ତର୍ଗତ ଅରବିନ୍ଦ ନଗର ତୃତୀୟ ଲାଇନରୁ ପରିବା ବଜାରକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏନ୍ଏସି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିବା ଏହି…

    ଭଞ୍ଜନଗର ପଞ୍ଚାୟତ ସମିତିର ସାଧାରଣ ବୈଠକ

    Spread the love

    Spread the loveଭଞ୍ଜନଗର : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲା ଭଞ୍ଜନଗର ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ଶୁକ୍ରବାର ପଞ୍ଚାୟତ ସମିତି ଅଧ୍ୟକ୍ଷ ନରିସଭା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

    Leave a Reply

    Your email address will not be published. Required fields are marked *

    You Missed

    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି

    • By jmjnewso
    • September 11, 2026
    • 16 views
    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ  ପ୍ରସ୍ତୁତି

    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    • By jmjnewso
    • September 11, 2026
    • 38 views
    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    • By jmjnewso
    • September 11, 2026
    • 26 views
    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    • By jmjnewso
    • September 11, 2026
    • 45 views
    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    • By jmjnewso
    • September 11, 2026
    • 32 views
    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା

    • By jmjnewso
    • September 11, 2026
    • 52 views
    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା