ଜଳିଗଲା ଟୟୋଟା କାର୍ ସୋ’ରୁମ୍‌: ନିଆଁ ଲିଭାଇଲା ରୋବୋର୍ଟ

Spread the love

ବ୍ରହ୍ମପୁର : ଜେଏମଜେ ନ୍ୟୁଜ : (ବିଭୁତି ଶତପଥି ): ବ୍ରହ୍ମପୁର ଉପକଣ୍ଠ ହଳଦିଆପଦରରେ ଥିବା ଟୟୋଟା କାର୍ ସୋ’ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ। ଜଳିପୋଡ଼ି ପାଉଁଶ ହୋଇଗଲା କୋଟି କୋଟି ଟଙ୍କାର କାର । ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ ସୋ’ରୁମ୍ ଭିତରକୁ ପ୍ରବେଶ କରି ନିଆଁ ଲିଭାଇବା ଅଗ୍ନିଶମ ବାହିନୀ ପାଇଁ କଷ୍ଟସାଧ୍ୟ ହୋଇଥିଲା। ଅଗ୍ନିକାଣ୍ଡରେ କାର୍ ସୋ’ରୁମ୍‌ରେ ଥିବା ଅନେକ କାର୍ ଜଳିଯାଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି।ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଟିମ୍ ପହଞ୍ଚିଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ୧୪ଟି ଦମକଳ ଗାଡ଼ି ଓ ୭୦ ଜଣ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିଲେ। ପ୍ରାୟ ସାଢ଼େ ୩ ଘଣ୍ଟାର କଠିନ ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଥିଲା।

ତେବେ ସୋ’ରୁମ୍ ଭିତରେ ନିଆଁର ଭୟାବହତା ଅଧିକ ଥିବାରୁ ଅଗ୍ନିଶମ କର୍ମଚାରୀଙ୍କ ପାଇଁ ସିଧାସଳଖ ଭିତରକୁ ପ୍ରବେଶ କରିବା ସମ୍ଭବ ହୋଇନଥିଲା। ଏଭଳି ସ୍ଥିତିରେ ସ୍ୱତନ୍ତ୍ର ରୋବର୍ଟର ସହାୟତା ନିଆଯାଇଥିଲା। ରୋବର୍ଟ ମାଧ୍ୟମରେ ସୋ’ରୁମ୍ ଭିତରେ ଥିବା ନିଆଁକୁ ଲିଭାଇବା ସହ ଅଗ୍ନିଶମ ବାହିନୀ ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିଥିଲା। ଅଗ୍ନିକାଣ୍ଡର ପ୍ରକୃତ କାରଣ ଓ କ୍ଷୟକ୍ଷତିର ପରିମାଣ ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିନାହିଁ। ଘଟଣାକୁ ନେଇ ତଦନ୍ତ ଜାରି ରହିଛି।

  • jmjnewso

    Related Posts

    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    Spread the love

    Spread the loveବୁଗୁଡ଼ା,୧୧/୦୯ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଏନଏସିର ଓ୍ବାର୍ଡ ନଂ-୩ ଅନ୍ତର୍ଗତ ଅରବିନ୍ଦ ନଗର ତୃତୀୟ ଲାଇନରୁ ପରିବା ବଜାରକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏନ୍ଏସି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିବା ଏହି…

    ଭଞ୍ଜନଗର ପଞ୍ଚାୟତ ସମିତିର ସାଧାରଣ ବୈଠକ

    Spread the love

    Spread the loveଭଞ୍ଜନଗର : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲା ଭଞ୍ଜନଗର ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ଶୁକ୍ରବାର ପଞ୍ଚାୟତ ସମିତି ଅଧ୍ୟକ୍ଷ ନରିସଭା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

    Leave a Reply

    Your email address will not be published. Required fields are marked *

    You Missed

    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି

    • By jmjnewso
    • September 11, 2026
    • 16 views
    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ  ପ୍ରସ୍ତୁତି

    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    • By jmjnewso
    • September 11, 2026
    • 38 views
    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    • By jmjnewso
    • September 11, 2026
    • 26 views
    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    • By jmjnewso
    • September 11, 2026
    • 45 views
    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    • By jmjnewso
    • September 11, 2026
    • 32 views
    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା

    • By jmjnewso
    • September 11, 2026
    • 52 views
    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା