ନେପାଳ ବନ୍ୟା ବୀଭିଷିକା; ମୃତ୍ୟୁସଂଖ୍ୟା ୭୭୦କୁ ବୃଦ୍ଧି, ଚୀନ୍‌ ସୀମାରେ ୯୦୦ ଭାରତୀୟ ସୁରକ୍ଷିତ

Spread the love


ଜେଏମଜେ ବ୍ୟୁରୋ : ନେପାଳରେ ବୁଧବାର ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ପରେ ପୁଣି ଥରେ ନୂତନ ବନ୍ୟା ଆସିବା ନେଇ ରବିବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଉପର ମୁଣ୍ଡରୁ ଜଳ ପ୍ରବାହ ବୃଦ୍ଧି ପାଇବା ନେଇ ଚୀନ୍ ସରକାର ଅବଗତ କରିବା ପରେ ଭୋଟେକୋଶୀ ଏବଂ ତ୍ରିଶୁଳୀ ନଦୀ ଅବବାହିକାରେ ରହୁଥିବା ଜନବସତିକୁ ହାଇ ଆଲର୍ଟରେ ରହିବାକୁ ମୋବାଇଲ୍ ବାର୍ତ୍ତା ମାଧ୍ୟମରେ ସୂଚିତ କରାଯାଇଛି।
ନେପାଳ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ନେପାଳ ଏବଂ ତିବ୍ବତ ଅଞ୍ଚଳରେ ମୋଟ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୭୭୦ରେ ପହଞ୍ଚିଥିବା ବେଳେ ୩୦୦୦ରୁ ଅଧିକ ଲୋକ ଏବେ ମଧ୍ୟ ନିଖୋଜ ଅଛନ୍ତି। କେବଳ ନେପାଳରେ ୭୩୪ ଜଣ ପ୍ରାଣ ହରାଇଥିବା ବେଳେ ୨୪୫୮ ଜଣ ନିଖୋଜ ଅଛନ୍ତି।

ଅପରପକ୍ଷେ ଚୀନ୍ କର୍ତ୍ତୃପକ୍ଷ ୧୬ ଜଣଙ୍କ ମୃତ୍ୟୁ ଏବଂ ୫୪୬ ଜଣ ନିଖୋଜ ଥିବା ନେଇ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ୨୭୫ ଜଣ ଭାରତୀୟ ନାଗରିକ ନିଖୋଜ ଥିବା ବେଳେ ୧୦୮ ଜଣଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି। ଅନ୍ୟ ଦେଶର ନାଗରିକତା ରଖିଥିବା ପ୍ରାୟ ୧୨୮ ଜଣ ଭାରତୀୟ ବଂଶୋଦ୍ଭବଙ୍କ ସହ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ।

ଗତ ୪୮ ଘଣ୍ଟା ମଧ୍ୟରେ ଚୀନ୍ (ତିବ୍ବତ) ସୀମାରୁ ପ୍ରାୟ ୫୯୮ ଜଣ ଭାରତୀୟ ସୁରକ୍ଷିତ ଭାବେ ନେପାଳ ସୀମାକୁ ପ୍ରବେଶ କରିଛନ୍ତି ଏବଂ ଚୀନ୍ ସୀମାରେ ଥିବା ଆଉ ୯୦୦ ଜଣ ଭାରତୀୟ ସୁରକ୍ଷିତ ଅଛନ୍ତି ଓ ସେମାନଙ୍କ ସହ ସମ୍ପର୍କ ରହିଛି ବୋଲି ପ୍ରଶାସନ ସ୍ପଷ୍ଟ କରିଛି। ପୂର୍ବରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ୫୦ ଜଣ ଭାରତୀୟଙ୍କ ସହ ପୁଣିଥରେ ସମ୍ପର୍କ ସ୍ଥାପନ ହୋଇପାରିଛି।

  • jmjnewso

    Related Posts

    ଗାଁକୁ ନାହିଁ ରାସ୍ତା: ଖଟିଆରେ ବୁହା ହେଲେ ଗର୍ଭବତୀ

    Spread the love

    Spread the loveଗୁଡ଼ାରୀ : ଜେଏମଜେ ନ୍ୟୁଜ : ପୁଣି ଜନନୀ ଯନ୍ତ୍ରଣା । ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ । ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଶିରିଗୁଡ଼ା ପଞ୍ଚାୟତର ସାଡକଣା ଗ୍ରାମରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ…

    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଜୋରଦାର ହୋଇଛି। ଏହି ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସୁରୁଖୁରୁରେ ସମ୍ପାଦନ କରିବା ଲକ୍ଷ୍ୟରେ ନୂତନ…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    • By jmjnewso
    • September 12, 2026
    • 37 views
    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    • By jmjnewso
    • September 12, 2026
    • 30 views
    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଇଁ ବୁଗୁଡ଼ା ଥାନାରେ ବୈଠକ

    • By jmjnewso
    • September 12, 2026
    • 27 views
    ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଇଁ ବୁଗୁଡ଼ା ଥାନାରେ ବୈଠକ

    ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ

    • By jmjnewso
    • September 12, 2026
    • 44 views
    ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    • By jmjnewso
    • September 12, 2026
    • 30 views
    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି

    • By jmjnewso
    • September 12, 2026
    • 21 views
    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି