୧୮ ବର୍ଷ ପରେ ବି ଖୋଲିପାରିନି ରହସ୍ୟ..ଆଜି ପୂରୁଛି ସ୍ୱାମୀଜୀଙ୍କ ୧୮ତମ ବଳିଦାନ ଦିବସ ।

Spread the love

ଜେଏମଜେ ବ୍ୟୁରୋ : ୧୮ ବର୍ଷ ପରେ ବି ଖୋଲିପାରିନି ରହସ୍ୟ। ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ୨୦୦୮ ମସିହା ଏହି ପବିତ୍ର ତିଥିରେ ହିଁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଆଜି ପୂରୁଛି ସ୍ୱାମୀଜୀଙ୍କ ୧୮ତମ ବଳିଦାନ ଦିବସ । ହତ୍ୟାକାଣ୍ଡକୁ ୧୮ ବର୍ଷ ବିତିଯାଇଥିଲେ ବି ଆଜି ଯାଏଁ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି ସ୍ୱାମୀଜୀଙ୍କ ଅନୁଗାମୀ ଓ ସଂସ୍କୃତ କନ୍ୟାଶ୍ରମର ଅନ୍ତେବାସୀ । ଅନ୍ୟପଟେ ତଦନ୍ତ କମିଶନ ଫାଇଲ୍ ଗାଏବ ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିବା ବେଳେ, ବଳିଦାନ ଦିବସ ପାଇଁ କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି ।
୨୦୦୮ ମସିହାର ସେହି କଳା ରାତି । ପବିତ୍ର ଜନ୍ମାଷ୍ଟମୀ ତିଥିରେ ଜନ୍ମ ନେଇଥିଲା ଆତଙ୍କ । ଜଳିଥିଲା କନ୍ଧମାଳ । ସଂସ୍କୃତ କନ୍ୟାଶ୍ରମରେ ପଶି ବିଧର୍ମୀମାନେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କ ସହଯୋଗୀଙ୍କୁ । ଏହି ହୃଦୟ ବିଦାରକ ହତ୍ୟାକାଣ୍ଡକୁ ୧୮ ବର୍ଷ ପୂରିଛି । କିନ୍ତୁ ଆଜି ବି ନ୍ୟାୟ ଅପେକ୍ଷାରେ ଅନ୍ତେବାସୀ, ଅନୁଗାମୀ ଓ ସମଗ୍ର ହିନ୍ଦୁ ସମାଜ । ପୂର୍ବ ସରକାର ସମୟରେ ଜଷ୍ଟିସ୍ ମହାପାତ୍ର ଓ ଜଷ୍ଟିସ୍ ନାଇଡୁ କମିଶନ ଗଠନ ହୋଇଥିଲା ସତ, କିନ୍ତୁ ଏହି ତଦନ୍ତ ରିପୋର୍ଟ ଆଜି ପର୍ଯ୍ୟନ୍ତ ସାର୍ବଜନୀନ ହୋଇପାରିଲା ନାହିଁ । ୧୮ ବର୍ଷର ଦୀର୍ଘ ସଂଗ୍ରାମ । ଆଶ୍ରମର ଅନ୍ତେବାସୀ, ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନେ ଆଜି ବି ଆଶାବାଦୀ ଯେ, ଅପରାଧୀ ଓ ଚକ୍ରାନ୍ତକାରୀଙ୍କ ମୁଖା ଖୋଲିବ ଏବଂ ସ୍ୱାମୀଜୀଙ୍କ ଆତ୍ମାକୁ ନ୍ୟାୟ ମିଳିବ ।
ସବୁଠାରୁ ବଡ଼ କଥା ହେଉଛି, ଏହି ଅମାନୁଷିକ ହତ୍ୟାକାଣ୍ଡର ତଦନ୍ତ ପାଇଁ ଗଠିତ ଜଷ୍ଟିସ ନାଇଡୁଙ୍କ କମିଶନ୍ ଡିସେମ୍ବର ୨୦୧୫ରୁ ତତକାଳୀନ ବିଜେଡି ସରକାରକୁ ରିପୋର୍ଟ ପ୍ରଦାନ କରିସାରିଛନ୍ତି । ଏହାକୁ ସାର୍ବଜନୀନ କରାଯାଇନଥିବାବେଳେ, ଲୋକସେବା ଭବନରୁ ତଦନ୍ତ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଗାଏବ ହୋଇଯାଇଛି । ନୂଆ ସରକାର ଆସିବା ପରେ ଏ ନେଇ FIR ରୁଜୁ ହେବା ସହ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । କମିଶନରେଟ ପୋଲିସ ଓ କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ପୂର୍ବ ସରକାରଙ୍କ ପ୍ରଭାବଶାଳୀ ଅଫିସର ଭୈରବ ପାଣ୍ଡିଆନ, ରାଜେଶ ବର୍ମା, ମନୋଜ ମିଶ୍ର ଓ ୟୁଏନ୍ ବେହେରାଙ୍କୁ ହାଜର ପାଇଁ ନୋଟିସ୍ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କିରାଣୀ ବିଏନ୍ ମହାରଣାଙ୍କ ଘରେ ରେଡ୍ ବି ହୋଇଥିଲା । ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପଷ୍ଟ ପ୍ରତିଶ୍ରୁତି ଦେଇଛନ୍ତି ଯେ, ସ୍ୱାମୀଜୀଙ୍କ ରକ୍ତର ପ୍ରତ୍ୟେକ ଟୋପାର ନ୍ୟାୟ ମିଳିବ ଏବଂ ସତ୍ୟର ଉନ୍ମୋଚନ ହେବ ।
ଅନ୍ୟପଟେ, ତିଥି ଅନୁସାରେ ଆଜି ଚକାପାଦ ଗୁରୁକୁଳ ଆଶ୍ରମ ଓ ତୁମୁଡ଼ିବନ୍ଧ ସଂସ୍କୃତ କନ୍ୟାଶ୍ରମରେ ପାଳିତ ହେଉଛି ସ୍ୱାମୀଜୀଙ୍କ ୧୮ତମ ତିରୋଧାନ ଦିବସ । ଏଥିପାଇଁ ଦୁଇ ଆଶ୍ରମରେ ବିଭିନ୍ନ ଯଜ୍ଞ, ସ୍ମୃତିଚାରଣ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖିଆଗରେ ରଖି ସମଗ୍ର କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପ୍ରତ୍ୟେକ ଆଶ୍ରମରେ ୪ ପ୍ଲାଟୁନ୍ ଲେଖାଏଁ ପୋଲିସ ଫୋର୍ସ ମୁତୟନ ହେବା ସହ ସମ୍ବେଦନଶୀଳ ଅଞ୍ଚଳରେ ନାକାବନ୍ଦୀ ଓ ପେଟ୍ରୋଲିଂକୁ ଜୋରଦାର କରାଯାଇଛି ।

  • jmjnewso

    Related Posts

    ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’;ମହିଳାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଆହ୍ୱାନ

    Spread the love

    Spread the loveଭୁବନେଶ୍ୱର:ଜେଏମଜେ ନ୍ୟୁଜ : ରାଜ୍ୟର ସମସ୍ତ ମହିଳା ହିତାଧିକାରୀମାନଙ୍କୁ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟାରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜ ନିଜ ଘରେ ଦୀପ ପ୍ରଜ୍ୱଳନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା…

    ଆଜିଠୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ଠପ ରହିବ ବ୍ୟାଙ୍କିଙ୍ଗ୍‌ ସେବା !

    Spread the love

    Spread the loveଜେଏମଜେ ନ୍ୟୁଜ : ଆଜିଠୁ ଶୁକ୍ରବାରକୁ ମିଶାଇ ଲଗାତର ୫ ଦିନ ବ୍ୟାଙ୍କିଙ୍ଗ୍ ସେବା ପ୍ରଭାବିତ ହୋଇପାରେ । ୫ ଦିନ କାର୍ଯ୍ୟ ସପ୍ତାହ କାର୍ଯ୍ୟାନ୍ୱୟନରେ ବିଳମ୍ବ, ପ୍ରଦର୍ଶନ-ସଂଯୁକ୍ତ ପ୍ରୋତ୍ସାହନ(ପିଏଲ୍ଆଇ) ସ୍କିମକୁ ନେଇ ମତଭେଦ ଏବଂ ପେନସନ୍ ପ୍ରସଙ୍ଗ…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    • By jmjnewso
    • September 12, 2026
    • 37 views
    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    • By jmjnewso
    • September 12, 2026
    • 30 views
    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଇଁ ବୁଗୁଡ଼ା ଥାନାରେ ବୈଠକ

    • By jmjnewso
    • September 12, 2026
    • 27 views
    ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଇଁ ବୁଗୁଡ଼ା ଥାନାରେ ବୈଠକ

    ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ

    • By jmjnewso
    • September 12, 2026
    • 44 views
    ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    • By jmjnewso
    • September 12, 2026
    • 30 views
    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି

    • By jmjnewso
    • September 12, 2026
    • 21 views
    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି