ଜେଏମଜେ ନ୍ୟୁଜ : କେବେ ହେବ ଛାତ୍ର ସଂସଦ ନିର୍ବାଚନ ? ଛାତ୍ର ସଂସଦ ନିର୍ବାଚନକୁ ନେଇ ସରକାର ପ୍ରସ୍ତୁତି କରୁଥିବା ନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।ମନ୍ତ୍ରୀଙ୍କ ଏହି ସୂଚନା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଆଶା ସଞ୍ଚାର ହୋଇଛି । ନିର୍ବାଚନ କେବେ ହେବ, ସେନେଇ ଆଲୋଚନା ଚାଲିଥିବା ବେଳେ ଆଲୋଚନା ପରେ ଉଚିତ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଛାତ୍ର ସଂସଦ ନିର୍ବାଚନକୁ ନେଇ ସରକାରଙ୍କ ପ୍ରସ୍ତୁତି ଆରମ୍ଭ ହୋଇଥିବାରୁ ଖୁବଶୀଘ୍ର ଏନେଇ ଚିତ୍ର ସ୍ପଷ୍ଟ ହୋଇପାରେ ।







