ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ

Spread the love

ଜେଏମଜେ ବ୍ୟୁରୋ : ମାଡ଼ି ଆସିବ ମହାବାତ୍ୟା ! ୧୯୯୯ ଠୁ ବି ହେବ ଭୟଙ୍କର। ନିମିଷକେ ସବୁ ହୋଇଯିବ ଛାରଖାର। ମାଡ଼ିଆସିବ ସମୁଦ୍ର ଜୁଆର। କିଛି ଏମିତି ଘଟିପାରେ ଭାରତର ପୂର୍ୱ ଉପକୂଳରେ । କାରଣ ବର୍ଷ ଶେଷ ଆଡକୁ ମାଡ଼ି ଆସୁଛି ତିନୋଟି ବଡ଼ ସାଇକ୍ଲୋନ । ଯେଉଁଥିରୁ ବର୍ତ୍ତିବନି ଓଡିଶା-ଆନ୍ଧ୍ରପ୍ରଦେଶ । କିଛି ଏମିତି ପୂର୍ୱାନୁମାନ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ।ଯାହାକୁ ନେଇ ଏବେଠୁ ଛାନିଆ ହେଲେଣି ଲୋକେ।

ଓଡିଶାରେ ପ୍ରତିବର୍ଷ ମାଡ଼ ହୁଏ ଛୋଟ ବଡ ଅନେକ ବାତ୍ୟା । ଅକ୍ଟୋବର ଆସିଲେ ଛାତି ଥରି ଉଠେ । କାରଣ ୧୯୯୯ ମସିହା ଅକ୍ଟୋବରରେ ଆସିଥିଲା ମହାବାତ୍ୟା । ପ୍ରାଣ ହରାଇଥିଲେ ଶହଶହ ଲୋକେ । ଅନେକ ଗାଁ ମାଟିରେ ମିଶିଯାଇଥିଲା । ସେହିପରି ୨୦୧୯ ମେ ମାସରେ ଆସିଥିବା ଫନି ବି ରଚିଥିଲା ତାଣ୍ଡବ । ପୁରୀ ଜିଲ୍ଲାରେ କରିଥିଲା ଲ୍ୟାଣ୍ଡଫଲ । ଭୂବନେଶ୍ୱରରେ ରଚିଥିଲା ପ୍ରଳୟ । ୭ ଦିନ ଯାଏଁ ଅନେକ ଜାଗା ରହିଥିଲା ଅନ୍ଧାରରେ ।ଇସ୍ରୋର ମଡେଲ କହୁଛି ଯେ, ଅକ୍ଟୋବରରୁ ଡିସେମ୍ୱର ମଧ୍ୟରେ ଭାରତ ମହାସାଗରରେ ସୃଷ୍ଟି ହେବ ତିନୋଟି ସାଇକ୍ଲୋନ । ଯାହାର ପାଓୱାର ଡିସିପେସନ ଇଣ୍ଡେକ୍ସ ଏକ କୋଟି ଉପରେ ରହିବ । ଅର୍ଥାତ ଏହାର ବଳ ଅଧିକ। ସରଳ ଭାଷାରେ କହିଲେ ଅଧିକ ପିଡିଆଇ ଅର୍ଥ ଅଧିକ ଭୟାନକ । ଗତ ୪୪ ବର୍ଷ ମଧ୍ୟରେ ଆସିଥିବା ବାତ୍ୟାଠୁ ବି ବେଶି ଶକ୍ତିଶାଳୀ । ଝଡ଼ର ଶକ୍ତି ପୂର୍ୱ ତୁଳନାରେ ୮୩ ପ୍ରତିଶତ ଅଧିକ ରହିବ। ଏହି ସବୁ ଭାରତ ମହାସାଗରର ଉତ୍ତରରେ ସୃଷ୍ଟି ହେବ।
ତେବେ ଇସ୍ରୋକୁ ସମ୍ଭାବ୍ୟ ବାତ୍ୟା ଆକଳନ ପାଇଁ କରିବାକୁ ପଡିଥିଲା ଅନେକ କସରତ । ଦୀର୍ଘ ୪୦ ବର୍ଷର ଡାଟାକୁ ଏକାଠି କରିଥିଲେ ବୈଜ୍ଞାନିକ । ଅନ୍ୟ ଏକ ଦିଗକୁ ଦେଖିଲେ ଚଳିତ ବର୍ଷ ଦେଶରେ ମୌସୁମୀ ସେତେ ଆକ୍ଟିଭ ନାହିଁ । ଅନେକ ଜାଗାରେ ବର୍ଷାର ପରିମାଣ କମିଛି । ହେଲେ ଓଡିଶାରେ ଦେଖାଦେଇଛି ବ୍ୟତିକ୍ରମ । ଏଠାରେ ସୱାଭାବିକ ଠାରୁ ହୋଇଛି ବେଶି ବର୍ଷା । ଉତ୍ତର ଓଡିଶାରେ ହିଁ ବେଶି ବର୍ଷିଛି । ବନ୍ୟା ବି ଆସିଛି । ଏଲନିନୋ ସହ ଜଳବାୟୁର ପରିବର୍ତ୍ତନର ଶିକାର ହୋଇଚି ରାଜ୍ୟର ଉତ୍ତର ଭାଗ । ଯାହାକୁ ଦେଖିଲେ ସମ୍ଭାବ୍ୟ ବାତ୍ୟା ଭଦ୍ରକ, ବାଲେଶ୍ୱରରେ ମାଡ ହେବାର ସମ୍ଭବନା ବି ରହିଛି । କିନ୍ତୁ ଏହା କେବଳ ଏକ ଆକଳନ । ଯାହା ସମୁଦ୍ରରେ ବାତ୍ୟାର ରୂପ ନେବା ପରେ ହିଁ ସ୍ପଷ୍ଟ ହେବ ।

  • jmjnewso

    Related Posts

    ଜାଡ଼ରେ ଥରୁଛି ସାରା ଓଡ଼ିଶା: ଆଗକୁ ଆହୁରି ବଢ଼ିବ ଶୀତ

    Spread the love

    Spread the loveଭୁବନେଶ୍ୱର:(ଜେଏମଜେ ବ୍ୟୁରୋ): ଖସୁଛି ପାରଦ, ଆଗକୁ ଆହୁରି ବଢ଼ିବ ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଯାଏ ସବୁଠି ଥଣ୍ଡା । ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଅସମ୍ଭାଳ ଶୀତ…

    କନ୍ଧମାଳକୁ ଫେରିଲା ଶୀତ.ଆଗକୁ ଆହୁରି ବଢିବ!

    Spread the love

    Spread the loveଜେଏମଜେ ବ୍ୟୁରୋ : ରାଜ୍ୟରେ ରାତି ତାପମାତ୍ରା କମିବା ସହ ଥଣ୍ଡା ବଢ଼ିବ । ଶନିବାର ଯାଏଁ ରାତି ତାପମାତ୍ରା ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ବୋଲି ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    • By jmjnewso
    • September 12, 2026
    • 38 views
    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    • By jmjnewso
    • September 12, 2026
    • 31 views
    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଇଁ ବୁଗୁଡ଼ା ଥାନାରେ ବୈଠକ

    • By jmjnewso
    • September 12, 2026
    • 30 views
    ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଇଁ ବୁଗୁଡ଼ା ଥାନାରେ ବୈଠକ

    ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ

    • By jmjnewso
    • September 12, 2026
    • 51 views
    ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    • By jmjnewso
    • September 12, 2026
    • 31 views
    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି

    • By jmjnewso
    • September 12, 2026
    • 22 views
    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି