ସୋରଡ଼ା : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି କରି ଅଭିଯୁକ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଗୁଳିମାଡ଼ରେ ସରାବାଡ଼ି ଗ୍ରାମର ଜୟସେନ ପ୍ରଧାନ (୩୦) ଗୁରୁତର ଆହତ ହୋଇଛନ୍ତି।ସୂଚନାନୁଯାୟୀ, ଜୟସେନ ନିଜ ଘର କାମ ସାରି ବାହାରେ ଥିବାବେଳେ ସେହି ଗ୍ରାମର ଜଣେ ଯୁବକ କିଛି ସହଯୋଗୀଙ୍କ ସହ ବୁଲେଟ୍ରେ ଆସିଥିଲେ।






