ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

Spread the love

ପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ ସମସ୍ତ ପିଣ୍ଡିରେ ଅପେକ୍ଷା କରିଥିବା ଶବରେ ଅଗ୍ନି ଲାଗିଥିଲା । ସେତେବେଳକୁ ପ୍ରାୟ ୨୫ରୁ ଅଧିକ ଶବ ପୋଡ଼ାଯିବାକୁ ଅପେକ୍ଷା କରିଥିଲେ । ଶବ ନେଇ ଆସିଥିବା ପରିଜନ ଲୋକେ ପ୍ରଶାସନିକ ଅବ୍ୟବସ୍ଥାକୁ ନେଇ ଅଶାନ୍ତି ଓ ଅସନ୍ତୋଷ ଝାଡ଼ିଥିଲେ ।ସ୍ୱର୍ଗଦ୍ୱାରରେ କାଠ ସରିଯିବାରୁ ଶୁକ୍ରବାର ସନ୍ଧ୍ୟା ୬ଟାରୁ ରାତି ୯ଟା ୪୫ ପର୍ଯ୍ୟନ୍ତ ଶବ ପୋଡ଼ା ଅଟକି ଯାଇଥିଲା ।

ଏଭଳି ଅବ୍ୟବସ୍ଥା ଦୁଇ ମାସ ଭିତରେ ଦୁଇ ଥର ହେଲାଣି । ହଠାତ କାଠ ଖାଲି ହୋଇଯିବାରୁ ଶବ ନେଇ ଆସିଥିବା ପରିଜନ ଲୋକେ ସ୍ୱର୍ଗଦ୍ୱାର କର୍ମଚାରୀମାନଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । କର୍ମଚାରୀମାନେ କାଠ ଯୋଗାଉଥିବା ବନ ବିଭାଗକୁ ଦୋଷ ଦେଇଥିଲେ । ଏହି ସମୟରେ ପୁରୀ ଜିଲ୍ଲାପାଳଙ୍କ ଜଣେ ନିକଟ ସମ୍ପର୍କୀୟ ବୋଲି ପରିଚୟ ଦେଇ ଆସିଥିବାରୁ ଅବ୍ୟବସ୍ଥା ଦେଖି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ସେହିପରି ଜଣେ ପୁଲିସ ଅଧିକାରୀଙ୍କ ନିକଟ ସମ୍ପର୍କୀୟ ମଧ୍ୟ ସମାନ ଅବ୍ୟବସ୍ଥାର ସାମ୍ନା କରି ଅସନ୍ତୋଷ ପ୍ରକାଶ କରିଥିଲେ । ବହୁ ହୋହଲ୍ଲା ପରେ ରାତି ପ୍ରାୟ ୯ଟା ୪୫ରେ ଗୋଟିଏ ଟ୍ରାକ୍ଟର କାଠ ଆଣି ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲା । ଫଳରେ ଅପେକ୍ଷା କରିଥିବା ଶବ ପୋଡ଼ା ଆରମ୍ଭ ହୋଇଥିଲା

Oplus_16908288

ସେପଟେ ପୂର୍ବ ଅବ୍ୟବସ୍ଥାକୁ ଦେଖି ବ୍ରହ୍ମଗିରିରୁ କାଠ ନେଇ ଆସିଥିବା ଲୋକେ ଏକ ମାତ୍ର ଶବ ଏହି ସମୟରେ ପୋଡ଼ି ପାରିଥିଲେ । ହେଲେ ରାତି ୧୦ଟା ସୁଦ୍ଧା ସ୍ୱର୍ଗଦ୍ୱାରକୁ ୮୦ରୁ ଅଧିକ ଶବ ଆସିଥିବା ବେଳେ ୨୫ରୁ ଅଧିକ କାଠ ଅଭାବ ସାଙ୍ଗକୁ ପିଣ୍ଡି ଅଭାବଜନିତ ଅପେକ୍ଷା କଷ୍ଟ ଭୋଗିଥିଲେ । ଏଠାରେ କହିରଖୁଛୁ ଯେ, ଗତ ଅଗଷ୍ଟ ୪ ତାରିଖରେ ସ୍ୱର୍ଗଦ୍ୱାରରେ କାଠ ସରିଯିବାରୁ ପ୍ରାୟ ୩୦ରୁ ଅଧିକ ଶବ ଦାହ ହୋଇନପାରି ୩ ଘଣ୍ଟାରୁ ଅଧିକ ସମୟ ପଡ଼ିରହିଥିଲା । ଶୁକ୍ରବାର ପୁଣି ଘଟଣାର ପୁନରାବୃତ୍ତି ପରେ ମଧ୍ୟ ପ୍ରାଶାସନିକ ଦାୟିତ୍ୱହୀନତା ସ୍ୱଷ୍ଟ ଜଣାପଡ଼ିଛି ।

  • jmjnewso

    Related Posts

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’;ମହିଳାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଆହ୍ୱାନ

    Spread the love

    Spread the loveଭୁବନେଶ୍ୱର:ଜେଏମଜେ ନ୍ୟୁଜ : ରାଜ୍ୟର ସମସ୍ତ ମହିଳା ହିତାଧିକାରୀମାନଙ୍କୁ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟାରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜ ନିଜ ଘରେ ଦୀପ ପ୍ରଜ୍ୱଳନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା…

    Leave a Reply

    Your email address will not be published. Required fields are marked *

    You Missed

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 29 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 25 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 45 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    ନିଟ ସଫଳତା ପରେ ଅକ୍ଷୀପ୍ତାରାଣୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା.

    • By jmjnewso
    • September 13, 2026
    • 82 views
    ନିଟ ସଫଳତା ପରେ ଅକ୍ଷୀପ୍ତାରାଣୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା.

    ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି

    • By jmjnewso
    • September 13, 2026
    • 20 views
    ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    • By jmjnewso
    • September 13, 2026
    • 47 views
    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ