ଜେଏମଜେ ବ୍ୟୁରୋ : ଲଘୁଚାପ ଦାନା ବାନ୍ଧିଲାଣି । ଉତ୍ତର ଥାଇଲାଣ୍ଡ ଉପରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୧୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଆଣ୍ଡାମାନ ସାଗରକୁ ଚାଲି ଆସିଥିବ । ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ସେଠାରେ ଏକ ଲଘୁଚାପରେ ପରିଣତ ହେବା ସମ୍ଭାବନା ଅଛି । ଧୀରେଧୀରେ ଏହା ଆହୁରି ଘନୀଭୂତ ହେବା ସହ ପରବର୍ତ୍ତୀ ୩-୪ ଦିନ ଭିତରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା ଅଛି ।ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍ଡି) ଏଭଳି ପୂର୍ବାନୁମାନ ଦେଖାଇଛି ।
ପାଣିପାଗ ବୈଜ୍ଞାନିକ ତଥା ସୋଆ ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ସମ୍ଭାବ୍ୟ ଲଘୁଚାପ ଓଡ଼ିଶାରେ ପ୍ରବଳ ବର୍ଷା କରାଇବ । ବିଶେଷ କରି ଉପକୂଳ ଅଞ୍ଚଳ ଏବଂ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୨୩ରୁ ଓଡ଼ିଶାରେ ବର୍ଷା ପ୍ରକୋପ ବଢ଼ିବ । ୨୬ ଯାଏଁ ବର୍ଷା ଲାଗି ରହିପାରେ । ବର୍ତ୍ତମାନର ଆକଳନ ଅନୁସାରେ ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେବା ନେଇ ସଙ୍କେତ ମିଳୁଛି । ୨୪ରୁ ୨୬ ତାରିଖ ଭିତରେ ଏହା ଉତ୍ତର ଆନ୍ଧ୍ର, ସମଗ୍ର ଓଡ଼ିଶା ଉପକୂଳ କିମ୍ବା ପଶ୍ଚିମବଙ୍ଗର ଦୀଘା ନିକଟରେ ସ୍ଥଳଭାଗରେ ପ୍ରବେଶ କରିପାରେ । କିନ୍ତୁ, ୨୦ ତାରିଖ ପରେ ଚିତ୍ର ଅଧିକ ସ୍ପଷ୍ଟ ହେବ । ଓଡ଼ିଶା ପାଇଁ ସମ୍ଭାବ୍ୟ ଲଘୁଚାପ ‘ରେନ୍ଷ୍ଟର୍ମ’ ଆଣିପାରେ । ଅର୍ଥାତ୍ ବର୍ଷା ପରିମାଣ ବହୁତ ଅଧିକରହିବା ଆଶଙ୍କା କରାଯାଉଛି ବୋଲି ଡକ୍ଟର ସାହୁ କହିଛନ୍ତିଜିଏଫଏସ୍ ଭଳି କେତେକ ବିଦେଶୀ ମଡେଲ୍ବାତ୍ୟା ସମ୍ଭାବନା ନେଇ ପୂର୍ବାନୁମାନ କରିଛନ୍ତି । ମାତ୍ରଆଇଏମଡି ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଗଣମାଧ୍ୟମକୁ କହିଛନ୍ତି, ଲଘୁଚାପ ନେଇ ପୂର୍ବାନୁମାନକରାଯାଇଛି । ଏବେ ବାତ୍ୟା ହେବା ନେଇ ଆଇଏମଡି କିଛିକହିନାହିଁ ।







