ଅର୍ଥ ଆଉ ପାଣ୍ଡିଆନ ପାଇଁ ଭାଙ୍ଗିଯିବ କି ବିଜେଡି?

Spread the love

ଜେଏମଜେ ବ୍ୟୁରୋ :ଅର୍ଥ ହିଁ ଅନର୍ଥର କାରଣ । ଟଙ୍କା ପଇସା ପ୍ରସଙ୍ଗରେ ଅତୀତରେ ଅନେକ ଦଳ ଭାଙ୍ଗିଯାଇଛି । ଅନେକ ମାଲି ମକଦ୍ଦମା ବି ହୋଇଛି । ବିଜୁ ଜନତା ଦଳରେ ବି ସେଭଳି ହୋଇପାରେ । ଏଭଳି ଆଶଙ୍କା ରାଜନୀତିକ ମହଲରେ ଘୂରିବୁଲୁଛି । କାହିଁକିନା ବିଜେଡ଼ି ପାଖରେ ଏବେ ଯେତିକି ଟଙ୍କା ଅଛି, ଦଳ ଅନେକ ଦିନ ଧରି ନିର୍ବାଚନ ଲଢ଼ିପାରିବ ।

ଏହି ଟଙ୍କା ପାଇଁ ହିଁ ବିଜେଡ଼ି ନେତାମାନେ ଇଚ୍ଛା ନଥିଲେବି ପାଣ୍ଡିଆନ ପାଣ୍ଡିଆନ୍‌ ବୋଲି ଜପୁଛନ୍ତି । ଆଗାମୀ ଦିନରେ ଯାହାକୁ ଟଙ୍କା ନମିଳେ ସେ ନିଶ୍ଚିତ ବିଦ୍ରୋହ କରିବ । ଧିରେଧିରେ ଏହାକୁ ନେଇ ଅସନ୍ତୋଷ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଚବିଶ ନିର୍ବାଚନରେ ଭିକେ ପାଣ୍ଡିଆନଙ୍କ ପାଇଁ ବିଜେଡ଼ି ପରାସ୍ତ ହୋଇଥିଲା । ବିଜେଡ଼ି ନେତା, ବିଜେପି ନେତା, କଂଗ୍ରେସ ନେତା ଓ ରାଜନୀତିକ ସମୀକ୍ଷକମାନେ ଏହାକୁ ସ୍ୱୀକାର କରୁଛନ୍ତି । ବିଜେପିର ଅସ୍ମିତା ପ୍ରସଙ୍ଗ କେବଳ ପାଣ୍ଡିଆନଙ୍କ ପାଇଁ ଜୋର୍‌ ଧରିଥିଲା । ତଥାପିବି ପାଣ୍ଡିଆନଙ୍କୁ ବିଜେଡ଼ି ଛାଡ଼ି ପାରୁନାହିଁ । କାହିଁକିନା ପାଣ୍ଡିଆନଙ୍କ ପାଇଁ ହିଁ ବିଜେଡ଼ି ଧନୀ ଦଳ ହୋଇପାରିଛି । ଗତ ନିର୍ବାଚନରେ ଦଳ ୪୧୫ କୋଟି ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ୬୨୫ କୋଟି ଟଙ୍କା ବଳକା ରଖିପାରିଛି । ବିନା ଟଙ୍କାରେ ବିଜେଡ଼ି ସଂଗଠନ ଆଗେଇ ପାରିବ ନାହିଁ । ତେଣୁ ପାଣ୍ଡିଆନଙ୍କ ହାତ ଛାଡ଼ି ନବୀନ ପଟ୍ଟନାୟକ ଓ ବିଜେଡ଼ି ନିଜକୁ ଅକଳରେ ପକାଇବାକୁ ଚାହୁଁନାହାନ୍ତି । ଦଳୀୟ ଆକାଉଣ୍ଟରେ ଏହି ଟଙ୍କା ଥିଲେବି ଖର୍ଚ୍ଚ କେବଳ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହୁଏ ବୋଲି କୁହାଯାଏ ।

ବିଜେଡ଼ି ପାଖରେ ଏବେ ଅଛି ୬୨୫ କୋଟି ଟଙ୍କା । ଗତ ନିର୍ବାଚନରେ ଦଳ ୪୧୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଅର୍ଥାତ୍‌ ଦଳ ପାଖରେ ଆହୁରି ଗୋଟେ ସାଧାରଣ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନ ଲଢ଼ିବା ପାଇଁ ଯଥେଷ୍ଟ ଟଙ୍କା ରହିଛି ।

୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ୪୧୫ କୋଟି ୨୧ ଲକ୍ଷ ୨୫ ହଜାର ୧୬୪ ଟଙ୍କା ଖର୍ଚ୍ଚ କରିଛି । ବିଜେଡ଼ି ଦଳୀୟ ପ୍ରଚାର ପାଇଁ ୨୭୭ କୋଟି ଟଙ୍କା ଖର୍ଚ୍ଚ କରିଛି । ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ବାବଦରେ ୧୩୮ କୋଟି ୧୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ନିର୍ବାଚନୀ ବ୍ୟୟ ପରେ ବିଜେଡ଼ି ପାଖରେ ଆହୁରି ୬୨୫ କୋଟି ୭ ଲକ୍ଷ ଟଙ୍କା ରହିଛି । ଦଳୀୟ ପ୍ରଚାର ପାଇଁ ୪୭ କୋଟି ୧୪ ଲକ୍ଷ ଟଙ୍କା, ନିର୍ବାଚନୀ ପ୍ରଚାର ସାମଗ୍ରୀ ବାବଦରେ ୩୨ କୋଟି ୬୫ ଲକ୍ଷ ଟଙ୍କା, ତାରକା ପ୍ରଚାରକଙ୍କ ପାଇଁ ହେଲିକପ୍ଟର ନିମନ୍ତେ ୨୫ କୋଟି ୪୬ ଲକ୍ଷ ଟଙ୍କ ଖର୍ଚ୍ଚ ହୋଇଛି ।

ଗତ ଚବିଶ ନିର୍ବାଚନ ବେଳେ ଭିକେ ପାଣ୍ଡିଆନ୍‌ ୨୧୨ ଥର ହେଲିକପ୍ଟରରେ ବୁଲିଛନ୍ତି । ୨୧୨ ସ୍ଥାନରେ ପାଣ୍ଡିଆନ୍‌ ଯାଇ ପ୍ରଚାର କରିଛନ୍ତି । ସେ ସର୍ବାଧିକ ୧୫୭ ଥର ଏକାକୀ ନିର୍ବାଚନ ପ୍ରଚାର କରିଥିଲେ । ତେବେ ନବୀନଙ୍କ ସହ ପାଣ୍ଡିଆନ୍‌ ୫୫ ଥର ହେଲିକପ୍ଟରରେ ଯାଇଛନ୍ତି । ନବୀନ କିନ୍ତୁ ମାତ୍ର ୬ ଥର ହେଲିକପ୍ଟର ଓ ୫ ଥର ଏକାକୀ ଏୟାର କ୍ରାଫ୍ଟରେ ଗସ୍ତ କରି
ନିର୍ବାଚନ ପ୍ରଚାର କରିଥିଲେ । ସେହିପରି ବିଜେଡ଼ି ନେତା ପ୍ରଣବ ପ୍ରକାଶ ଦାସ ୬ ଥର, ଅତନୁ ସବ୍ୟସାଚୀ ନାୟକ ୩ ଥର ଓ ପ୍ରଣବ ବଳବନ୍ତରାୟ ଥରେ ହେଲିକପ୍ଟରରେ ଗସ୍ତ କରିଥିଲେ । ହେଲିକପ୍ଟର ଓ ଏୟାର କ୍ରାଫ୍ଟ ବାବଦରେ ବିଜେଡ଼ି ନିର୍ବାଚନ ବେଳେ ୨୫ କୋଟି ୪୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ।

  • Related Posts

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଚାପଗ୍ରସ୍ତ ହୋଇ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର ଦିଲ୍ଲୀରୁ ବାହାରି ସକାଳ…

    କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଶୀର୍ଷ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ। ସରକାରଙ୍କ ଅନୁଭବ ହେଉଛି ଯେ ଇସ୍ତଫା ଦେବା…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ