ଗୁଡ଼ାରୀ : ଜେଏମଜେ ନ୍ୟୁଜ : ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ୍ର ସୁକୁଡୁବାଜୁ ଗାଁ ରାସ୍ତାରେ ପାହାଡ଼ରୁ ମାଟି ସହ ବଡ଼ ବଡ଼ ପଥର ଧସି ଆସିଛି । ରାସ୍ତା ଉପରେ ବଡ଼ ପଥର ପଡ଼ି ରହିବାରୁ ମଧୁବନ ପଞ୍ଚାୟତର ୬ଟି ଗାଁର ଯାତାୟାତ ପ୍ରଭାବିତ ହୋଇଥିଲା ।ଖବର ପାଇ ଗୁଡ଼ାରୀ ବ୍ଲକ୍ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ।ପରେ ଗୁଡ଼ାରୀ ଅଗ୍ନିଶମ ବିଭାଗ ଜେସିବି ସହାୟତାରେ ରାସ୍ତା ଉପରୁ ବିରାଟ ପଥର ହଟାଇଥିଲା । ରାସ୍ତା ସଫା ହେବା ପରେ ଯାତାୟାତ ସ୍ୱାଭାବିକ ହୋଇଛି ।





