ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଲିସ ତତ୍ପର: ଥାନା ଓ ଫାଣ୍ଡିରେ ଅଚଳ ୮୨୮ ସିସିଟିଭି, ସଜାଡ଼ିବାକୁ ୭୬ କୋଟି ମାଗିଲା ପୁଲିସ

Spread the love

ଭୁବନେଶ୍ୱର: ଜେଏମଜେ ନ୍ୟୁଜ : ଭରତପୁର ଥାନାରେ ସେନାଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ହଙ୍ଗାମା ଘଟଣାରେ ପୁଲିସ ସାରା ଦେଶରେ ବଦନାମ ମୁଣ୍ଡାଇଥିଲା । ସେତେବେଳେ ଥାନାରେ ସିସିକ୍ୟାମେରା ନଥିବାରୁ ପୁଲିସ ବେଶ୍‌ ଅକଳରେ ପଡି଼ଥିଲା । ଓଡ଼ିଶାରେ ଏବେ ବି ଅନେକ ଥାନା ଓ ଫାଣ୍ଡି ଅଛି, ଯେଉଁଠିକି ୮୨୮ଟି ସିସିଟିଭି କ୍ୟାମେରା ଅଚଳ । ଅଭିଯୁକ୍ତଙ୍କ ଉପରେ ନଜର ରଖିବା ସହ ପୁଲିସର କାର୍ଯ୍ୟକଳାପ ନିରୀକ୍ଷଣରେ ବାଧା ଉପୁଜୁଛି । ଏସବୁ ଅଚଳ ସିସିଟିଭିକୁ ସଜାଡି଼ବା ପାଇଁ ପାଖପାଖି ୭୬ କୋଟିର ଅତିରିକ୍ତ ବଜେଟ୍‌ର ପ୍ରସ୍ତାବ ଦେଇଛି ଓଡ଼ିଶା ପୁଲିସ ।

ରାଜ୍ୟ ଗୃହ ସଚିବଙ୍କୁ ପୁଲିସ ଏଡିଜି (ଆଇନ୍‌ ଶୃଙ୍ଖଳା) ସଞ୍ଜୟ କୁମାର ଏକ ଚିଠି ଲେଖିଛନ୍ତି । ସେଥିରେ ଉଲ୍ଲେଖ ଅଛି, କ୍ରିଷ୍ଟାଲ ଇଣ୍ଟିଗ୍ରେଟେଡ୍‌ ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୧୭ ତାରିଖ ସୁଦ୍ଧା ରାଜ୍ୟର ବିଭିନ୍ନ ଥାନାରେ ମୋଟ ୭୯୫ଟି ଏବଂ ଫାଣ୍ଡିଗୁଡ଼ିକରେ ୩୩ଟି ସିସିଟିଭି କ୍ୟାମେରା ଖରାପ ହୋଇଯାଇଛି । ଅଚଳ ସିସିଟିଭିକୁ ତୁରନ୍ତ ସଜାଡ଼ିବାକୁ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍‌ ସେଣ୍ଟର (ଓକାକ୍‌)କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଚିଠିରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ରାଜ୍ୟରେ ୬୪୫ଟି ଥାନା ଏବଂ ୨୬୩ଟି ଫାଣ୍ଡିରେ ମୋଟ ୧୬,୬୭୨ଟି ସିସିଟିଭି କ୍ୟାମେରା ଖଞ୍ଜାଯାଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ଥାନା ଓ ଫାଣ୍ଡିରେ ସିସିଟିଭି ସର୍ଭେଲାନ୍ସ ବ୍ୟବସ୍ଥାକୁ ସୁଦୃଢ଼ ପାଇଁ ୭୬ କୋଟି ଟଙ୍କାର ବଜେଟ୍‌ ଅର୍ଥରାଶି ରଖାଯାଇଛି । ଏକ ଅତିରିକ୍ତ ବଜେଟ୍‌ ମାଧ୍ୟମରେ ଏହି ୭୬ କୋଟି ଟଙ୍କା ଓକାକ୍‌କୁ ମଞ୍ଜୁର କରିବାକୁ ସରକାରଙ୍କ ପାଖରେ ପ୍ରସ୍ତାବ ଦେଇଛି ପୁଲିସ ବିଭାଗ ।

  • jmjnewso

    Related Posts

    ୨୦୨୫-୨୬ ଶିକ୍ଷାବର୍ଷରେ ଓଡ଼ିଶା ହଷ୍ଟେଲରେ ୧୫ ନାବାଳିକା ଗର୍ଭବତୀ ହୋଇଛନ୍ତି:ମନ୍ତ୍ରୀ

    Spread the love

    Spread the loveଭୁବନେଶ୍ୱର:ଜେଏମଜେ ନ୍ୟୁଜ : ୨୦୨୫-୨୬ ଶିକ୍ଷାବର୍ଷରେ ରାଜ୍ୟର ବିଭିନ୍ନ ଆବାସିକ ଛାତ୍ରାବାସରେ ରହୁଥିବା ୧୫ ଜଣ ନାବାଳିକା ଗର୍ଭବତୀ ହୋଇଥିବା ଜଣାପଡ଼ିଛି, ଯାହା ପୂର୍ବ ବର୍ଷ ତୁଳନାରେ ଅଧିକ ଅଟେ। ଏନେଇ ଓଡ଼ିଶା ବିଧାନସଭାରେ ସୂଚନା ପ୍ରଦାନ କରାଯାଇଛି।କଂଗ୍ରେସ…

    ସମ୍ବନ୍ଧ’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ସମବାୟ ବ୍ୟବସ୍ଥା ସହ ଯୋଡ଼ିବା ଲକ୍ଷ୍ୟରେ ମେଗା ସମବାୟ ସଦସ୍ୟତା ଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିରେ ଗ୍ରାମାଞ୍ଚଳର ପ୍ରତି…

    Leave a Reply

    Your email address will not be published. Required fields are marked *

    You Missed

    ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଲିସ ତତ୍ପର: ଥାନା ଓ ଫାଣ୍ଡିରେ ଅଚଳ ୮୨୮ ସିସିଟିଭି, ସଜାଡ଼ିବାକୁ ୭୬ କୋଟି ମାଗିଲା ପୁଲିସ

    • By jmjnewso
    • September 26, 2026
    • 30 views
    ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଲିସ ତତ୍ପର: ଥାନା ଓ ଫାଣ୍ଡିରେ ଅଚଳ ୮୨୮ ସିସିଟିଭି, ସଜାଡ଼ିବାକୁ ୭୬ କୋଟି ମାଗିଲା ପୁଲିସ

    ୨୦୨୫-୨୬ ଶିକ୍ଷାବର୍ଷରେ ଓଡ଼ିଶା ହଷ୍ଟେଲରେ ୧୫ ନାବାଳିକା ଗର୍ଭବତୀ ହୋଇଛନ୍ତି:ମନ୍ତ୍ରୀ

    • By jmjnewso
    • September 25, 2026
    • 36 views
    ୨୦୨୫-୨୬ ଶିକ୍ଷାବର୍ଷରେ ଓଡ଼ିଶା ହଷ୍ଟେଲରେ ୧୫ ନାବାଳିକା ଗର୍ଭବତୀ ହୋଇଛନ୍ତି:ମନ୍ତ୍ରୀ

    ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ

    • By jmjnewso
    • September 25, 2026
    • 37 views
    ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ

    ସମ୍ବନ୍ଧ’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

    • By jmjnewso
    • September 25, 2026
    • 42 views
    ସମ୍ବନ୍ଧ’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

    ୩୦ ତାରିଖରେ ଓଡ଼ିଶା ବନ୍ଦ !

    • By jmjnewso
    • September 25, 2026
    • 57 views
    ୩୦ ତାରିଖରେ ଓଡ଼ିଶା ବନ୍ଦ !

    ଇନ୍ଦ୍ରାବତୀ ଜଳଭଣ୍ଡାରର ଖୋଲିଲା ଆଉ ଏକ ଗେଟ୍‌, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଓଡ୍ରାଫ୍‌ ଟିମ୍‌ ମୁତୟନ

    • By jmjnewso
    • September 25, 2026
    • 31 views
    ଇନ୍ଦ୍ରାବତୀ ଜଳଭଣ୍ଡାରର ଖୋଲିଲା ଆଉ ଏକ ଗେଟ୍‌, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଓଡ୍ରାଫ୍‌ ଟିମ୍‌ ମୁତୟନ