ଚିଙ୍ଗୁଡ଼ିଖୋଲ ରାସ୍ତାରେ ପାଣି :ବାରମ୍ବାର ଖବର ପ୍ରସାରଣ ସତ୍ତ୍ୱେ ଶୁଣୁନି ପ୍ରଶାସନ

Spread the love

କୋଦଳା : ଜେଏମଜେ ନ୍ୟୁଜ : ବର୍ଷା ହେଲେ ଚିଙ୍ଗୁଡ଼ିଖୋଲ ମୁଖ୍ୟ ରାସ୍ତାରେ ଜମୁଛି ଅଣ୍ଟାଏ ପାଣି। ରାସ୍ତା ଉପରେ ଜଳବନ୍ଦୀ ସ୍ଥିତି ଯୋଗୁଁ ଯାନବାହାନ ଚଳାଚଳଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଯାତାୟତ ପର୍ଯ୍ୟନ୍ତ ସବୁକିଛି ପ୍ରଭାବିତ ହେଉଛି। ଏହି ରାସ୍ତା ଉପରେ ନିର୍ଭରଶୀଳ ଅଞ୍ଚଳବାସୀଙ୍କ ପାଇଁ ବର୍ଷା ଦିନ ଦୁର୍ଦ୍ଦଶାର କାରଣ ପାଲଟିଛି। ଉସ୍ତାଳିର ଛାତ୍ରଛାତ୍ରୀ ଚିଙ୍ଗୁଡ଼ିଖୋଲକୁ ପାଠ ପଢ଼ିବାକୁ ଆସୁଥିବା ବେଳେ ଚିଙ୍ଗୁଡ଼ିଖୋଲର ଛାତ୍ରଛାତ୍ରୀ ମଧ୍ୟ କଲେଜ ଯିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରନ୍ତି। କିନ୍ତୁ ବର୍ଷା ହେଲେ ରାସ୍ତାରେ ଜମିଯାଉଥିବା ପାଣି ଯାତାୟତରେ ବଡ଼ ବାଧା ସୃଷ୍ଟି କରୁଛି। ସବୁଠାରୁ ବଡ଼ କଥା ହେଉଛି, ଏହି ସମସ୍ୟାକୁ ନେଇ ବାରମ୍ବାର ଖବର ପ୍ରସାରଣ ହୋଇଥିଲେ ମଧ୍ୟ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହେଉଛି। ପ୍ରତିବର୍ଷ ବର୍ଷା ଆସୁଛି, ରାସ୍ତାରେ ପାଣି ଜମୁଛି, ଲୋକେ ହନ୍ତସନ୍ତ ହେଉଛନ୍ତି , କିନ୍ତୁ ସମସ୍ୟାର ସ୍ଥାୟୀ ସମାଧାନ କେବେ ହେବ, ତାହା ଏବେ ବଡ଼ ପ୍ରଶ୍ନ। ଲୋକେ ପାଣିରେ ଯାତାୟତ କରୁଛନ୍ତି, ଛାତ୍ରଛାତ୍ରୀ ହନ୍ତସନ୍ତ ହେଉଛନ୍ତି। ବାରମ୍ବାର ଖବର ପ୍ରସାରଣ ପରେ ବି ଯଦି ପ୍ରଶାସନର ନିଦ ଭାଙ୍ଗୁନି, ତେବେ ଆଉ କେତେ ଦିନ ଏଭଳି ଦୁର୍ଦ୍ଦଶା ଭୋଗିବେ ଅଞ୍ଚଳବାସୀ ? ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା ସହ ସ୍ଥାୟୀ ଡ୍ରେନେଜ୍ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

  • jmjnewso

    Related Posts

    ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ

    Spread the love

    Spread the loveବୁଗୁଡ଼ା,୨୫/୦୯ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ):ଭାରତୀୟ ଜନତା ଯୁବମୋର୍ଚ୍ଚା, ଘୁମୁସର(ଭଞ୍ଜନଗର) ସାଂଗଠାନିକ ଜିଲ୍ଲାର ବୁଗୁଡ଼ା ନଗର ପକ୍ଷରୁ ମହାନ ବିଚାରକ, ଅନ୍ତ୍ୟୋଦୟର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ବୁଗୁଡ଼ା ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି।ଏହି…

    ଗଞ୍ଜାମରେ ଲଗାଣ ବର୍ଷା, ବଢୁଛି ନଦୀ ଜଳସ୍ତର ; ବିପଦ ସଙ୍କେତ ନିକଟରେ ଋଷିକୁଲ୍ୟା।

    Spread the love

    Spread the loveଜେଏମଜେ ବ୍ୟୁରୋ : ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ତୁହାକୁ ତୁହା ଲଗାଣ ବର୍ଷା ଲାଗି ରହିଛି । ଫଳରେ ଋଷିକୁଲ୍ୟା, ବଡ଼ନଦୀ, ବାଘୁଆ ଓ ଘୋଡ଼ାହାଡ଼ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ବିଶେଷ କରି…

    Leave a Reply

    Your email address will not be published. Required fields are marked *

    You Missed

    MDDR ବିଲ ପ୍ରତ୍ୟାହର ଦାବିରେ ରାୟଗଡାରେ ବିଜେଡିର ବିରାଟ ଶୋଭାଯାତ୍ରା।

    • By jmjnewso
    • September 26, 2026
    • 11 views
    MDDR ବିଲ ପ୍ରତ୍ୟାହର ଦାବିରେ ରାୟଗଡାରେ ବିଜେଡିର ବିରାଟ ଶୋଭାଯାତ୍ରା।

    ଚିଙ୍ଗୁଡ଼ିଖୋଲ ରାସ୍ତାରେ ପାଣି :ବାରମ୍ବାର ଖବର ପ୍ରସାରଣ ସତ୍ତ୍ୱେ ଶୁଣୁନି ପ୍ରଶାସନ

    • By jmjnewso
    • September 26, 2026
    • 8 views
    ଚିଙ୍ଗୁଡ଼ିଖୋଲ ରାସ୍ତାରେ ପାଣି :ବାରମ୍ବାର ଖବର ପ୍ରସାରଣ ସତ୍ତ୍ୱେ ଶୁଣୁନି ପ୍ରଶାସନ

    ରାଜ୍ୟରେ ଆରମ୍ଭ ହେଲା ‘ଆଙ୍ଗନ କା ଉତ୍ସବ’

    • By jmjnewso
    • September 26, 2026
    • 3 views
    ରାଜ୍ୟରେ ଆରମ୍ଭ ହେଲା ‘ଆଙ୍ଗନ କା ଉତ୍ସବ’

    ହୀରାକୁଦକୁ ଅଧିକ ବନ୍ୟା ଜଳ ପ୍ରବେଶ;ଖୋଲିଲା ୨୦ ଗେଟ୍

    • By jmjnewso
    • September 26, 2026
    • 2 views
    ହୀରାକୁଦକୁ ଅଧିକ ବନ୍ୟା ଜଳ ପ୍ରବେଶ;ଖୋଲିଲା ୨୦ ଗେଟ୍

    ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଲିସ ତତ୍ପର: ଥାନା ଓ ଫାଣ୍ଡିରେ ଅଚଳ ୮୨୮ ସିସିଟିଭି, ସଜାଡ଼ିବାକୁ ୭୬ କୋଟି ମାଗିଲା ପୁଲିସ

    • By jmjnewso
    • September 26, 2026
    • 42 views
    ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଲିସ ତତ୍ପର: ଥାନା ଓ ଫାଣ୍ଡିରେ ଅଚଳ ୮୨୮ ସିସିଟିଭି, ସଜାଡ଼ିବାକୁ ୭୬ କୋଟି ମାଗିଲା ପୁଲିସ

    ୨୦୨୫-୨୬ ଶିକ୍ଷାବର୍ଷରେ ଓଡ଼ିଶା ହଷ୍ଟେଲରେ ୧୫ ନାବାଳିକା ଗର୍ଭବତୀ ହୋଇଛନ୍ତି:ମନ୍ତ୍ରୀ

    • By jmjnewso
    • September 25, 2026
    • 45 views
    ୨୦୨୫-୨୬ ଶିକ୍ଷାବର୍ଷରେ ଓଡ଼ିଶା ହଷ୍ଟେଲରେ ୧୫ ନାବାଳିକା ଗର୍ଭବତୀ ହୋଇଛନ୍ତି:ମନ୍ତ୍ରୀ