କଳିଙ୍ଗା ଘାଟିରେ ପୂର୍ତ୍ତ ବିଭାଗ ସଚିବଙ୍କ ସମୀକ୍ଷା: ସ୍ୱାଭାବିକ ଅବସ୍ଥା ବିଳମ୍ବ ହୋଇପାରେ!

Spread the love

ଭଞ୍ଜନଗର : ଜେଏମଜେ ନ୍ୟୁଜ : ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତା ସ୍ବାଭାବିକ ହେବାକୁ ଆହୁରି ମାସ ମାସ ଧରି ସମୟ ଲାଗିପାରେ। ଫଳରେ ଗଞ୍ଜାମ ସହ ଯୋଡ଼ି ହେଉଥିବା ୧୫ଟି ଜିଲାର ଲୋକେ ପ୍ରଭାବିତ ହେବେ। ଏଭଳି ପରିସ୍ଥିତିରେ ପୂର୍ତ୍ତ ବିଭାଗ ସଚିବ ସଞ୍ଜୟ କୁମାର ସିଂହ ରବିବାର ଅପରାହ୍ନରେ କଳିଙ୍ଗା ଘାଟି ଅଞ୍ଚଳକୁ ଆସି ରାସ୍ତାର ସ୍ଥିତି ଅନୁଧ୍ୟାନ କରିଥିଲେ।ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସତ୍ୟ ରଞ୍ଜନ ପରିଡ଼ା ଉପସ୍ଥିତ ଥିଲେ।

ଏହି ସମୟରେ ଖବରଦାତାଙ୍କ ସହ ଆଲୋଚନା କରି ସଚିବ କହିଥିଲେ ଯେ, ଘାଟି ରାସ୍ତାର ସ୍ଥିତି ସମୀକ୍ଷା କରିବା ପାଇଁ ବାହାରୁ ବୈଷୟିକ ଟିମ ଆସିବେ। ଏହି ଟିମ୍‌ର ରିପୋର୍ଟକୁ ଆଧାର କରି ପରବର୍ତ୍ତୀ କାମ କରାଯିବ। ଘାଟିରେ ବାରମ୍ବାର ଭୂସ୍ଖଳନ ହେବାର କାରଣ ମଧ୍ୟ ସମୀକ୍ଷା କରାଯିବ। ଏଥିସହ ରାସ୍ତାର ଡିଜାଇନ୍‌ରେ କୌଣସି ତ୍ରୁଟି ରହିଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯିବ ବୋଲି ସେ କହିଥିଲେ। ଜାତୀୟ ରାଜପଥର କେତେକ ସ୍ଥାନରେ ରାସ୍ତା ଖରାପ ଥିବା ନେଇ ମଧ୍ୟ ଅଭିଯୋଗ ଆସିଛି। ଏହାର ମଧ୍ୟ ସମୀକ୍ଷା କରାଯିବ ଏବଂ ଆବଶ୍ୟକ ପଦକ୍ଷେପ ନେବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ କୁହାଯିବ ବୋଲି ସଚିବ କହିଥିଲେ।
କଳିଙ୍ଗା ଘାଟି ରାସ୍ତା କେବେ ଖୋଲିବ ବୋଲି ପଚରାଯିବାରୁ ସଚିବ କହିଥିଲେ ଯେ, ବାହାରୁ ଆସିବାକୁ ଥିବା ବୈଷୟିକ ଟିମ୍‌ର ରିପୋର୍ଟ ମିଳିବା ପରେ ହିଁ ରାସ୍ତା କେବେ ଖୋଲିବ ତାହା ସ୍ପଷ୍ଟ ହେବ। ବର୍ତ୍ତମାନ ହୋଇଥିବା କ୍ଷୟକ୍ଷତିର ପରିମାଣ ଦେଖି ଏ ସମ୍ପର୍କରେ ତୁରନ୍ତ କିଛି କହିବା ସମ୍ଭବ ନୁହେଁ। ଲୋକଙ୍କ ସୁବିଧା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି। ଘାଟି ରାସ୍ତାକୁ ଯଥାସମ୍ଭବ ଶୀଘ୍ର ସ୍ବାଭାବିକ କରିବା ନେଇ ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ। ବାରମ୍ବାର ଭୂସ୍ଖଳନ ଯୋଗୁ ଘାଟିରେ ବିକଳ୍ପ ରାସ୍ତା ନିର୍ମାଣ ନେଇ ମଧ୍ୟ ଆଲୋଚନା ହେଉଛି। ଏହି ବିଷୟରେ ମଧ୍ୟ ସମୀକ୍ଷା କରାଯାଉଛି ବୋଲି ସଚିବ କହିଥିଲେ। ଏହାପରେ ସେ ବିକଳ୍ପ ରାସ୍ତା ନିର୍ମାଣ ହେବାକୁ ଥିବା ସ୍ଥାନ ବୁଲି ଦେଖିଥିଲେ।

  • jmjnewso

    Related Posts

    ଆଜିଠାରୁ ଆରମ୍ଭ ହୋଇଛି ପିତୃପକ୍ଷ: ପୂର୍ବପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କାର୍ଯ୍ୟ

    Spread the love

    Spread the loveଜେଏମଜେ ବ୍ୟୁରୋ : ଆଜି ଠାରୁ ଆରମ୍ଭ ହୋଇଛି ପିତୃପକ୍ଷ । ଏହି ପବିତ୍ର ୧୫ ଦିନିଆ ଅବଧି ମଧ୍ୟରେ ନିଜ ପୂର୍ବପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ପୁରୀ ଓ ଭୁବନେଶ୍ୱରରେ ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇ ତର୍ପଣ, ଶ୍ରାଦ୍ଧ…

    MDDR ବିଲ ପ୍ରତ୍ୟାହର ଦାବିରେ ରାୟଗଡାରେ ବିଜେଡିର ବିରାଟ ଶୋଭାଯାତ୍ରା।

    Spread the love

    Spread the loveରାୟଗଡା : ଜେଏମଜେ ନ୍ୟୁଜ : ରାୟଗଡରେ ଜ଼ିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଜ଼ିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକାଙ୍କ ନେତୃତ୍ୱରେ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜ଼ିଲ୍ଲାର ତିନିଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର କର୍ମୀ ଶୋଭାଯାତ୍ରାରେ…

    Leave a Reply

    Your email address will not be published. Required fields are marked *

    You Missed

    ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହରତାଳ: ଚାଲିବନି UPI , ATM?

    • By jmjnewso
    • September 27, 2026
    • 12 views
    ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହରତାଳ: ଚାଲିବନି UPI , ATM?

    କଳିଙ୍ଗା ଘାଟିରେ ପୂର୍ତ୍ତ ବିଭାଗ ସଚିବଙ୍କ ସମୀକ୍ଷା: ସ୍ୱାଭାବିକ ଅବସ୍ଥା ବିଳମ୍ବ ହୋଇପାରେ!

    • By jmjnewso
    • September 27, 2026
    • 22 views
    କଳିଙ୍ଗା ଘାଟିରେ ପୂର୍ତ୍ତ ବିଭାଗ ସଚିବଙ୍କ ସମୀକ୍ଷା: ସ୍ୱାଭାବିକ ଅବସ୍ଥା ବିଳମ୍ବ ହୋଇପାରେ!

    ସୋମବାରକୁ ‘ଅଣ ବୈଠକ ଦିବସ’ ଘୋଷଣା କଲେ ରାଜ୍ୟ ସରକାର

    • By jmjnewso
    • September 27, 2026
    • 12 views
    ସୋମବାରକୁ ‘ଅଣ ବୈଠକ ଦିବସ’ ଘୋଷଣା କଲେ ରାଜ୍ୟ ସରକାର

    ଭିଜିଲାନ୍ସ ଜାଲରେ AEE ଶିଶିର କୁମାର ଦାଶ, ଏକକାଳନୀ ୬ ଠିକଣାରେ ଚାଲିଛି ଚଢ଼ାଉ

    • By jmjnewso
    • September 27, 2026
    • 19 views
    ଭିଜିଲାନ୍ସ ଜାଲରେ AEE ଶିଶିର କୁମାର ଦାଶ, ଏକକାଳନୀ ୬ ଠିକଣାରେ ଚାଲିଛି ଚଢ଼ାଉ

    ଆଜିଠାରୁ ଆରମ୍ଭ ହୋଇଛି ପିତୃପକ୍ଷ: ପୂର୍ବପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କାର୍ଯ୍ୟ

    • By jmjnewso
    • September 27, 2026
    • 27 views
    ଆଜିଠାରୁ ଆରମ୍ଭ ହୋଇଛି ପିତୃପକ୍ଷ: ପୂର୍ବପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କାର୍ଯ୍ୟ

    ରାଜ୍ୟରେ ୧୩ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି

    • By jmjnewso
    • September 26, 2026
    • 40 views
    ରାଜ୍ୟରେ ୧୩ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି