ବ୍ରହ୍ମପୁର ଜେଏମଜେ ନ୍ୟୁଜ (ତପେନ୍ଦ୍ର ଡାକୁଆ ): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ କମାଶାସନ-ଗୌଡ଼ଗୋଠ ନିଛାଟିଆ ରାସ୍ତାରେ ବିଜେପି ନେତା କାଳିଆ ନାହାକ ନିଜ ଗାଁ ଗୌଡ଼ ଗୋଠକୁ ଯାଉଥିବା ସମୟରେ ତାଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ସେ ବାଇକ ଯୋଗେ ଯାଉଥିବା ବେଳେ ୩ଜଣ ଆସି ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଜଣାପଡ଼ିଛି। ଆହତ କାଳିଆଙ୍କୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ପୁର୍ବଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସୂଚନା l
ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଚଳାଇଛି।







