ଜେଏମଜେ ବ୍ୟୁରୋ : ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ର ନିଲମ୍ବିତ।
ଆଦେଶ ଜାରି କଲା ଓଡ଼ିଶା ସରକାର।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଡିଓ ସଞ୍ଜୀବ କୁମାର ମହାପାତ୍ର ନିଲମ୍ବିତ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସେପ୍ଟେମ୍ବର ୩୦ରେ ଏନେଇ ଆଦେଶ ଜାରି ହୋଇଛି। ବିଭାଗୀୟ ଶୃଙ୍ଖଳାଗତ ତଦନ୍ତ ଚାଲିଥିବାରୁ ଓଡ଼ିଶା ସିଭିଲ୍ ସର୍ଭିସେସ୍ ନିୟମ ଅନୁଯାୟୀ ତାଙ୍କୁ ତତ୍କାଳ ନିଲମ୍ବନ କରାଯାଇଛି। ନିଲମ୍ବନ ସମୟରେ ଭଦ୍ରକ କଲେକ୍ଟରେଟ୍ ରହିବ ତାଙ୍କ ମୁଖ୍ୟାଳୟ। ତେବେ ଆଦେଶରେ ନିଲମ୍ବନର ନିର୍ଦ୍ଦିଷ୍ଟ କାରଣ ଉଲ୍ଲେଖ ନାହିଁ।






