ନିମ୍ନମାନର କାମକୁ ବିରୋଧ କରିବାରୁ ନାଏବ ସରପଞ୍ଚ ଓ ତାଙ୍କ ଦୁଇ ପୁଅଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

Spread the love

ନିମ୍ନମାନର ଫେଭର ବ୍ଲକ୍ କାମକୁ ବିରୋଧ କରିବାରୁ ନାଏବ ସରପଞ୍ଚ ଓ ତାଙ୍କ ଦୁଇ ପୁଅଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ । ଲୁହା ରଡ୍ ଓ ଠେଙ୍ଗାରେ ଆକ୍ରମଣରେ ୩ ଜଣ ଗୁରୁତର ଆହତ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ନୂଆଗଡ଼ ଗ୍ରାମରେ । ଅଭିଯୋଗ ଅନୁସାରେ, ନୂଆସାହିରେ ଚାଲିଥିବା ଫେଭର ବ୍ଲକ୍ ରାସ୍ତା କାମର ମାନକୁ ନେଇ ନାଏବ ସରପଞ୍ଚ ଓ ତାଙ୍କ ଦୁଇ ପୁଅ ପ୍ରତିବାଦ କରିବା ସହ ଫଟୋ ଉଠାଉଥିଲେ । ଏହାକୁ ନେଇ କିଛି ଯୁବକଙ୍କ ସହ ସେମାନଙ୍କର ବଚସା ହୋଇଥିଲା । ପରେ ଆକ୍ରମଣ ହୋଇଥିବା ଅଭିଯୋଗ ।

ଆହତ ୩ ଜଣଙ୍କୁ ପ୍ରଥମେ କୋଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ ବ୍ରହ୍ମପୁର MKCG ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ରହିଥିବା ଜଣାପଡ଼ିଛି। ଆକ୍ରମଣରେ ନାଏବ ସରପଞ୍ଚ ଅଭିମନ୍ୟୁ ମହାପାତ୍ର ଆହତ ହୋଇଥିବା ବେଳେ ତାଙ୍କର ୨ ପୁଅ ଶଂକର ମହାପାତ୍ର ଓ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ଆହତ ହୋଇଥିବା ଜଣାପଡିଛି। ନାଏବ ସରପଞ୍ଚ ବିଜୁ ଜନତା ଦଳର ସମର୍ଥକ ହୋଇଥିବା ବେଳେ ନୂଆଗଡ ଗ୍ରାମରେ ରାସ୍ତା କାମ କରୁଥିବା ବ୍ଯକ୍ତି ମାନେ ଭାରତୀୟ ଜନତା ପାର୍ଟିର।

  • jmjnewso

    Related Posts

    ଦୁଇ ବାଇକ ମୁହାଁମୁହିଁ ଧକ୍କା ; ଚାରି ଆହତ

    Spread the love

    Spread the loveବୁଗୁଡ଼ା,୦୧/୧୦ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଖୋଳଖାଳି ଛକ ନିକଟରେ ଆଜି ସନ୍ଧ୍ୟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଚାରି ଜଣ ଗୁରୁତର…

    କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି- ୨୦୨୬ଅନୁଷ୍ଠିତ

    Spread the love

    Spread the loveପୁରୁଷୋତ୍ତମପୁର : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ସମା ସ୍ଥିତ ଶ୍ରୀ ରଘୁନାଥ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଅଶୋକ କୁମାର ତ୍ରିପାଠୀ ଙ୍କ ସଭାପତିତ୍ବରେ ରାଣୀ ଗାଁ କ୍ଳଷ୍ଟର ସ୍ତରୀୟ ଶିଶୁ…

    Leave a Reply

    Your email address will not be published. Required fields are marked *

    You Missed

    ନିମ୍ନମାନର କାମକୁ ବିରୋଧ କରିବାରୁ ନାଏବ ସରପଞ୍ଚ ଓ ତାଙ୍କ ଦୁଇ ପୁଅଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

    ନିମ୍ନମାନର କାମକୁ ବିରୋଧ କରିବାରୁ ନାଏବ ସରପଞ୍ଚ ଓ ତାଙ୍କ ଦୁଇ ପୁଅଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

    ଦୁଇ ବାଇକ ମୁହାଁମୁହିଁ ଧକ୍କା ; ଚାରି ଆହତ

    ଦୁଇ ବାଇକ ମୁହାଁମୁହିଁ ଧକ୍କା ; ଚାରି ଆହତ

    କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି- ୨୦୨୬ଅନୁଷ୍ଠିତ

    କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି- ୨୦୨୬ଅନୁଷ୍ଠିତ

    ‘ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ ସ୍ୱଚ୍ଛତା ଅଭିଯାନ ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

    ‘ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ ସ୍ୱଚ୍ଛତା ଅଭିଯାନ ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

    ଆଜି ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହେବ ବୈଠକ, ଯୋଗଦେବେ ଓଡ଼ିଶା-ଛତିଶଗଡ଼ ମୁଖ୍ୟମନ୍ତ୍ରୀ

    ଆଜି ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହେବ ବୈଠକ, ଯୋଗଦେବେ ଓଡ଼ିଶା-ଛତିଶଗଡ଼ ମୁଖ୍ୟମନ୍ତ୍ରୀ

    ଛାତ୍ର ସଂସଦ ନିର୍ବାଚନ କୁ ନେଇ ମନ୍ତ୍ରୀଙ୍କ ଭ୍ରମାତ୍ମକ ମନ୍ତବ୍ୟ ¡

    ଛାତ୍ର ସଂସଦ ନିର୍ବାଚନ କୁ ନେଇ ମନ୍ତ୍ରୀଙ୍କ ଭ୍ରମାତ୍ମକ ମନ୍ତବ୍ୟ ¡